ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ପାଇବେ ସାମାଜିକ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ମଧ୍ୟରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ଶୀଘ୍ର ସାମାଜିକ ସୁରକ୍ଷା ମିଳିବ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଶ୍ରମ କୋଡର ୩ ବିଲ୍‌କୁ ଲୋକ ସଭାରେ ଶନିବାର ଉପସ୍ଥାପନ କରିଛନ୍ତି। ଏହା ମଧ୍ୟରେ କୋଡ୍‌ ଅନ୍‌ ଇଣ୍ଡଷ୍ଟ୍ରିଆଲ ରିଲେସନ, ସୋସିଆଲ ସିକ୍ୟୁରିଟି କୋଡ୍‌ ଏବଂ କୋଡ୍‌ ଅନ୍‌ ଅକ୍ୟୁପେଶନାଲ ସେଫ୍ଟି , ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ ସାମିଲ ରହିଛି। ଏହି ଆଇନଗୁଡିକ କାର୍ଯ୍ୟକାରୀ ହେଲେ ଶ୍ରମିକଙ୍କ ଉନ୍ନତୀକରଣ ଦିଗରେ ସହାୟକ ହେବ ବୋଲି ସରକାର ଆଶାବାଦୀ ରହିଛି। ଦେଶ ମଧ୍ୟରେ ଶ୍ରମ ସଂସ୍କାରକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ଗଙ୍ଗଓ୍ବାର ବିଲ୍‌ ଉପସ୍ଥାପନ କରି ଏଭଳି ମତ ରଖିଛନ୍ତି।
ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ବାବଦ ୩୦୦ ଶ୍ରମିକ ଯାଏ କାର୍ଯ୍ୟ କରୁଥିବା ଫାର୍ମଗୁଡିକ ସରକାରଙ୍କ ବିନା ଅନୁମତିରେ କର୍ମଚାରୀଙ୍କୁ ଛଟେଇ, ଆନ୍ତଃରାଜ୍ୟ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଅଧ୍ୟୟନ, ସାରା ଦେଶରେ ନୂ୍ୟନତମ ମଜୁରି, ରାଷ୍ଟ୍ରୀୟ ଫ୍ଲୋର ଲେବଲ୍‌ ମଜୁରି, ନୂ୍ୟନତମ ମଜୁରି ନିର୍ଦ୍ଧାରଣ ଲାଗି ପରିଷଦ ଗଠନ ଭଳି ପ୍ରସଙ୍ଗ ବିଲ୍‌ରେ ଗୁରୁତ୍ୱ ଲାଭ କରିଛି। ସେହିଭଳି କୌଶଳ ଏବଂ ଭୌଗୋଳିକ ସ୍ଥିତି ଅନୁସାରେ ମଜୁରି ପ୍ରଦାନ, ୧୫ ହଜାର ଟଙ୍କାର ନୂ୍ୟନତମ ବେତନ ପ୍ରଦାନର ସମ୍ଭାବନା ମଧ୍ୟ ଏଥିରେ ସାମିଲ ରହିଛି। ଏ ନେଇ ଚୂଡାନ୍ତ ନିଷ୍ପତ୍ତି କମିଟି ନେବ ବୋଲି ଜଣାପଡିଛି। ଅପରପକ୍ଷରେ ଠିକ୍‌ ସମୟରେ ବେତନ ପ୍ରଦାନ ନେଇ ନିୟମ ପ୍ରଣୟନ, ପୁରୁଷ ଏବଂ ମହିଳା କର୍ମଚାରୀଙ୍କୁ ବେତନରେ ତାରତମ୍ୟ ନ କରିବା ଭଳି ବିଭିନ୍ନ ପ୍ରସଙ୍ଗ ବିଲ୍‌ରେ ସ୍ଥାନିତ ହୋଇଛି। କେନ୍ଦ୍ର ସରକାର ୪୪ ଶ୍ରମ ଆଇନରେ ପରିବର୍ତ୍ତନ ଆଣିବା ସହ ଏହାକୁ ୪ଟି ଶ୍ରମ କୋଡ୍‌ରେ ରୂପାନ୍ତରିତ କରିଛନ୍ତି। ସେହିଭଳି ୧୨ ଆଇନକୁ ରଦ୍ଦ କରାଯିବା ସହ ପୁରୁଣା ୪୪ ଆଇନ ମଧ୍ୟରୁ ୩ ଆଇନକୁ ନୂଆ କୋଡ୍‌ରେ ସାମିଲ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ୨୯ ଆଇନ ବଦଳରେ ୪ ଶ୍ରମ କୋଡ୍‌ କାର୍ଯ୍ୟ କରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri