ଆନନ୍ଦେଶ୍ୱରଙ୍କ ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଲେ ପାଟଣା ବିଧାୟକ

ପାଟଣା,୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣାସ୍ଥିତ ଆନନ୍ଦେଶ୍ୱର ଶିବ ମନ୍ଦିରରେ ସୋମବାର ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆନନ୍ଦେଶ୍ୱର ଶିବ ମନ୍ଦିରରେ ପଣ୍ଡିତ ପର୍ଶୁରାମ ପଣ୍ଡା ବିଧାୟକଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିବା ପରେ ସେ ମନ୍ଦିର ପରିସରରେ ଥିବା ହନୁମାନ, ରାଧାକୃଷ୍ଣ ଶ୍ରୀରାମ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ କର୍ମୀମାନଙ୍କ ଠାରୁ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ। ଏହି ଅବସରରେ ବିଧାୟକ ନିଜ ପ୍ରତିକ୍ରିୟାରେ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ହେବା ସୁନିଶ୍ଚିତ। ଆମ କାର୍ଯ୍ୟ କର୍ତ୍ତାମାନେ ପଣ କରିଛନ୍ତି ବିଜେଡିକୁ ଏକ ତରଫା ବିଜୟୀ କରିବେ। ପାଟଣାର ଜନ ସାଧାରଣ ବିକାଶ ପଛରେ ରହିବେ। ବିଜେଡିକୁ ପୁନର୍ବାର ଆଶୀର୍ବାଦ କରିବେ।

ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ପାଟଣା ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ଦୀପକ ରାଜ, ବଡ଼ ପାଟଣା ପଞ୍ଚାୟତ ବିଜେଡି ସଭାପତିି ମହେନ୍ଦ୍ର ମିଶ୍ର, ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ବରିଷ୍ଠ ବିଜେଡି ନେତା ପ୍ରମୋଦ କୁମାର ଭଞ୍ଜ,ନିରଞ୍ଜନ ତ୍ରିପାଠୀ, ଅଯୋଧ୍ୟା ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ଅନନ୍ତ ଚନ୍ଦ୍ର ମହାନ୍ତ, ସେନା ନିବୃତ କର୍ମଚାରୀ ଭରତ ଚନ୍ଦ୍ର ମହାନ୍ତ , ସଞ୍ଜିତ୍‌ ଚକ୍ର, ରଞ୍ଜନ ବେହେରା, ସତ୍ୟବ୍ରତ ଦାଶ,ଭାଗିରଥୀ ଦାଶ, ଦୀପକ ଭଞ୍ଜ, ସୁମିତ ପତି, ସନ୍ତୋଷ ତ୍ରିପାଠୀ, ଦିଲୁ ଭଞ୍ଜ, ପ୍ରୀତମ ପଣ୍ଡା, ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁର ଅଧିଷ୍ଠାତ୍ରୀ ଦେବୀ ଦ୍ୱାରସେନୀ ମନ୍ଦିରରୁ ଚୋରି: ମା’ଙ୍କ ରୂପା ମୁକୁଟ ସହ ନେଇଗଲେ…

ବଲାଙ୍ଗୀର,୮।୮ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି…

ଆରମ୍ଭ ହେଲା Mettle Meet 2026 ମହାକୁମ୍ଭ

ଭୁବନେଶ୍ୱର, ୮।୮: ୨୦୨୬ ‘ମେଟଲ ମିଟ୍‌’ ପ୍ରିଲିମ୍ସ ଆଜିଠାରୁ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ମେଟଲ ମଟ୍‌ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

Mettle Meet 2026: ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ସକାଳ ୮.୩୦ରୁ ଏହି କୁଇଜ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାର୍ଗ ଆପଣେଇବେ ଭାରତ-ଚାଇନା

ନୂଆଦିଲ୍ଲୀ, ୮।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ଜାରି ରଖିବାକୁ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri