ଡାକ୍ତର ସୁମିତଙ୍କୁ ଖୋଜି ପାଉନାହାନ୍ତି ତପସ୍ବିନୀ

ଆସିକା,୧୦।୧୨(ଡି.ଏନ୍‌.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁ ଘରେ ସ୍ବାମୀଙ୍କ ସହ ରହିବାକୁ ଦାବି କରି ତପସ୍ବିନୀ ଦୀର୍ଘ ଦିନ ଧରି ଶଶୁର ଘର ବାରଣ୍ଡାରେ ଧାରଣା ଦେଇଥିଲେ। ମାମଲା କୋର୍ଟରେ ପହଞ୍ଚି ଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ଦାସ ଗତ ୩ ତାରିଖରୁ ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ସହ ପୋଲିସ ସୁରକ୍ଷା ମଧ୍ୟରେ ରହୁ ଥିଲେ। ସେହିଦିନଠାରୁ ଡାକ୍ତର ସୁମିତ ଆସିକା ବ୍ଲକ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇରୋଗୀଙ୍କ ଚିକିତ୍ସା ପରେ ଅତିଥି ଭବନକୁ ରିତିମତ ଫେରୁଥିଲେ।

ହେଲେ ଶୁକ୍ରବାର ସକାଳୁ ଡାକ୍ତର ସୁମିତ ହସ୍ପିଟାଲ ଯାଇ ଅତିଥି ଭବନକୁ ଫେରିନାହାନ୍ତି। ଏହାକୁ ନେଇ ତପସ୍ବିନୀ ସନ୍ଦେହ ପ୍ରକାଶ କରିଛନ୍ତି। ଡାକ୍ତର ସୁମିତଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଆସିକା ପୋଲିସକୁ ପଚାରିବାରୁ ପୋଲିସ ନିକଟରେ ଅପହରଣ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ଅପରପକ୍ଷେ ଶୁକ୍ରବାର ଅପରାହ୍ନରେ ତପସ୍ବିନୀ ଡାକ୍ତର ସୁମିତ ଫେରି ନ ଥିବା ସମ୍ପର୍କରେ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ତେବେ ଡାକ୍ତର ସୁମିତ ଛୁଟିରେ ଯାଇଥିବା ଜଣାପଡିଛି ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଚୋରା କାରବାର ଚେର

ଅନୁଗୋଳ ଅଫିସ,୨୫ା୪ – ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ସହରର ସମସ୍ତ ମଦ ଦୋକାନ ବନ୍ଦ ଥିଲେ ବି କିଛିଦିନ ହେଲା ଚଢ଼ା ଦରରେ ଚାଲିଥିଲା ଚୋରା...

ଲୁଣରେ ଲୁଚାଇ ନେଉଥିଲେ ଗଞ୍ଜେଇ

ଚିତ୍ରକୋଣ୍ଡା,୧୬ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ ରାୟପୁରକୁ ଏକ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଧରାପଡିଛି। ବୁଧବାର ରାତିରେ ପାଟ୍ରୋଲିଂ...

୨୧୧ ନିର୍ମାଣ ଶ୍ରମିକଙ୍କୁ ମିଳିଲା ୧.୭୯ କୋଟି

ସୋନପୁର,୨୨।୧(ନି.ପ୍ର.):  ସୁବର୍ଣ୍ଣପୁର ଜିଲା ଶ୍ରମ ବିଭାଗ ପକ୍ଷରୁ ସୋନପୁର ନୂତନ ଟାଉନ ହଲ ପରିସରରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଶନିବାର ଆୟୋଜିତ ହୋଇଯାଇଛି।...

ଅପେକ୍ଷାରେ ୫୦ ବର୍ଷ

ଯାଜପୁର ଅଫିସ/ ଚଣ୍ଡିଖୋଲ, ୧୭।୧୦(ଡି.ଏନ.ଏ.):  କଟକ ଫରେଷ୍ଟ ଡିଭିଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶନର ୫୦ ବର୍ଷ ପରେ ମଧ୍ୟ ଡାଳିଯୋଡ଼ା ରେଞ୍ଜ ଅନ୍ତର୍ଗତ ଯାଜପୁର ଜିଲାର...

ରିମାଣ୍ଡ ନୋହିଲା, ଆଜି ଆସିବେ ସର୍ବେଶ୍ୱର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ରବିବାରଠାରୁ ୨ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ। ହେଲେ କାଗଜପତ୍ରଜନିତ କିଛି...

ଧରଣୀଧର ବିଶ୍ୱବିଦ୍ୟାଳୟରେ ୪ ନୂଆ ପଦବୀ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝରରେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ୪ଟି ନୂଆ ପଦବୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୃଷ୍ଟି ହୋଇଛି। ନୂତନ ଭାବେ କୁଳପତି,କୁଳସଚିବ,କଣ୍ଟ୍ରୋଲର ଅଫ୍‌...

ପରେଡ୍‌ରେ ଭାଗ ନେବେନି ସ୍କୁଲ୍‌ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୮(ବ୍ୟୁରୋ): ଏଥର ଅଗଷ୍ଟ ୧୫ ପରେଡ୍‌ରେ ଭାଗ ନେବେନି ସ୍କୁଲ୍‌ ଛାତ୍ରୀଛାତ୍ର। କେବଳ ଓଏସ୍‌ଏପି, ଓଡ୍ରାଫ୍‌ ଓ ବିଏସ୍‌ଏଫ ପରେଡ୍‌ରେ ସାମିଲ ହେବେ । ରାଜ୍ୟରେ...

ସବୁଦିନ ଚାଲିିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, (ବ୍ୟୁରୋ)/ସମ୍ବଲପୁର(ବ୍ୟୁରୋ), ୭।୧୧: ଶନିବାରଠାରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ ସବୁଦିନ ଚଳାଚଳ କରିବ। ପୂର୍ବରୁ ଏହା ସପ୍ତାହକୁ ପାଞ୍ଚଦିନ ଚାଲୁଥିଲା।...

Advertisement
Archives

Model This Week