Posted inଫୁରସତ

ଶୁଆ ଚଲାଉଛି ୟୁଟ୍ୟୁବ୍‌, ଦେଖିଲେ ଲାଖିଯିବ ଆଖି

ଆପଣ ନିଶ୍ଚୟ ଅନେକ ଶୁଆଙ୍କୁ ଦେଖିଥିବେ ଯେଉଁମାନେ ରହୁଥିବା ଘରର ସଦସ୍ୟଙ୍କ ନାଁ ଧରି ଡାକନ୍ତି। କିନ୍ତୁ ଦେଖିଛନ୍ତି କି ଶୁଆ କେବେ ୟୁଟ୍ୟୁବ୍‌ ଚଲାଇବାର? ନ ଦେଖିଲେ ବିଶ୍ୱାସ କରି ହେବନି। ତେବେ ଦେଖନ୍ତୁ ଏପରି କିଛି ଦୃଶ୍ୟ…

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କାଟିହର ଜିଲାରେ। ଏଠାରେ ଥିବା ଏକ ଶୁଆ କେବଳ ୟୁଟ୍ୟୁବ୍‌ ଚଲାଏନି ବରଂ ନିଜ ସମ୍ବନ୍ଧୀୟ ଭିଡିଓ ସର୍ଚ୍ଚ କରି ମଧ୍ୟ ଦେଖେ।

ମୋବାଇଲ୍‌ ପ୍ରିୟ ଏହି ଶୁଆଟି କାଟିହରର ନୟାଟୋଲାରେ ରହୁଥିବା ରାଜେଶ କୁମାର ବର୍ମାଙ୍କ ଘରେ। ଯାହାର ନାମ ମିଟୁ। ଏହା କେବଳ ଘରେ ଥିବା ଲୋକଙ୍କ ନାଁ ଧରି ଡାକି ନ ଥାଏ, ସେମାନଙ୍କ ସହିତ ଖେଳେ ଏବଂ ୟୁଟ୍ୟୁବ୍‌ରେ ନିଜ ପସନ୍ଦର ଭିଡିଓ ମଧ୍ୟ ଦେଖେ।

ଶୁଆଟିର ଏପରି ଅଭ୍ୟାସ ହୋଇଯାଇଛି ଯେ, ଏହା ମୋବାଇଲ ବିନା ବଞ୍ଚିବା ଅସମ୍ଭବ। ଘରର ଲୋକମାନେ ମିଟୁଙ୍କୁ ସେମାନଙ୍କର ସନ୍ତାନ ଭାବରେ ଦେଖିଥାନ୍ତି। ସେ ମଧ୍ୟ ଘରର ଜଣେ ସଦସ୍ୟ। ଶୁଆଟି ପରିବାର ଲୋକଙ୍କ ମନୋରଞ୍ଜନ କରିଥାଏ। ଏପରିକି କୌଣସି ମାନସିକ ଅବସାଦ ଥିଲେ ମିଟୁ ସମସ୍ତ ଦୂର କରିଦେଇଥାଏ ବୋଲି ପରିବାର ସଦସ୍ୟମାନେ କୁହନ୍ତି।

କୌଣସି ଅଶୁଭ ଘଟଣା ସମ୍ପର୍କରେ ମିଟୁ ହିଁ ଘରଲୋକଙ୍କୁ ପ୍ରଥମେ ସୂଚନା ଦେଇଥାଏ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜରମାନେ କହୁଛନ୍ତି, ଏହି ଡିଜିଟାଲ ଯୁଗରେ କେବଳ ମଣିଷ ନୁହନ୍ତି, ବର୍ତ୍ତମାନ ପଶୁପକ୍ଷୀମାନେ କୌଶଳ ଜାଣିଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମ ତାଳଧ୍ୱଜ

ଶ୍ରୀକ୍ଷେତ୍ର ତୁଲ୍ୟ ତୁଳସୀ କ୍ଷେତ୍ରରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ତନ୍ମଧ୍ୟରୁ ରଥଯାତ୍ରା ମୁଖ୍ୟ। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥର ନାମ ବ୍ରହ୍ମ...

