ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର ଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ ସମସ୍ତ ବିଭାଗ ଉଚ୍ଚ ପଦାଧିକାରୀ ଗଣ ଶୁକ୍ରବାର ପୂର୍ବାହ୍ନ ସାଢେ଼ ଦଶଟ ରେ ପରିଦର୍ଶନ କରିଥିଲେ। କେସିଙ୍ଗା ରେଳ ଷ୍ଟେଶନର ୧,୨,୩,୪ନମ୍ୱର ପ୍ଲାଟଫର୍ମକୁ ପରିଦର୍ଶନ କରି ଟିକିନିଖି ଯାଞ୍ଚ କରିଥିଲେ।୪ନମ୍ୱର୍ ରେ ଥିବା ଟିକେଟ କାଉଣ୍ଟର, ଅପର କ୍ଲାସ, ବୁକିଂ କାଉଣ୍ଟର, ଅତିଥି ଗୃହ, ବିଶ୍ରାମ ଗୃହ, ସମେତ ସିଡି, ଲିଫ୍ଟ, ବିଦ୍ୟୁତ୍ କରଣକୁ ଦେଖିଥିଲେ। କିନ୍ତୁ ବର୍ତ୍ତମାନ ଅଧିକାରୀ ଗଣ ପରିଦର୍ଶନ କରି ୧୦ ଦିନ ପରେ ପ୍ଲାଟଫର୍ମ ନଂ ୧ରେ ବିଭିନ୍ନ ଜାଗାରେ ଛାତରୁ ବର୍ଷା ପାଣି ଗଳୁଛି।

ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଯିବା ବେଳେ ପ୍ଲାଟଫର୍ମ ଭିତରେ ବର୍ଷା ଜଳରେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାରୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ନେଇ ଜେନେରାଲ ମ୍ୟାନେଜର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ସେ କହିଛନ୍ତି ଯେ ତାଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଅମୃତ ଭାରତ ଷ୍ଟେସନ ପ୍ରକଳ୍ପ ଅଧୀନରେ ବିକଶିତ ଯାତ୍ରୀ ସୁବିଧାର ଗୁଣବତ୍ତା ମୂଲ୍ୟାଙ୍କନ କରିବା ଏବଂ ସେଗୁଡ଼ିକୁ ଆହୁରି ଉନ୍ନତ କରିବା। ସେ ଦାବି କରିଛନ୍ତି ଯେ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ବିକାଶ ହୋଇଛି ।

ଯାତ୍ରୀଙ୍କ ଆଶା ପୂରଣ କରିବା ପାଇଁ ୧୨ମିଟର ଚଉଡା ଫୁଟ ଓଭରବ୍ରିଜ୍, ଲିଫ୍ଟ, ଆଧୁନିକ ପ୍ରତୀକ୍ଷା କକ୍ଷ, ନୂତନ ଶୌଚାଳୟ, ସର୍କୁଲେଟିଂ ଏରିଆ, ପ୍ରବେଶ ପଥ ଏବଂ ବୁକିଂ ଅଫିସ ଭଳି ସୁବିଧା ବିକଶିତ କରାଯାଇଛି। ଯେକୌଣସି ତ୍ରୁଟି ତାଙ୍କ ଦୃଷ୍ଟିକୁ ଆଣିବାକୁ ସେ ଅନୁରୋଧ କରିଛନ୍ତି । କିନ୍ତୁ ଶେଡ଼ରୁ ବିଭିନ୍ନ ଜାଗାରେ ବର୍ଷା ପାଣି ଗଲୁଥିବାରୁ ଯାତ୍ରୀମାନେ ବହୁତ ହଇରାଣ ହେଉଛନ୍ତି। ତେଣୁ ଯଥାଶୀଘ୍ର ଶେଡ଼ରୁ ଗଳୁଥିବା ପାଣି ବନ୍ଦ କରିବା ପାଇଁ କଳାହାଣ୍ଡି ରେଲବାଇ ଯାତ୍ରୀ ସଂଘର ସଭାପତି ସୁବାଷ ଜୈନ ଡ଼ି ଆର ଏମ୍ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ସୃଷ୍ଟି ହେଲା ଦୁର୍ଲଭ ରାଜଯୋଗ: କର୍କଟ ସମେତ ୫ ରାଶିଙ୍କ ଚମକିବ ଭାଗ୍ୟ, ଅଚାନକ ମିଳିବ ଖୁସିଖବର!

୨୦ ଅଗଷ୍ଟର ରାଶିଫଳ ଅନୁସାରେ, ଏହି ଦିନ ଚନ୍ଦ୍ରମା ଦିନ-ରାତି ବିଛା ରାଶିରେ ବିଶାଖା ପରେ ଅନୁରାଧା ନକ୍ଷତ୍ରରେ ଗୋଚର କରିବେ। ବିଛା ରାଶିରେ ଚନ୍ଦ୍ରମା ନୀଚସ୍ଥ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ଶ୍ରାବଣରେ ଶାହରୁଖ ଖାନ୍‌ଙ୍କ ଘରୁ ବାହାରିଲା ସାପ ଯୋଡ଼ି: ଜାଣନ୍ତୁ ଘରେ ସାପ ଆସିବା କେଉଁ ସଙ୍କେତ ଦିଏ…

ହିନ୍ଦୁ ଧର୍ମୀୟ ଶାସ୍ତ୍ରରେ ସାପକୁ ପୂଜନୀୟ ମନେ କରାଯାଏ। ଭଗବାନ ଶିବ ମଧ୍ୟ ନିଜ ବେକରେ ନାଗକୁ ଧାରଣ କରିଥିବାରୁ ନାଗଙ୍କୁ ନେଇ ଧାର୍ମିକ ମାନ୍ୟତା ରହିଛି।…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri