ତହସିଲ କାର୍ଯ୍ୟାଳୟରେ ହାତାହାତି

ବାସୁଦେବପୁର,୧୦।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ତହସିଲ କାର୍ଯ୍ୟାଳୟ ପରିସର ମୋ ସରକାର କକ୍ଷ ସାମ୍ନାରେ ଶୁକ୍ରବାର ଗଣ୍ଡଗୋଳ ଘଟିଛି। ୮ରୁ ୧୦ ଜଣ ତହସିଲ କର୍ମଚାରୀ ମିଳିତ ଭାବେ ବଛଦା ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବାପ ପୁଅ ତହସିଲ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ପାଲଟା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ବଛଦା ଗ୍ରାମର ଜଣେ ବ୍ୟକ୍ତି ସେହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଜମି କ୍ରୟ ପାଇଁ ସବରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ଜମି ବିକ୍ରି କରିବାକୁ ଥିବା ବ୍ୟକ୍ତିଙ୍କ ଖତିୟାନରେ ନାମ ବନାନରେ ତ୍ରୁଟି ଥିବାରୁ ସଂଶୋଧନ ଲାଗି ତହସିଲ ରେକର୍ଡ ରୁମ୍‌କୁ ପଠାଇଥିଲେ। ତେବେ ଏହି ସଂଶୋଧନ ତତ୍‌କ୍ଷଣାତ ହୋଇପାରିବ ନାହିଁ। ଏଥିପାଇଁ ସମୟ ଦରକାର ବୋଲି ତହସିଲ କର୍ମଚାରୀ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ। ଏହାକୁ ନେଇ ତହସିଲ କର୍ମଚାରୀ ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ କଥା କଟାକଟି ପରେ ମାର୍‌ପିଟ୍‌ ହୋଇଥିଲା। ଏ ସମ୍ପର୍କରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ତହସିଲଦାର ଅନିତା ନାୟକ ମଧ୍ୟ ଘଟଣାର ଅନୁଧ୍ୟାନ କରିଛନ୍ତି। ତେବେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାର ୭.୨ ଲକ୍ଷ ଘରେ ସର୍ଭେ : ଫ୍ଲୁ ଥିବା ବ୍ୟକ୍ତିଙ୍କର ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସ୍କ୍ରିନିଂ

ଛତ୍ରପୁର, ୧୩।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗତ ତିନି ଦିନ ହେଲା ଗଞ୍ଜାମ ଜିଲାର ୭ ଲକ୍ଷ ୨ ହଜାର ୭୪୮...

ଚାଲିପାରୁନି ସରକାରୀ ସମୁଦ୍ର ଘୋଡ଼ା

ପାରାଦୀପ,୧୭ା୬(ସ୍ବ.ପ୍ର.): ସମୁଦ୍ରରେ ବହିରାଗତ ମତ୍ସ୍ୟଜୀବୀଙ୍କୁ ଯାଞ୍ଚ, ସାମୁଦ୍ରିକ ପାଟ୍ରୋଲିଂ, ଉପକୂଳ ମିଳିତ ସମରାଭ୍ୟାସ, ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ବିପଦରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର, ଆଦି...

ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ...

କଣ୍ଟେନର୍‌ରୁ ବିଦେଶୀ ମଦ ଜବତ ଘଟଣା: ଗିରଫ ସଂଖ୍ୟା ୫ରେ ପହଞ୍ଚିଲା

ଢେଙ୍କାନାଳ ଅଫିସ, ୧୩।୩: ଏକ କଣ୍ଟେନରରେ ଆସାମରୁ ଅନୁଗୋଳକୁ ୭୫ ଲକ୍ଷ ଟଙ୍କାର ମଦ ଚୋରା ଚାଲାଣ ବେଳେ ଢେଙ୍କାନାଳ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା।...

ଦୁର୍ଗା ପୂଜା ଦେଖିବାକୁ ଯିବା ବାଟରେ ସାମ୍ନାରୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୮ ଗୁରୁତର

ଭବାନୀପାଟଣା,୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବୁଧବାର ଏକ ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮...

ଜିଲାର ରୁଗ୍‌ଣ ହେଲାଣି ସ୍ବାସ୍ଥ୍ୟସେବା

କେନ୍ଦ୍ରାପଡ଼ା ଅଫିସ,୨୬ା୮: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ରୁଗ୍‌ଣ ହେବାରେ ଲାଗିଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସନ୍ଧ୍ୟା ହେଲେ କେନ୍ଦ୍ରାପଡ଼ା...

୧୧ବର୍ଷ ଝିଅର ପରାମର୍ଶରେ ବାପା ଚଳାଇଲେ ସୋଲାର ଅଟୋରିକ୍ସା

ନୂଆଗାଁ,୧୨।୫(ଡି.ଏନ.ଏ.): ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କ ଗଠନ ମୂଳକ ପରାମର୍ଶ ସଫଳତା ଆଣିଥାଏ। ସେମିତି ଜଣେ ୧୧ବର୍ଷ ବୟସ୍କ ଝିଅର ପରାମର୍ଶରେ ଜଣେ ଯୁବକ ନିଜ...

‘ଜଳ ଉତ୍ସ ଅଛି, ସଂରକ୍ଷଣ ପାଇଁ ଚିନ୍ତା ନାହିଁ’

ଜଳ ସଂରକ୍ଷଣ ବ୍ୟବସ୍ଥା ହେଉ କଣ୍ଟିଲୋ-ଭୁବନେଶ୍ୱର ରାଜପଥର କାଳିଗିରି ପୋଲଠାରୁ ମାତ୍ର ୨ କି.ମି. ଦୂର ଭାପୁର ବ୍ଲକ୍‌ ଅଧୀନ ମହାନଦୀ କୂଳରେ ରହିଛି ମଣିପୁର...

Advertisement
Archives

Model This Week