Posted inଫୁରସତ

ଏମିତି ଥାନା ଯେଉଁଠି ଅପରାଧିଙ୍କୁ ପଢାଯାଏ ଗାନ୍ଧୀ, ଆମ୍ବେଦକରଙ୍କ ବାର୍ତ୍ତା

ପାଟନା: ସାଧାରଣତଃ ଥାନା ବା ପୋଲିସ ଷ୍ଟେଶନ ଯାଇଥିବା ଲୋକେ ଅସୁବିଧାରେ ପଡି ସେଠାକୁ ଯାଇ ଥାଆନ୍ତି । ବେଳେ ବେଳେ ସେଠି ଅପରାଧି କଥାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପୀଡ଼ିତଙ୍କୁ ଧ୍ୟାନ ଦିଆଯାଏ ନାହିଁ ବୋଲି ଅଭିଯୋଗ ଆସିଥାଏ । ବିଶେଷ ଭାବେ ଅଧିକାଂଶ ସ୍ଥାନରେ ପୋଲିସ ଉପରେ ସାଧାରଣ ଜନତାଙ୍କ ଭରସା ତୁଟି ଯାଇଥାଏ ବୋଲି କୁହାଯାଏ । ହେଲେ ପାଟନାର ବାଡ ଅନୁମଣ୍ଡଳରେ ଏମିତି ଏକ ଥାନା ରହିଛି ଯାହା ଆଜି ବେଶ ଚର୍ଚ୍ଚିତ । ଏଠାରେ ଉଭୟ ପୀଡ଼ିତ ଓ ଅପରାଧୀ ଉଭୟଙ୍କୁ ସୁସ୍ଥ ସମାଜରେ ବଞ୍ଚିବାର ବାର୍ତ୍ତା ଦିଆଯାଇଥାଏ । ଏହା ହେଉଛି ବାଡର ଏନ୍‌ଟିପିସି ଥାନା । ଏହାର ପାଚିରିରେ ଲେଖାଯାଇଥିବା ଜ୍ଞାନବର୍ଦ୍ଧକ ପେଣ୍ଟିଂସ୍ ଓ ଥାନାର ସୁସ୍ଥ ପରିବେଶ ପୋଲିସ ନିକଟକୁ ଆସିଥିବା ଲୋକକୁ ନ ଡରାଇ ବରଂ ପୋଲିସର ସହଯୋଗ ସାଧାରଣ ଜନତାଙ୍କୁ ଖୁସି ଦେଇଥାଏ । ଥାନାରେ ପ୍ରବେଶ କରିବା ମାତ୍ରେ ସ୍ୱାମୀ ବିବେକା ନନ୍ଦ, ମହାତ୍ମା ଗାନ୍ଧୀ, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଭଳି ମହାପୁରୁଷଙ୍କ ବିଚାର ପଢିବାକୁ ମିଳିବ । ଏହାସହ ସ୍ୱାଧିନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ବୀର ଶହୀଦଙ୍କ ଫଟୋଚିତ୍ର । ଥାନାର ପ୍ରଭାରୀ ଅମରଦୀପ କୁମାର କୁହନ୍ତି ସକରାତ୍ମକ ଚିନ୍ତାଧାରା ମଣିଷକୁ ଭଲ ବାଟ ଦେଖାଇଥାଏ । ତେଣୁ ଥାନାକୁ ଆସୁଥିବା ଜନତା ହୁଅନ୍ତୁ ଅବା ପୋଲିସ ଏମାନଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାକୁ ପାଚିରିରେ ଏଭଳି ପେଣ୍ଟିଂ କରାଯାଇଛି । ସେ କହିଛନ୍ତି ଯଦିଓ କେହି ଅପରାଧୀ ଏହି ଥାନାକୁ ଆସିଥାଆନ୍ତି ତେବେ ତାଙ୍କୁ ଏହି ସକରାତ୍ମକ ବାର୍ତ୍ତା ପଢାଯାଇଥାଏ । ଫଳରେ ସେ ତାଙ୍କ ଆଚରଣରେ ସୁଧାର ଆଣିପାରିବେ । ଏଥିରେ ପରିବେଶ ସଂରକ୍ଷଣ ଓ ମଦ ନିବାରଣ ସମ୍ପର୍କରେ ମଧ୍ୟ ବାର୍ତ୍ତା ଦିଆଯାଇଛି । ଏହାକୁ ପାଟନା ଆର୍ଟ ଅଫ୍ କଲେଜର ଛାତ୍ରୀଛାତ୍ରମାନେ କରିଛନ୍ତି । ଏଠାରେ ରୋଷେଇକୁ ସୀତା ରୋଷେଇ ବୋଲି ନାମ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri