Posted inଫୁରସତ

ବର, ଅଶ୍ୱତ୍ଥ ଗଛ ରୋପଣ ନିଶା

ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୯ମସିହାରୁ ବିଭିନ୍ନ ସ୍ଥାନରେ ସେ ବୃକ୍ଷରୋପଣ କାର୍ଯ୍ୟ ଜାରିରଖିଛନ୍ତି। ସେ ହେଲେ ସୁବାସ ନାୟକ। ଜଣେ ସାମାଜିକ କର୍ମୀ। ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ ଆଙ୍ଗିସିଙ୍ଗି ଗଁାରେ ଘର। ସୁବାସ କୁହନ୍ତି, ପରିବେଶ ପାଇଁ ବର ଓ ଅଶ୍ୱତ୍ଥ ଗଛ ଦରକାର ମାତ୍ର ଏହି ଗଛସଂଖ୍ୟା ଆସ୍ତେ ଆସ୍ତେ କମିବାରେ ଲାଗିଛି। ବର ଓ ଅଶ୍ୱତ୍ଥ ଗଛକୁ ଲୋକେ ପୂଜା କରୁଥିଲେ ହେଁ ନୟାଗଡ଼ ଜିଲାରେ ଧୀରେ ଧୀରେ ଏହାର ସଂଖ୍ୟା ହ୍ରାସ ପାଇ ଚାଲିଥିଲା ।

ଏଭଳି ସମୟରେ ବର ଓ ଅଶ୍ୱତ୍ଥ ଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲି। ପ୍ରତିଦିନ ସକାଳୁ ସକାଳୁ ଚାରା ସଂଗ୍ରହ ପାଇଁ ବାଇକରେ ବାହାରି ପଡ଼ିଥାଏ। ଏଥିପାଇଁ କେଉଁ ଦିନ କେଉର୍ଁ ଅଞ୍ଚଳ ଆଡ଼େ ଯାଏ ଠିକ୍‌ ଭାବେ ନିର୍ଦ୍ଦିଷ୍ଟ କରି ନ ଥାଏ। ମାତ୍ର ପ୍ରତିଦିନ କିଛି ନା କିଛି ବର ଓ ଅଶ୍ୱତ୍ଥ ଚାରା ସଂଗ୍ରହ କରି ଫେରିଥାଏ। ଆଉ ସଂଗ୍ରହ କରିଥିବା ଚାରାଗୁଡ଼ିକ ପୋତିବା ପାଇଁ ଆମ ଅଞ୍ଚଳର ଆଖପାଖ ଗାଁର ମଶାଣି ପାଖ ଜାଗା ଓ ରାସ୍ତାକଡ଼କୁ ବାଛିଥାଏ। ଆଗରୁ ଅନ୍ୟ ଗଛ ଳଗାଉଥିଲେ ବି ୨୦୧୯ରୁ ବର ଓ ଅଶ୍ୱତ୍ଥ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନୟାଗଡ଼ ଜିଲାର ଗୁଞ୍ଜବାରଣ, ଗୋଡ଼ିପଡ଼ା, ବାଉଁଶିଆ, ଦୁର୍ଗାପ୍ରସାଦ, କରଡ଼ାଶାସନ, ଅସୁରଢ଼ିପା, ଆଙ୍ଗିସିଙ୍ଗି, ବଡ଼ଗୋରଡ଼ା ଗାଁର ବିଭିନ୍ନ ଶ୍ମଶାନରେ ବର ଓ ଅଶ୍ୱତ୍ଥ ଗଛ ଲଗାଇବାର ପ୍ରୟାସ ଚାଲୁରହିଛି। ଓଡ଼ଗଁା ବ୍ଲକର ବିଭିନ୍ନ ଗଁାର ରାସ୍ତାକଡ଼ରେ ମଧ୍ୟ ବୃକ୍ଷରୋପଣ ହୋଇଛି। ଏମିତିରେ ବିଭିନ୍ନ ଶ୍ମଶାନ, ନଦୀକୂଳ, ରାସ୍ତାକଡ଼ରେ ୪ ବର୍ଷ ଭିତରେ ପ୍ରାୟ ୧,୧୨୨ଟି ଗଛ ଲଗାଇସାରିଲିଣି। ବର ଓ ଅଶ୍ୱତ୍ଥ ଗଛକୁ ଥାନା, ଫାଣ୍ଡି ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କୁ ଉପହାର ରୂପେ ଦିଏ ।

ଗଛ ଲଗାଇବାକୁ ପରାମର୍ଶ ଦିଏ । ଗଛର ଉପକାରିତା ବୁଝାଏ । ବର ଓ ଅଶ୍ୱତ୍ଥ ପରି ଉପକାରୀ ଗଛକୁ ନଷ୍ଟ ନ କରିବାକୁ ଅନୁରୋଧ କରେ। ବର ଓ ଅଶ୍ୱତ୍ଥ ଗଛ ଗୋଟିଏ ଗୋଟିଏ ଜୈବ ବିବିଧତାର ଗନ୍ତାଘର । ପରିବେଶ ପାଇଁ ଏହି ଗଛର ନିହାତି ଆବଶ୍ୟକତା ରହିଛି ।
-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri