Posted inଫୁରସତ

ଶୁଆ ଚଲାଉଛି ୟୁଟ୍ୟୁବ୍‌, ଦେଖିଲେ ଲାଖିଯିବ ଆଖି

ଆପଣ ନିଶ୍ଚୟ ଅନେକ ଶୁଆଙ୍କୁ ଦେଖିଥିବେ ଯେଉଁମାନେ ରହୁଥିବା ଘରର ସଦସ୍ୟଙ୍କ ନାଁ ଧରି ଡାକନ୍ତି। କିନ୍ତୁ ଦେଖିଛନ୍ତି କି ଶୁଆ କେବେ ୟୁଟ୍ୟୁବ୍‌ ଚଲାଇବାର? ନ ଦେଖିଲେ ବିଶ୍ୱାସ କରି ହେବନି। ତେବେ ଦେଖନ୍ତୁ ଏପରି କିଛି ଦୃଶ୍ୟ…

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କାଟିହର ଜିଲାରେ। ଏଠାରେ ଥିବା ଏକ ଶୁଆ କେବଳ ୟୁଟ୍ୟୁବ୍‌ ଚଲାଏନି ବରଂ ନିଜ ସମ୍ବନ୍ଧୀୟ ଭିଡିଓ ସର୍ଚ୍ଚ କରି ମଧ୍ୟ ଦେଖେ।

ମୋବାଇଲ୍‌ ପ୍ରିୟ ଏହି ଶୁଆଟି କାଟିହରର ନୟାଟୋଲାରେ ରହୁଥିବା ରାଜେଶ କୁମାର ବର୍ମାଙ୍କ ଘରେ। ଯାହାର ନାମ ମିଟୁ। ଏହା କେବଳ ଘରେ ଥିବା ଲୋକଙ୍କ ନାଁ ଧରି ଡାକି ନ ଥାଏ, ସେମାନଙ୍କ ସହିତ ଖେଳେ ଏବଂ ୟୁଟ୍ୟୁବ୍‌ରେ ନିଜ ପସନ୍ଦର ଭିଡିଓ ମଧ୍ୟ ଦେଖେ।

ଶୁଆଟିର ଏପରି ଅଭ୍ୟାସ ହୋଇଯାଇଛି ଯେ, ଏହା ମୋବାଇଲ ବିନା ବଞ୍ଚିବା ଅସମ୍ଭବ। ଘରର ଲୋକମାନେ ମିଟୁଙ୍କୁ ସେମାନଙ୍କର ସନ୍ତାନ ଭାବରେ ଦେଖିଥାନ୍ତି। ସେ ମଧ୍ୟ ଘରର ଜଣେ ସଦସ୍ୟ। ଶୁଆଟି ପରିବାର ଲୋକଙ୍କ ମନୋରଞ୍ଜନ କରିଥାଏ। ଏପରିକି କୌଣସି ମାନସିକ ଅବସାଦ ଥିଲେ ମିଟୁ ସମସ୍ତ ଦୂର କରିଦେଇଥାଏ ବୋଲି ପରିବାର ସଦସ୍ୟମାନେ କୁହନ୍ତି।

କୌଣସି ଅଶୁଭ ଘଟଣା ସମ୍ପର୍କରେ ମିଟୁ ହିଁ ଘରଲୋକଙ୍କୁ ପ୍ରଥମେ ସୂଚନା ଦେଇଥାଏ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜରମାନେ କହୁଛନ୍ତି, ଏହି ଡିଜିଟାଲ ଯୁଗରେ କେବଳ ମଣିଷ ନୁହନ୍ତି, ବର୍ତ୍ତମାନ ପଶୁପକ୍ଷୀମାନେ କୌଶଳ ଜାଣିଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri