ଜଟିଳ ହେଉଛି ପରିକ୍ରମା ପ୍ରକଳ୍ପ ବିବାଦ

ପୁରୀ ଅଫିସ,୧୦।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ରହିଛି ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା କହିଥିବାବେଳେ ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଆପତ୍ତି ଉଠାଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ନ ଥିବା ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ବୁଧବାର ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନର ବୟାନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଆଇନ ଅନୁଯାୟୀ ମେଘନାଦ ପ୍ରାଚୀରଠାରୁ ଶହେ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ। ସମ୍ପୃକ୍ତ ଅଞ୍ଚଳରେ ଭିତ୍ତିଭୂମିର ସଂରକ୍ଷଣ ଓ ପୁନରୁଦ୍ଧାର କରାଯାଇପାରିବ। ମାତ୍ର ନୂତନ ନିର୍ମାଣ କରାଯାଇପାରିବ ନାହିଁ। ସେହିଭଳି ପରବର୍ତ୍ତୀ ୨୦୦ ଶହ ମିଟର ନିୟନ୍ତ୍ରିତ ଅଞ୍ଚଳ। ଏଠାରେ ଯେକୌଣସି ନିର୍ମାଣ ପାଇଁ ଅନୁମତି ଆବଶ୍ୟକ ହେବ। ତେବେ ଶ୍ରୀମନ୍ଦିର ମେଘନାଦ ପାଚେରିର ଶହେ ମିଟର ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶୌଚାଳୟ, କ୍ଲକ୍‌ ରୁମ୍‌, ଇଲେକଟ୍ରିକ୍‌ ରୁମ୍‌ ଓ ବସିବା ସ୍ଥାନ ଇତ୍ୟାଦି ନିର୍ମାଣ ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ରହିଛି। ଏହାବ୍ୟତୀତ ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟ ନିମନ୍ତେ ଅନୁମତି ଦିଆଯାଇନାହିଁ।

ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଅନୁମତି ରହିଛି ବୋଲି ଜିଲାପାଳ ବର୍ମା ଗତ ୭ତାରିଖରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି କହିଥିଲେ। ଅନୁମୋଦନ ସଂକ୍ରାନ୍ତ ଏକ ଚିଠିର କିଛି ଅଂଶକୁ ସେ ଦେଖାଇଥିଲେ। ତେବେ ସମ୍ପୂର୍ଣ୍ଣ ଚିଠି ନ ଦେଖାଇବା ନେଇ ସାଧାରଣରେ ଅଭିଯୋଗ ଉଠିଥିଲା। ଏନ୍‌ଏମ୍‌ଏ ଏବଂ ଏଏସ୍‌ଆଇ ଅନୁମୋଦନ ବିନା ପ୍ରକଳ୍ପ କାର୍ଯ୍ୟ ହେଉଥିବା ବିଭିନ୍ନ ଅନୁଷ୍ଠାନ ଅଭିଯୋଗ ଆଣି ବିରୋଧ କରିଥିଲେ।

ଏବେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ବୟାନ ପରେ ବିବାଦ ଆହୁରି ଜଟିଳ ଆଡ଼କୁ ମୁହଁାଉଛି। ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ବ୍ୟାପକ ଖନନ କାର୍ଯ୍ୟ ଓ ଭାଇବ୍ରେଟର ମେଶିନ୍‌ ବ୍ୟବହାରକୁ ନେଇ ବିରୋଧ ଜୋର ଧରିଛି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଯେଉଁସବୁ କାର୍ଯ୍ୟ ପାଇଁ ଅନୁମତି ନ ଥିବା ଏଏସ୍‌ଆଇ କହୁଛି, ସେସବୁ ନୋ ଅବ୍‌କ୍ସେନ ସାର୍ଟିଫିକେଟ (ଏନ୍‌ଓସି) ପାଇ ପ୍ରଶାସନ କାର୍ଯ୍ୟ କରୁଥିବା ଦାବି କରୁଛି। ଶ୍ରୀମନ୍ଦିର ୮ଶହରୁ ଊର୍ଦ୍ଧ୍ୱ ବର୍ଷର ସ୍ମାରକୀ ହୋଇଥିବାରୁ ଏହାର ଭିତ୍ତିଭୂମି ସୁରକ୍ଷା ସମ୍ପର୍କରେ ମଧ୍ୟ ବିଚାର କରାଯିବା ଦରକାର। ପ୍ରକଳ୍ପ କାର୍ଯ୍ୟ ପାଇଁ ଏନ୍‌ଏମ୍‌ଏ ଅନୁମୋଦନ ନ ଦେବା କଥାରୁ ଏହା ସ୍ପଷ୍ଟ ହେଉଛି ଯେ, ଏଭଳି ଖନନ ଓ ବଡ଼ ବଡ଼ କୋଠାବାଡ଼ି ନିର୍ମାଣ ଫଳରେ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରଭାବିତ ହେବ। ଏଣୁ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ପୁଣି ଥରେ ବିକଳ୍ପ ଚିନ୍ତା କରନ୍ତୁ। ସେହିପରି ଜିଲା ଓକିଲ ସଂଘକୁ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ଚିଠି ଲେଖିଛନ୍ତି। ମେଘନାଦ ପାଚେରି ନିକଟରେ ଚାଲିଥିବା ଖନନ କାର୍ଯ୍ୟ ସମ୍ପର୍କରେ ଏଥିରେ ସେ ଅବଗତ କରାଇ ଆଇନଗତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ସରକାରଙ୍କ ପାଖରେ ରଘୁନନ୍ଦନ ଲାଇବ୍ରେରି କିମ୍ବା ରିସେପ୍ସନ୍‌ ସେଣ୍ଟର ନିର୍ମାଣ ସକାଶେ ଅନୁମୋଦନ ଥିବାର ପ୍ରମାଣ ଜିଲାପାଳ ଦେଇପାରିନାହାନ୍ତି। ଯେଉଁ ସବୁ ନିର୍ମାଣ ପାଇଁ ଅନୁମୋଦନ ରହିଛି ବୋଲି ଜିଲାପାଳ ଚିଠି ଦେଖାଇ କହିଥିଲେ, ଆଇନ ଅନୁଯାୟୀ ସେହି ନିର୍ମାଣ କାର୍ଯ୍ୟ ହେବା କଥା। ମାତ୍ର ଠିକ୍‌ ଭାବେ ଆଇନ ପାଳନ କରାଯାଉନାହିଁ। ବେଆଇନ ଭାବେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଆଇନଜୀବୀ ଚିନ୍ମୟ ଦାଶ ଅଭିଯୋଗ ଆଣିଛନ୍ତି। ତେବେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଯେଉଁ କାର୍ଯ୍ୟ ପାଇଁ ଅନୁମତି ରହିଛି, ସମ୍ପୃକ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ବିନାନୁମତିରେ କୌଣସି କାର୍ଯ୍ୟ ହେଉନାହିଁ। ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ସମସ୍ତ ଅଂଶୀଦାରଙ୍କ ଅନୁମତିରେ ଏବଂ ଅନୁମୋଦନ କ୍ରମେ କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri