ଆଇଲ୍ୟାସେସ୍‌ ବ୍ୟବହାର କରୁଥିଲେ…

ଆଖିକୁ ସୁନ୍ଦର କରିବା ପାଇଁ କେହି କାଜଲ ତ କିଏ ଆଇଲାଇନର, ମସ୍‌କରା ଆଉ ଆଇଶ୍ୟାଡୋ ଭଳି ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । ଏମିତିକି କେହି କେହି ଆଖିକୁ ଆଟ୍ରାକ୍ଟିଭ୍‌ କରିବା ଲାଗି ଆର୍ଟିଫିସିଆଲ୍‌ ଆଇଲ୍ୟାସ୍‌ ଲଗାଇବାକୁ ବି ପଛାଉ ନାହାନ୍ତି। ହେଲେ ଏହି ୟୁଜ୍‌ ଆଣ୍ଡ୍‌ ଥ୍ରୋ ଆଇଲ୍ୟାସେସ୍‌ ଆଖିକୁ ସୁନ୍ଦର ତ କରୁଛି, ହେଲେ ଏହାର ଅଧିକ ବ୍ୟବହାର ଆଖି ପାଇଁ କ୍ଷତିକାରକ ସାଜୁଛି…

ଆଇଲ୍ୟାସେସ୍‌ ଆଖିକୁ ସୁନ୍ଦର ଏବଂ ଆକର୍ଷଣୀୟ କରିଥାଏ। ହେଲେ ଆପଣଙ୍କ ଆଖିପତା ବହୁତ ସୂକ୍ଷ୍ମ ଏବଂ କୋମଳ ହୋଇଥାଏ। ତେଣୁ ବାରମ୍ବାର ଏଭଳି ଆଇଲ୍ୟାସେସ୍‌ ଲଗାଇବା କ୍ଷତିକାରକ ହୋଇପାରେ। ଏହି ଆର୍ଟିଫିସିଆଲ୍‌ ପ୍ରଡକ୍ଟ କାହା କାହାଠାରେ ସଂକ୍ରମଣ ଭଳି ସମସ୍ୟା ଉପୁଜାଇଥାଏ, ଏମିତିକି ଏଥିପାଇଁ ଆଖିପତାର ବାଳ ମଧ୍ୟ ଝଡ଼ିଥାଏ।
ବଡ଼ ଆଇଲ୍ୟାସେସ୍‌ ବ୍ୟବହାର କରିବା ଯୋଗୁ ଆଖି ଚାରିପାଖେ ଇରିଟେଶନ୍‌ ଏବଂ ଇଚିଂ ପରି ସମସ୍ୟା ହୋଇଥାଏ। ଏଥିସହ ଆଇଲ୍ୟାସେସ୍‌ ଲଗେଇବା ସମୟରେ ବ୍ୟବହୃତ ହେଉଥିବା ଅଠାରେ କେତେକଙ୍କର ଆଲର୍ଜି ହୋଇ ଆଖିପତା କୁଣ୍ଡେଇ ହୋଇ ଲାଲ୍‌ ପଡ଼ିଯାଏ।
କେହି କେହି ଖର୍ଚ୍ଚ କମିବା ଉଦ୍ଦେଶ୍ୟରେ ଅନ୍ୟର ବ୍ୟବହୃତ ଆଇଲ୍ୟାସେସ୍‌କୁ ପୁଣି ବ୍ୟବହାର କରିଥା’ନ୍ତି। ହେଲେ ଏହାଦ୍ୱାରା ଇନ୍‌ଫେକ୍ସନ୍‌ର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ କାହାର ଆଇଲ୍ୟାସେସ୍‌ ବ୍ୟବହାର କରନ୍ତୁ ନାହିଁ କିମ୍ବା ନିଜର ଆଉ କାହାକୁ ଦିଅନ୍ତୁ ନାହିଁ।
ଏହାକୁ ଲଗାଇବା ପାଇଁ ଗ୍ଲୁ ଆବଶ୍ୟକ ହୋଇଥାଏ। ହେଲେ ବାରମ୍ବାର ଏହି ଗ୍ଲୁ ଲାଗି ଆପଣଙ୍କ ପ୍ରାକୃତିକ ଆଖିବାଳ ବଢ଼ିବା ବନ୍ଦ ହୋଇଯାଏ ଏବଂ କୃତ୍ରିମ ଆଇଲ୍ୟାସ୍‌ସେର ଭାରରେ ସେଗୁଡ଼ିକ ଛିଡ଼ିଥାଏ ଏବଂ ଫଲିକଲ୍‌କୁ୍‌ କ୍ଷତି ପହଞ୍ଚାଇଥାଏ।
ଆଇଲ୍ୟାସେସ୍‌ଗୁଡ଼ିକୁ ସୁନ୍ଦର ଏବଂ ଆଖିପତାରେ ଦୀର୍ଘ ସମୟ ପାଇଁ ରହିବା ଲାଗି ଫାର୍ମଲଡିହାଇଡ୍‌ ଏବଂ ଲ୍ୟାଟେକ୍ସ ଭଳି ରାସାୟନିକ ମିଶାଯାଇଥାଏ, ଯଦ୍ଦ୍ବାରା ଆଖିଫୁଲିବା ସହ ଦୃଷ୍ଟିଶକ୍ତି ହ୍ରାସ ପାଏ।
ଏହାର ଅଧିକ ବ୍ୟବହାର ଯୋଗୁ ଆଖିରେ ଲୁବ୍ରିକେଶନ୍‌ର ମାତ୍ରା କମିଯାଏ ଏବଂ ଡ୍ରାଏ ଆଇଜ୍‌ ସମସ୍ୟା ଉପୁଜେ। ଶସ୍ତା ଏବଂ ଏକ୍ସପାୟର ହୋଇଥିବା ଆଇ କସ୍‌ମେଟିକ୍‌ ପ୍ରଡକ୍ଟ ଯୋଗୁ ଆଖି କୁଣ୍ଡେଇହେବା ସହ ଅସ୍ପଷ୍ଟ ଦେଖାଯିବା, ଡର୍ମାଟାଇଟିସ୍‌ ଏବଂ ଲାଇଟ୍‌ ସେନ୍‌ସିଟିଭିଟି ପରି ସମସ୍ୟା ଦେଖାଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?