‘ମିରର ମେଜ୍‌’ରେ ବାଟବଣା

କଟକ ଅଫିସ, ୨।୮:ଲୋକଙ୍କ ମନୋରଞ୍ଜନ ପାଇଁ କଟକସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ‘ମିରର ମେଜ୍‌’। ଏହା ଭୁଲ ଭୁଲେୟା ସଦୃଶ। ଏଥିମଧ୍ୟରେ ଲୋକେ ପାଦ ରଖିଲେ ବାଟବଣା ହେଉଛନ୍ତି। କାରଣ ‘ମିରର ମେଜ୍‌’ ମଧ୍ୟକୁ ପ୍ରବେଶ କରୁ କରୁ ସାମ୍ନାରେ ଆସିଯିବ ଅନେକ ରାସ୍ତା। ଏଥିରୁ ବାହାରିବା ପାଇଁ ଠିକ ରାସ୍ତା ବାଛିବାକୁ ପଡ଼ିବ। ନଚେତ ଦର୍ପଣରେ ପିଟି ହୋଇଯିବେ। ତେବେ ଠିକ ବାଟ ବାଛିବା ପାଇଁ ଅନେକ ସମୟ ଲାଗିଥାଏ। ଭୁଲ ବାଟରେ ପଶିଗଲେ ଅନ୍ୟର ସାହାରା ନେବାକୁ ପଡ଼େ। ଏଥିସହ ଏହା ମଧ୍ୟରେ ରହିଛନ୍ତି ଅନେକ ଥ୍ରୀଡି ଜଳଜନ୍ତୁ, ଯାହା ଏଠାକାର ଅନ୍ୟତମ ଆକର୍ଷଣ। ଏଠାରେ ପ୍ରତିଦିନ ଦର୍ଶକଙ୍କ ଭିଡ଼ ଲାଗୁଛି। ୫୫ ଲକ୍ଷ ଟଙ୍କା ବ୍ୟୟରେ ‘ମିରର ମେଜ୍‌’ ନିର୍ମାଣ ହୋଇଛି। କାର୍ଟୁନ ସାଙ୍ଗକୁ ବିଭିନ୍ନ ରଙ୍ଗର ଆଲୋକ ଲାଗିଛି, ଯାହା ଦର୍ଶକଙ୍କ ମନକୁ ଅଧିକ ଆନନ୍ଦିତ କରୁଛି। ଏଠାରେ ପ୍ରବେଶ ପାଇଁ ଟିକେଟ ଦାମ୍‌ ୨୦ ଟଙ୍କା ରହିଛି। ସେହିପରି ସଂଗ୍ରହାଳୟ ବୁଲି ଦେଖିବା ଲାଗି ଟିକେଟ ମୂଲ୍ୟ ୨୦ ଟଙ୍କା ଧାର୍ଯ୍ୟ ହୋଇଛି। ମୋଟ ୪୦ ଟଙ୍କାରେ ପର୍ଯ୍ୟଟକ ଏହି ସ୍ଥାନ ବୁଲି ଯାଇପାରିବେ। ସଂଗ୍ରହାଳୟରେ ଆରୋଆନା, ପିରାନା, ରେଡ୍‌ କ୍ୟାଟ୍‌ ଫିସ୍‌ ଭଳି ଦେଶ ବିଦେଶର ବହୁ ବିରଳ ମାଛ ଓ ସାମୁଦ୍ରିକ ମାଛ ରଖାଯାଇଛି। ସଂଗ୍ରହାଳୟରେ ଏହି ଦୁଇ ନୂତନ ଯୋଜନା ଯୋଡ଼ି ହେବା ପରେ ଏଠାକୁ ଲୋକଙ୍କ ସୁଅ ଛୁଟୁଛି। ଆଗାମୀ ଦିନରେ ‘ମିରର ମେଜ୍‌’କୁ ସମ୍ପ୍ରସାରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାକୁ ଯାତାୟାତ ସୁବିଧା ରହିଛି। ବାଇକ୍‌, ଅଟୋ ସମେତ ଯେ କୌଣସି ଗାଡ଼ି ଯୋଗେ ଯାଇ ପହଞ୍ଚତ୍ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?