ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ପାଇବେ ସାମାଜିକ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ଶୀଘ୍ର ସାମାଜିକ ସୁରକ୍ଷା ମିଳିବ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଶ୍ରମ କୋଡର ୩ ବିଲ୍‌କୁ ଲୋକ ସଭାରେ ଶନିବାର ଉପସ୍ଥାପନ କରିଛନ୍ତି। ଏହା ମଧ୍ୟରେ କୋଡ୍‌ ଅନ୍‌ ଇଣ୍ଡଷ୍ଟ୍ରିଆଲ ରିଲେସନ, ସୋସିଆଲ ସିକ୍ୟୁରିଟି କୋଡ୍‌ ଏବଂ କୋଡ୍‌ ଅନ୍‌ ଅକ୍ୟୁପେଶନାଲ ସେଫ୍ଟି , ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ ସାମିଲ ରହିଛି। ଏହି ଆଇନଗୁଡିକ କାର୍ଯ୍ୟକାରୀ ହେଲେ ଶ୍ରମିକଙ୍କ ଉନ୍ନତୀକରଣ ଦିଗରେ ସହାୟକ ହେବ ବୋଲି ସରକାର ଆଶାବାଦୀ ରହିଛି। ଦେଶ ମଧ୍ୟରେ ଶ୍ରମ ସଂସ୍କାରକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ଗଙ୍ଗଓ୍ବାର ବିଲ୍‌ ଉପସ୍ଥାପନ କରି ଏଭଳି ମତ ରଖିଛନ୍ତି।
ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ବାବଦ ୩୦୦ ଶ୍ରମିକ ଯାଏ କାର୍ଯ୍ୟ କରୁଥିବା ଫାର୍ମଗୁଡିକ ସରକାରଙ୍କ ବିନା ଅନୁମତିରେ କର୍ମଚାରୀଙ୍କୁ ଛଟେଇ, ଆନ୍ତଃରାଜ୍ୟ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଅଧ୍ୟୟନ, ସାରା ଦେଶରେ ନୂ୍ୟନତମ ମଜୁରି, ରାଷ୍ଟ୍ରୀୟ ଫ୍ଲୋର ଲେବଲ୍‌ ମଜୁରି, ନୂ୍ୟନତମ ମଜୁରି ନିର୍ଦ୍ଧାରଣ ଲାଗି ପରିଷଦ ଗଠନ ଭଳି ପ୍ରସଙ୍ଗ ବିଲ୍‌ରେ ଗୁରୁତ୍ୱ ଲାଭ କରିଛି। ସେହିଭଳି କୌଶଳ ଏବଂ ଭୌଗୋଳିକ ସ୍ଥିତି ଅନୁସାରେ ମଜୁରି ପ୍ରଦାନ, ୧୫ ହଜାର ଟଙ୍କାର ନୂ୍ୟନତମ ବେତନ ପ୍ରଦାନର ସମ୍ଭାବନା ମଧ୍ୟ ଏଥିରେ ସାମିଲ ରହିଛି। ଏ ନେଇ ଚୂଡାନ୍ତ ନିଷ୍ପତ୍ତି କମିଟି ନେବ ବୋଲି ଜଣାପଡିଛି। ଅପରପକ୍ଷରେ ଠିକ୍‌ ସମୟରେ ବେତନ ପ୍ରଦାନ ନେଇ ନିୟମ ପ୍ରଣୟନ, ପୁରୁଷ ଏବଂ ମହିଳା କର୍ମଚାରୀଙ୍କୁ ବେତନରେ ତାରତମ୍ୟ ନ କରିବା ଭଳି ବିଭିନ୍ନ ପ୍ରସଙ୍ଗ ବିଲ୍‌ରେ ସ୍ଥାନିତ ହୋଇଛି। କେନ୍ଦ୍ର ସରକାର ୪୪ ଶ୍ରମ ଆଇନରେ ପରିବର୍ତ୍ତନ ଆଣିବା ସହ ଏହାକୁ ୪ଟି ଶ୍ରମ କୋଡ୍‌ରେ ରୂପାନ୍ତରିତ କରିଛନ୍ତି। ସେହିଭଳି ୧୨ ଆଇନକୁ ରଦ୍ଦ କରାଯିବା ସହ ପୁରୁଣା ୪୪ ଆଇନ ମଧ୍ୟରୁ ୩ ଆଇନକୁ ନୂଆ କୋଡ୍‌ରେ ସାମିଲ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ୨୯ ଆଇନ ବଦଳରେ ୪ ଶ୍ରମ କୋଡ୍‌ କାର୍ଯ୍ୟ କରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?