ଭାରତୀୟ ବାୟୁସେନା ବିମାନର ଲକ୍ଷ୍ୟ ଚ୍ୟୁତ ନ ହୋଇଥିଲେ କାର୍ଗିଲ ଯୁଦ୍ଧରେ ପରଭେଜଙ୍କ ଘଟିଥାନ୍ତା ମୃତ୍ୟୁ…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ତଥା ଆର୍ମି ଜେନେରାଲ ପରଭେଜ ମୁଶରଫଙ୍କ ଦୁବାଇରେ ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଭେଜ ମୁଶରଫ ଭାରତର ଏକ ଜଣାଶୁଣା ନାମ, ଏହାର କାରଣ ହେଉଛି ଯେ ଆଗ୍ରାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସରକାରଙ୍କ ସହିତ ଦ୍ୱିପାକ୍ଷିକକଥାବାର୍ତ୍ତା ପରେ ତୁରନ୍ତ ଭାରତର ପଛରେ ଛୁରା ଭୁଶିବା ଭଳି କାର୍ଯ୍ୟ କରିଥିଲେ।

କାର୍ଗିଲ ଯୁଦ୍ଧ ପଛର ମାଷ୍ଟର ମାଇଣ୍ଡ ପରଭେଜ ମୁଶରଫ ଥିଲେ। ଅବଶ୍ୟ, ଖୁବ କମ ଲୋକ ଜାଣିଥିବେ ଯେ ପରଭେଜ ମୁଶରଫଙ୍କ ଏହି ଦୁଃସାହସ ତାଙ୍କ ଜୀବନର ଶେଷ ବୋଲି ପ୍ରମାଣିତ ହୋଇଥାନ୍ତା। କାର୍ଗିଲ ଯୁଦ୍ଧ ସମୟରେ ସେ ଏବଂ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏକ ଭାରତୀୟ ଯୁଦ୍ଧ ବିମାନର ବୋମାମାଡ଼ର ଟାର୍ଗେଟ ହୋଇପାରିଥାନ୍ତେ। ଏଥିରେ ପରଭେଜ ଏବଂ ନଓ୍ବାଜଙ୍କ ମୃତ୍ୟୁ ଘଟିଥାନ୍ତା। ମାତ୍ର ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ଲକ୍ଷ୍ୟ ଚ୍ୟୁତ ହେବାରୁ ଉଭୟେ ବଞ୍ଚି ଯାଇଥିଲେ।

ଏହା ଭାରତ ସରକାରଙ୍କ ଏକ ଡକ୍ୟୁମେଣ୍ଟରୁ ପ୍ରକାଶ ପାଇଥିଲା। ଏକ ଇଂରାଜୀ ଖବରକାଗଜ ରିପୋର୍ଟ ଅନୁଯାୟୀ, ୨୪ ଜୁନ ୧୯୯୯ରେ, ଭାରତୀୟ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଏଲଓସି ଉପରେ ଉଡ଼ିଥିଲା। ଏହି ବିମାନଟି ଲେଜର ଗାଇଡ ସିଷ୍ଟମ ସହିତ ପାକିସ୍ତାନୀ ସେନା ବେସ ଉପରେ ବୋମା ବିସ୍ଫୋରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ବିମାନ ପଛରେ ଆସୁଥିବା ଦ୍ୱିତୀୟ ଜାଗୁଆର ବିମାନକୁ ବୋମା ଦିଆଯାଇଥିଲା। ବିମାନର ପାଇଲଟ ଲୋସି ନିକଟ ଗୁଲଟେରୀରେ ପାକିସ୍ତାନୀ ସେନା ସ୍ଥିତିକୁ ଟାର୍ଗେଟ କରିଥିଲେ କିନ୍ତୁ ଲେଜର ବାସ୍କେଟରୁ ବୋମା ଖସିଯିବାରୁ ବୋମା ଲକ୍ଷ୍ୟଭେଦ କରି ପାରି ନ ଥିଲା। ଏହା ପରେ ନିଶ୍ଚିତ କରାଯାଇଥିଲା ଯେ ଗୁଲଟେରୀରେ ତତ୍କାଳୀନ ପାକିସ୍ତାନୀ ସେନା ମୁଖ୍ୟ ପରଭେଜ ମୁଶରଫ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଉପସ୍ଥିତ ଥିଲେ। ତେବେ ଯେତେବେଳେ ଜାଗୁଆର ଲକ୍ଷ୍ୟଭେଦ କରିଥିଲା, ସେତେବେଳେ ଗୁଲଟେରୀରେ ପରଭେଜ ମୁଶରଫ ଏବଂ ନୱାଜ ସରିଫ ଉପସ୍ଥିତ ଥିବା ଜଣା ପଡି ନ ଥିଲା।

ସୂଚନାଯୋଗ୍ୟ,ମେ ରୁ ଜୁଲାଇ ୧୯୯୯ ମଧ୍ୟରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା। ପାକିସ୍ତାନୀ ସୈନ୍ୟମାନେ ଗୁପ୍ତରେ କାର୍ଗିଲର ଉଚ୍ଚ ପାହାଡ ଉପରେ ଅନୁପ୍ରବେଶକାରୀ ଭାବେ ଲୁଚି ରହିଥିଲେ। ପରେ ଯୁଦ୍ଧ ସମୟରେ ଏହା ଜଈାପଡ଼ିଥିଲା ଯେ ଅନୁପ୍ରବେଶକାରୀମାନେ ପାକିସ୍ତାନୀ ସେନା କର୍ମଚାରୀ ଥିଲେ। ଏହା ପରେ ଭାରତୀୟ ସେନା ପାକିସ୍ତାନୀ ସେନାକୁ ନିଜ ଦେଶରୁ ବାହାର କରିଦେବା ପାଇଁ ଅପରେଶନ ବିଜୟ ଆରମ୍ଭ କରିଥିଲା। ପ୍ରାୟ ଦୁଇମାସ ଧରି ଚାଲିଥିବା ଯୁଦ୍ଧ ପରେ ପାକିସ୍ତାନ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri