ଆଇଲ୍ୟାସେସ୍‌ ବ୍ୟବହାର କରୁଥିଲେ…

ଆଖିକୁ ସୁନ୍ଦର କରିବା ପାଇଁ କେହି କାଜଲ ତ କିଏ ଆଇଲାଇନର, ମସ୍‌କରା ଆଉ ଆଇଶ୍ୟାଡୋ ଭଳି ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । ଏମିତିକି କେହି କେହି ଆଖିକୁ ଆଟ୍ରାକ୍ଟିଭ୍‌ କରିବା ଲାଗି ଆର୍ଟିଫିସିଆଲ୍‌ ଆଇଲ୍ୟାସ୍‌ ଲଗାଇବାକୁ ବି ପଛାଉ ନାହାନ୍ତି। ହେଲେ ଏହି ୟୁଜ୍‌ ଆଣ୍ଡ୍‌ ଥ୍ରୋ ଆଇଲ୍ୟାସେସ୍‌ ଆଖିକୁ ସୁନ୍ଦର ତ କରୁଛି, ହେଲେ ଏହାର ଅଧିକ ବ୍ୟବହାର ଆଖି ପାଇଁ କ୍ଷତିକାରକ ସାଜୁଛି…

ଆଇଲ୍ୟାସେସ୍‌ ଆଖିକୁ ସୁନ୍ଦର ଏବଂ ଆକର୍ଷଣୀୟ କରିଥାଏ। ହେଲେ ଆପଣଙ୍କ ଆଖିପତା ବହୁତ ସୂକ୍ଷ୍ମ ଏବଂ କୋମଳ ହୋଇଥାଏ। ତେଣୁ ବାରମ୍ବାର ଏଭଳି ଆଇଲ୍ୟାସେସ୍‌ ଲଗାଇବା କ୍ଷତିକାରକ ହୋଇପାରେ। ଏହି ଆର୍ଟିଫିସିଆଲ୍‌ ପ୍ରଡକ୍ଟ କାହା କାହାଠାରେ ସଂକ୍ରମଣ ଭଳି ସମସ୍ୟା ଉପୁଜାଇଥାଏ, ଏମିତିକି ଏଥିପାଇଁ ଆଖିପତାର ବାଳ ମଧ୍ୟ ଝଡ଼ିଥାଏ।
ବଡ଼ ଆଇଲ୍ୟାସେସ୍‌ ବ୍ୟବହାର କରିବା ଯୋଗୁ ଆଖି ଚାରିପାଖେ ଇରିଟେଶନ୍‌ ଏବଂ ଇଚିଂ ପରି ସମସ୍ୟା ହୋଇଥାଏ। ଏଥିସହ ଆଇଲ୍ୟାସେସ୍‌ ଲଗେଇବା ସମୟରେ ବ୍ୟବହୃତ ହେଉଥିବା ଅଠାରେ କେତେକଙ୍କର ଆଲର୍ଜି ହୋଇ ଆଖିପତା କୁଣ୍ଡେଇ ହୋଇ ଲାଲ୍‌ ପଡ଼ିଯାଏ।
କେହି କେହି ଖର୍ଚ୍ଚ କମିବା ଉଦ୍ଦେଶ୍ୟରେ ଅନ୍ୟର ବ୍ୟବହୃତ ଆଇଲ୍ୟାସେସ୍‌କୁ ପୁଣି ବ୍ୟବହାର କରିଥା’ନ୍ତି। ହେଲେ ଏହାଦ୍ୱାରା ଇନ୍‌ଫେକ୍ସନ୍‌ର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ କାହାର ଆଇଲ୍ୟାସେସ୍‌ ବ୍ୟବହାର କରନ୍ତୁ ନାହିଁ କିମ୍ବା ନିଜର ଆଉ କାହାକୁ ଦିଅନ୍ତୁ ନାହିଁ।
ଏହାକୁ ଲଗାଇବା ପାଇଁ ଗ୍ଲୁ ଆବଶ୍ୟକ ହୋଇଥାଏ। ହେଲେ ବାରମ୍ବାର ଏହି ଗ୍ଲୁ ଲାଗି ଆପଣଙ୍କ ପ୍ରାକୃତିକ ଆଖିବାଳ ବଢ଼ିବା ବନ୍ଦ ହୋଇଯାଏ ଏବଂ କୃତ୍ରିମ ଆଇଲ୍ୟାସ୍‌ସେର ଭାରରେ ସେଗୁଡ଼ିକ ଛିଡ଼ିଥାଏ ଏବଂ ଫଲିକଲ୍‌କୁ୍‌ କ୍ଷତି ପହଞ୍ଚାଇଥାଏ।
ଆଇଲ୍ୟାସେସ୍‌ଗୁଡ଼ିକୁ ସୁନ୍ଦର ଏବଂ ଆଖିପତାରେ ଦୀର୍ଘ ସମୟ ପାଇଁ ରହିବା ଲାଗି ଫାର୍ମଲଡିହାଇଡ୍‌ ଏବଂ ଲ୍ୟାଟେକ୍ସ ଭଳି ରାସାୟନିକ ମିଶାଯାଇଥାଏ, ଯଦ୍ଦ୍ବାରା ଆଖିଫୁଲିବା ସହ ଦୃଷ୍ଟିଶକ୍ତି ହ୍ରାସ ପାଏ।
ଏହାର ଅଧିକ ବ୍ୟବହାର ଯୋଗୁ ଆଖିରେ ଲୁବ୍ରିକେଶନ୍‌ର ମାତ୍ରା କମିଯାଏ ଏବଂ ଡ୍ରାଏ ଆଇଜ୍‌ ସମସ୍ୟା ଉପୁଜେ। ଶସ୍ତା ଏବଂ ଏକ୍ସପାୟର ହୋଇଥିବା ଆଇ କସ୍‌ମେଟିକ୍‌ ପ୍ରଡକ୍ଟ ଯୋଗୁ ଆଖି କୁଣ୍ଡେଇହେବା ସହ ଅସ୍ପଷ୍ଟ ଦେଖାଯିବା, ଡର୍ମାଟାଇଟିସ୍‌ ଏବଂ ଲାଇଟ୍‌ ସେନ୍‌ସିଟିଭିଟି ପରି ସମସ୍ୟା ଦେଖାଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri