Posted inଫୁରସତ

ଏମିତି ଥାନା ଯେଉଁଠି ଅପରାଧିଙ୍କୁ ପଢାଯାଏ ଗାନ୍ଧୀ, ଆମ୍ବେଦକରଙ୍କ ବାର୍ତ୍ତା

ପାଟନା: ସାଧାରଣତଃ ଥାନା ବା ପୋଲିସ ଷ୍ଟେଶନ ଯାଇଥିବା ଲୋକେ ଅସୁବିଧାରେ ପଡି ସେଠାକୁ ଯାଇ ଥାଆନ୍ତି । ବେଳେ ବେଳେ ସେଠି ଅପରାଧି କଥାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପୀଡ଼ିତଙ୍କୁ ଧ୍ୟାନ ଦିଆଯାଏ ନାହିଁ ବୋଲି ଅଭିଯୋଗ ଆସିଥାଏ । ବିଶେଷ ଭାବେ ଅଧିକାଂଶ ସ୍ଥାନରେ ପୋଲିସ ଉପରେ ସାଧାରଣ ଜନତାଙ୍କ ଭରସା ତୁଟି ଯାଇଥାଏ ବୋଲି କୁହାଯାଏ । ହେଲେ ପାଟନାର ବାଡ ଅନୁମଣ୍ଡଳରେ ଏମିତି ଏକ ଥାନା ରହିଛି ଯାହା ଆଜି ବେଶ ଚର୍ଚ୍ଚିତ । ଏଠାରେ ଉଭୟ ପୀଡ଼ିତ ଓ ଅପରାଧୀ ଉଭୟଙ୍କୁ ସୁସ୍ଥ ସମାଜରେ ବଞ୍ଚିବାର ବାର୍ତ୍ତା ଦିଆଯାଇଥାଏ । ଏହା ହେଉଛି ବାଡର ଏନ୍‌ଟିପିସି ଥାନା । ଏହାର ପାଚିରିରେ ଲେଖାଯାଇଥିବା ଜ୍ଞାନବର୍ଦ୍ଧକ ପେଣ୍ଟିଂସ୍ ଓ ଥାନାର ସୁସ୍ଥ ପରିବେଶ ପୋଲିସ ନିକଟକୁ ଆସିଥିବା ଲୋକକୁ ନ ଡରାଇ ବରଂ ପୋଲିସର ସହଯୋଗ ସାଧାରଣ ଜନତାଙ୍କୁ ଖୁସି ଦେଇଥାଏ । ଥାନାରେ ପ୍ରବେଶ କରିବା ମାତ୍ରେ ସ୍ୱାମୀ ବିବେକା ନନ୍ଦ, ମହାତ୍ମା ଗାନ୍ଧୀ, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଭଳି ମହାପୁରୁଷଙ୍କ ବିଚାର ପଢିବାକୁ ମିଳିବ । ଏହାସହ ସ୍ୱାଧିନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ବୀର ଶହୀଦଙ୍କ ଫଟୋଚିତ୍ର । ଥାନାର ପ୍ରଭାରୀ ଅମରଦୀପ କୁମାର କୁହନ୍ତି ସକରାତ୍ମକ ଚିନ୍ତାଧାରା ମଣିଷକୁ ଭଲ ବାଟ ଦେଖାଇଥାଏ । ତେଣୁ ଥାନାକୁ ଆସୁଥିବା ଜନତା ହୁଅନ୍ତୁ ଅବା ପୋଲିସ ଏମାନଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାକୁ ପାଚିରିରେ ଏଭଳି ପେଣ୍ଟିଂ କରାଯାଇଛି । ସେ କହିଛନ୍ତି ଯଦିଓ କେହି ଅପରାଧୀ ଏହି ଥାନାକୁ ଆସିଥାଆନ୍ତି ତେବେ ତାଙ୍କୁ ଏହି ସକରାତ୍ମକ ବାର୍ତ୍ତା ପଢାଯାଇଥାଏ । ଫଳରେ ସେ ତାଙ୍କ ଆଚରଣରେ ସୁଧାର ଆଣିପାରିବେ । ଏଥିରେ ପରିବେଶ ସଂରକ୍ଷଣ ଓ ମଦ ନିବାରଣ ସମ୍ପର୍କରେ ମଧ୍ୟ ବାର୍ତ୍ତା ଦିଆଯାଇଛି । ଏହାକୁ ପାଟନା ଆର୍ଟ ଅଫ୍ କଲେଜର ଛାତ୍ରୀଛାତ୍ରମାନେ କରିଛନ୍ତି । ଏଠାରେ ରୋଷେଇକୁ ସୀତା ରୋଷେଇ ବୋଲି ନାମ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri