ଖୋ ଖୋ ଭଳି ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଉପରେ ଫୋକସ

ଭୁବନେଶ୍ୱର, ୨।୮ (କ୍ରୀଡ଼ା ପ୍ରତିନିଧି):ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଭାଗନେବାକୁ ଯାଉଥିବା ଓଡ଼ିଶା ଜଗରନଟ୍ସର ଜର୍ସି ଉନ୍ମୋଚନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ର ଜର୍ସି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କୋଚ୍‌ ଏବଂ ଖେଳାଳିଙ୍କ ସହ ପରିଚିତ ହେବା ସହ ଶୁଭେଚ୍ଛା ଜଣାଇଥିଲେ। ”ଓଡ଼ିଶା ଜଗରନଟ୍ସର ପ୍ରତି ସଦସ୍ୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସ୍ବାଗତ କରୁଛି। ତୁମେମାନେ ଏବେ ଆମ ପରିବାରର ସଦସ୍ୟ ଏବଂ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି। ଓଡ଼ିଶା ଦର୍ଶକମାନେ ତୁମକୁ ଉତ୍ସାହିତ କରିବା ସହ ପ୍ରଥମ ସଂସ୍କରଣର ଟ୍ରଫି ଧରି ଫେରିବା ଆଶାରେ ରହିବେ“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଖୋ ଖୋ ଭଳି ସ୍ବଦେଶୀ ଖେଳକୁ ପ୍ରୋତ୍ସାହନ ଉପରେ ଓଡ଼ିଶା ଫୋକସ କରୁଛି। ରାଜ୍ୟ ଦଳ ମଧ୍ୟ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିଆସୁଛି। ଏପରି ପଦକ୍ଷେପ ବିଶେଷକରି ଗ୍ରାମାଞ୍ଚଳ ସ୍ତରରୁ ଅଧିକରୁ ଅଧିକ ଖେଳାଳିଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ମହାରାଷ୍ଟ୍ରର ପୁଣେଠାରେ ଅଗଷ୍ଟ ୧୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଦଳ ଏହାର ପ୍ରଥମ ମ୍ୟାଚ ୧୫ ତାରିଖରେ ଖେଳିବ। ଓଡ଼ିଶା ସ୍ପୋଟର୍‌ସ ଡେଭେଲପ୍‌ମେଣ୍ଟ ଆଣ୍ଡ ପ୍ରମୋଶନ କମ୍ପାନୀ (ଓଏସ୍‌ଡିପିସି) ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଦଳ ୫ମ ଫ୍ରାଞ୍ଚାଇଜ୍‌ ଭାବେ ଟୁର୍ନାମେଣ୍ଟରେ ସାମିଲ ହୋଇଥିଲା। ଅଶ୍ୱିନୀ କୁମାର ଶର୍ମା ଏହାର ମୁଖ୍ୟ କୋଚ୍‌ ଅଛନ୍ତି। ଓଡ଼ିଶା ଜଗରନଟ୍ସ ଦଳରେ ମୋଟ ୨୫ ଖେଳାଳି ରହିଛନ୍ତି। ରାଜ୍ୟର ୬ ଖେଳାଳି ଏଥିରେ ରହିଥିବାବେଳେ ମୋଟ ୧୦ ଖେଳାଳି ଓଭରଅଲ୍‌ ଲିଗ୍‌ରେ ପ୍ରତିନିଧିତ୍ୱ କରିବେ। ଓଏସ୍‌ଡିପିସି ଅଗ୍ରଣୀ ଇସ୍ପାତ ନିର୍ମାତା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ସହିତ ମିଶି ଅଲ୍‌ଟିମେଟ ଖୋ ଖୋ ପାଇଁ କାର୍ଯ୍ୟ କରୁଛି। ଓଡ଼ିଶା ଜଗରନଟ୍ସ ଦଳରେ ସାମିଲ ଥିବା ଖେଳାଳିମାନେ ହେଲେ ଦୀପେଶ ବିଜୟ ମୋରେ, ସୁରେଶ କୁମାର, ମିଲିନ୍ଦ ଡି. ଚଭ୍ରେକର, ମହେଶ ପି., ସୂରଜ ଏସ. ଲାଣ୍ଡେ, ଶୁଭାଶିଷ ସାନ୍ତ୍ରା, ଗୌତମ ଏମ୍‌. କେ, ଆଦିତ୍ୟ କୁଡାଲେ, ନିଲେଶ୍‌ ଏ. ଯାଦବ, ଶିବ୍‌ କେ. ସେନ୍‌, ବିଶାଲ, ଅର୍ଜୁନ ସିଂ, ଟି. ବିନୋଦ କୁମାର, ଲିପୁନ ମୁଖି, ମନୋଜ ଏନ. ଘୋଟେକର, ଦୀନେଶ ନାଏକ, ମୁକେଶ ପ୍ରଜାପତ, ସତୀଶ ଡି., ଜଗନ୍ନାଥ ମୁର୍ମୁ, ଦିଲୀପ ଖାଣ୍ଡାଭି, ଅବିନାଶ ଏସ. ଦେଶାଇ, ସ୍ବୟମ ଏସ. ପରିଜା, ଗୁରଜିନ୍ଦର ସିଂ, ସିଦ୍ଧେଶ୍ୱର ଟୁଡୁ, ସୁକାନ୍ତ ସିଂ, ଲିଲନ କୁମାର ସାହୁ।
ଓଡ଼ିଶା ଫ୍ରାଞ୍ଚାଇଜ୍‌ ଦଳର ମୁଖ୍ୟ କୋଚ୍‌ ଏବଂ ମ୍ୟାନେଜର ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ଅଶ୍ୱିନୀ କୁମାର ଖୁସି ଜାହିର କରିଛନ୍ତି। ଆମ ଦଳ ବେଶ୍‌ ସନ୍ତୁଳିତ ଏବଂ ଭୁବନେଶ୍ୱରରେ କ୍ୟାମ୍ପ ବହୁତ ଭଲ ରହିଛି। ଆଗାମୀ ଟୁର୍ନାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି। ଅଧିନାୟକ ତଥା ଦଳର ସବୁଠାରୁ ସିନିୟର ଖେଳାଳି ଦୀପେଶ ବିଜୟ ମୋରେ କହିଛନ୍ତି ଯେ, କୋଚ୍‌ ମୋ ଉପରେ ଭରସା କରିବା ବହୁତ ବଡ଼ ସଫଳତା ସଦୃଶ। ନୂଆ ଦଳ ହୋଇଥିଲେ ମଧ୍ୟ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଅନ୍ୟପକ୍ଷରେ ”ଭାରତର ଟପ୍‌ ଖେଳାଳି ମିଲିନ୍ଦ ଦିଲୀପ ଚଭ୍ରେକର ଓ ଗୌତମ ଏମ.କେ.ଙ୍କୁ ନେଇ ଆମ ଦଳ ବେଶ୍‌ ସମୃଦ୍ଧ। ପ୍ରତିଦ୍ୱନ୍ଦ୍ୱିତା କଷ୍ଟସାଧ୍ୟ ହେବାକୁ ଥିଲେ ହେଁ ଆମେ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ସର୍ବଦା ଚେଷ୍ଟା କରିବୁ। ପୂର୍ବରୁ ଖୋ ଖୋ ପାଇଁ ବିଶେଷ ସୁବିଧା ସୁଯୋଗ ନ ଥିଲା। ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତା କ୍ରମେ ଓଡ଼ିଶାରେ ଏହି ଖେଳର ଲୋକପ୍ରିୟତା ବଢ଼ିଛି। ରାଜ୍ୟ ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିଛି। ଆମେ ଟ୍ରଫି ଧରି ଭୁବନେଶ୍ୱରକୁ ଫେରିବାକୁ ଚେଷ୍ଟା କରିବୁ“ ବୋଲି ଓଡ଼ିଶାର ଗ୍ରେଡ୍‌-ଏ ଖେଳାଳି ଜଗନ୍ନାଥ ମୁର୍ମୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?