ଜାଣନ୍ତି ୭୦୦ ବର୍ଷ ତଳେ ବି କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଲୋକେ, ୪୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି ବଞ୍ଚାଇଥିଲେ ଜୀବନ

ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବାରୁ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କାରଣ ଏହା ଏକ ସଂକ୍ରାମକ ରୋଗ। ଏହାକୁ ରୋକିବା...

ମଲା ମଶା ଧରି କୋର୍ଟରେ କଏଦୀ

ମୁମ୍ବାଇ: ଜେଲରେ ମଶାମାନଙ୍କ ପାଦୁର୍ଭାବ ଟିକେ ଅଧିକ। ତେବେ ମଶାକାମୁଡ଼ାରେ ଅତିଷ୍ଠ ହୋଇ ମୁମ୍ବାଇରେ ଜଣେ କଏଦୀ ଅଜବ ଘଟଣା ଘଟେଇ ଦେଇଛନ୍ତି। କଏଦୀ ଜଣକ...

ଉଡୁଥିଲା ଡ୍ରୋନ୍‌, ଖାଇଗଲା କୁମ୍ଭୀର; ଫଟୋ ଶେୟାର କଲେ ଗୁଗଲ୍‌ ସିଇଓ

ଗୁଗଲ ଏବଂ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇ ନିଜ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ,ଯାହା ଖୁବ୍‌ ଭାଇରାଲ ହେଉଛି। ପିଚାଇ ଏମିତି ଭିଡିଓ...

ଚୋରରୁ ହିରୋ, ପୂରା ଘଟଣା ଜାଣିଲେ…

ଆଜିକାଲି ସୋସିଆଲ ମିଡିଆରେ ଜଣେ ଦାନବୀର ଚୋରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଛତିଶଗଡ଼ର ଦୁର୍ଗ ଏସ୍‌ପି ଡକ୍ଟର ଅଭିଷେକ ପଲ୍ଲବ ଏବଂ ଜଣେ ଚୋରଙ୍କ...

ଏହି ଦେଶରେ ଛାତ୍ରୀଛାତ୍ରଙ୍କ ଅନ୍ତଃବସ୍ତ୍ରର ରଙ୍ଗ ବି ସ୍ଥିର କରିଥାଏ ବିଦ୍ୟାଳୟ, ଜାଣନ୍ତୁ ଏଠାରେ ଆହୁରି ରହିଛି ଅଜବ ନିୟମ

ଟୋକିଓ,୨୬ା୧୨: ଜାପାନର କିଛି ବିଦ୍ୟାଳୟରେ ଛାତ୍ରୀଛାତ୍ର ପିନ୍ଧୁଥିବା ଡ୍ରେସଠାରୁ ଆରମ୍ଭ କରି ବ୍ୟାଗ୍‌, ଜୋତା ଏପରିକି ଅନ୍ତଃବସ୍ତ୍ରର ରଙ୍ଗ ମଧ୍ୟ ଉକ୍ତ ବିଦ୍ୟାଳୟଗୁଡ଼ିକ ସ୍ଥିର କରିଥା’ନ୍ତି।...

ଏମିତି ଶିକ୍ଷକ, ଯିଏ ପ୍ରତିଦିନ କରନ୍ତି ଛାତ୍ରୀଙ୍କ ପାଦପୂଜା

ମଧ୍ୟପ୍ରଦେଶର କଟନୀ ଜିଲାରେ ଜଣେ ଶିକ୍ଷକ ମହିଳା ଏବଂ ବାଳିକାମାନଙ୍କୁ ସମ୍ମାନ ଦେବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଶିକ୍ଷକ ଦୀର୍ଘ...

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଇସାରା ଦେଲେ ପହଞ୍ଚିଥାଏ ଖାଦ୍ୟ

ବିଶ୍ୱରେ କିଛି ଅଜବ ରେଷ୍ଟୁରାଣ୍ଟ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେଉଁଠି ଜେଲ୍‌ ପରି ତିଆରି ହୋଇଛି ରେଷ୍ଟୁରାଣ୍ଟ ତ ଆଉ କେଉଁଠି...

Advertisement
Archives

Model This Week