ମୋବାଇଲ ଟର୍ଚ୍ଚରେ ରୋଗୀ ସେବା

ଚାନ୍ଦବାଲି, ୨ା୮(ଡି.ଏନ.ଏ.):ଦୀର୍ଘ ୭ ଘଣ୍ଟା ଧରି ଅନ୍ଧାରରେ ରହିଲା ଡାକ୍ତରଖାନା। ଅନ୍ଧାର ସାଙ୍ଗକୁ ଗରମରେ ରୋଗୀମାନେ ଛଟପଟ ହୋଇଥିଲେ। ଏଭଳି ସ୍ଥିତିରେ ଡାକ୍ତରଙ୍କୁ ମୋବାଇଲ ଟର୍ଚ୍ଚରେ ଚିକିତ୍ସା କରିବାକୁ ପଡ଼ିଥିଲା। ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ରାତିରେ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି।
ପ୍ରକାଶ ଯେ, ରବିବାର ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି ଡାକ୍ତରଖାନାରେ ବିଦ୍ୟୁତ୍‌ ନ ଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଦ୍ୟୁତ୍‌ କଟି ଯାଇଥିବା ବେଳେ ଜେନେରେଟର ବ୍ୟବସ୍ଥା ଥାଇ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ହୋଇପାରି ନ ଥିଲା। ରୋଗୀମାନେ ବେଡ୍‌ ଛାଡ଼ି ବୁଲୁଥିବା ଦେଖାଯାଇଥିଲା। ପ୍ରସୂତି ନବଜାତ ଶିଶୁଙ୍କୁ ଧରି ଗୁଳୁଗୁଳି ସହ ମଶାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଥିଲେ। ଯନ୍ତ୍ରଣା ଉପଶମ ପାଇଁ ଡାକ୍ତରଖାନାକୁ ଆସିଥିବା ରୋଗୀମାନେ କଲବଲ ହୋଇଥିଲେ। ଡାକ୍ତର ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିବା ସହ ଇଞ୍ଜେକ୍ସନ ମଧ୍ୟ ଦିଆଯାଇଥିଲା। ଅନ୍ଧାର ଭିତରେ ଆସିଥିବା ସର୍ପାଘାତ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନ ଥିବା ଯୋଗୁ ଯାନ୍ତ୍ରିକ ତ୍ରୁଟି ସଜାଡ଼ିବାକୁ କେହି ନ ଆସିବାରୁ ଏଭଳି ସ୍ଥିତି ଉପୁଜିଥିଲା। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ସ୍ମୃତି ରଞ୍ଜନ ଦେ କହିଛନ୍ତି, ବିଦ୍ୟୁତ୍‌ ଆସିବା ନେଇ ଅନିଶ୍ଚିତତା ଥିବାବେଳେ ଜେନେରେଟର ଅପରେଟରଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା। ଫଳରେ ମୋବାଇଲ ଟର୍ଚ୍ଚ ଲାଇଟ ସାହାଯ୍ୟରେ ଚିକିତ୍ସା କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଟାରୁ ଫେରିଲେ ୧୭ ଛାତ୍ରୀଛାତ୍ର

ବାରିପଦା ଅଫିସ, ୫ା୫- ରାଜସ୍ଥାନର କୋଟାରେ ଫସି ରହିଥିବା ୧୭ ଜଣ ଛାତୀଛାତ୍ର ମଙ୍ଗଳବବାର ମୟୂରଭଞ୍ଜ ଫେରିଛନ୍ତି। ସେମାନଙ୍କ ସହିତ ୫ ଜଣ ଅଭିଭାବକ ଓ...

ଜମି ଫାଟି ଆଁ, କେନାଲ ପାଣିକୁ ଅନାଇଛନ୍ତି ଚାଷୀ

କାମାକ୍ଷାନଗର, ୩।୧୧(ଡି.ଏନ୍‌.ଏ.): ଶୁଖିଲା ପଡ଼ିଛି ଜମି। ପାଣି ନ ଥିବାରୁ ଧାନଗଛ ବଢ଼ିପାରୁନି କି କେଣ୍ଡା ବାହାରୁନି। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଡ୍ୟାମ...

୨୫୭ ପ୍ରକଳ୍ପ ପାଇଁ ୬ କୋଟିର ପ୍ରସ୍ତାବ ଅନୁମୋଦନ

ସୋନପୁର,୧୧।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିର ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଜଙ୍ଗଲ,...

ସମୁଦ୍ରପଥ ଦେଇ ଗଞ୍ଜାମ ଫେରୁଛନ୍ତି ଆଉ ୩୫ ମତ୍ସ୍ୟଜୀବୀ, ସଜାଗ ରହିଛି ଆର୍ଯ୍ୟପଲି ମେରାଇନ ପୋଲିସ

ଛତ୍ରପୁର, ୨୭।୪(ଡି.ଏନ୍‌.ଏ.): ସମୁଦ୍ର ପଥଦେଇ ଆଜ ୩୫ ମତ୍ସ୍ୟଜୀବୀ ଚେନ୍ନାଇରୁ ଗଞ୍ଜାମ ଫେରୁଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଡଙ୍ଗା ଗଞ୍ଜାମ ସମୁଦ୍ର କୂଳରେ ଲାଗିବ...

ରାସ୍ତା ମରାମତି ଦାବିରେ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ରାସ୍ତାରେ ପାଣି ସିଞ୍ଚନ କଲେ ମହିଳା, ପୁରୁଷ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୋଇଡା ଓ ଲହୁଣୀପଡା ବ୍ଳକ ଅଧିନରେ ଥିବା ଲୁହାପଥର ଖଣି ଗୁଡିକରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ...

ଚୋରା ଲୁହା ସ୍କ୍ରାପ୍‌ ବୋଝେଇ ଗାଡ଼ି ଜବତ: ୨ କୋର୍ଟ ଚାଲାଣ

ଯୋଡ଼ା,୩୦।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏକ ଗାଡ଼ି ଶୋ’ରୁମ୍‌ ନିକଟରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଚଢ଼ାଉ କରି ଏକ ଚୋରା...

ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ...

ନବୀନଙ୍କ ଜନ୍ମଦିନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ପାଟଣା,୧୬ା୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ଅବସରରେ ଓଡ଼ିଶା ମୋ’ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ରବିବାର...

Advertisement
Archives

Model This Week