ଜଟିଳ ହେଉଛି ପରିକ୍ରମା ପ୍ରକଳ୍ପ ବିବାଦ

ପୁରୀ ଅଫିସ,୧୦।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ରହିଛି ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା କହିଥିବାବେଳେ ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଆପତ୍ତି ଉଠାଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ନ ଥିବା ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ବୁଧବାର ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନର ବୟାନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଆଇନ ଅନୁଯାୟୀ ମେଘନାଦ ପ୍ରାଚୀରଠାରୁ ଶହେ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ। ସମ୍ପୃକ୍ତ ଅଞ୍ଚଳରେ ଭିତ୍ତିଭୂମିର ସଂରକ୍ଷଣ ଓ ପୁନରୁଦ୍ଧାର କରାଯାଇପାରିବ। ମାତ୍ର ନୂତନ ନିର୍ମାଣ କରାଯାଇପାରିବ ନାହିଁ। ସେହିଭଳି ପରବର୍ତ୍ତୀ ୨୦୦ ଶହ ମିଟର ନିୟନ୍ତ୍ରିତ ଅଞ୍ଚଳ। ଏଠାରେ ଯେକୌଣସି ନିର୍ମାଣ ପାଇଁ ଅନୁମତି ଆବଶ୍ୟକ ହେବ। ତେବେ ଶ୍ରୀମନ୍ଦିର ମେଘନାଦ ପାଚେରିର ଶହେ ମିଟର ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶୌଚାଳୟ, କ୍ଲକ୍‌ ରୁମ୍‌, ଇଲେକଟ୍ରିକ୍‌ ରୁମ୍‌ ଓ ବସିବା ସ୍ଥାନ ଇତ୍ୟାଦି ନିର୍ମାଣ ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ରହିଛି। ଏହାବ୍ୟତୀତ ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟ ନିମନ୍ତେ ଅନୁମତି ଦିଆଯାଇନାହିଁ।

ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଅନୁମତି ରହିଛି ବୋଲି ଜିଲାପାଳ ବର୍ମା ଗତ ୭ତାରିଖରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି କହିଥିଲେ। ଅନୁମୋଦନ ସଂକ୍ରାନ୍ତ ଏକ ଚିଠିର କିଛି ଅଂଶକୁ ସେ ଦେଖାଇଥିଲେ। ତେବେ ସମ୍ପୂର୍ଣ୍ଣ ଚିଠି ନ ଦେଖାଇବା ନେଇ ସାଧାରଣରେ ଅଭିଯୋଗ ଉଠିଥିଲା। ଏନ୍‌ଏମ୍‌ଏ ଏବଂ ଏଏସ୍‌ଆଇ ଅନୁମୋଦନ ବିନା ପ୍ରକଳ୍ପ କାର୍ଯ୍ୟ ହେଉଥିବା ବିଭିନ୍ନ ଅନୁଷ୍ଠାନ ଅଭିଯୋଗ ଆଣି ବିରୋଧ କରିଥିଲେ।

ଏବେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ବୟାନ ପରେ ବିବାଦ ଆହୁରି ଜଟିଳ ଆଡ଼କୁ ମୁହଁାଉଛି। ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ବ୍ୟାପକ ଖନନ କାର୍ଯ୍ୟ ଓ ଭାଇବ୍ରେଟର ମେଶିନ୍‌ ବ୍ୟବହାରକୁ ନେଇ ବିରୋଧ ଜୋର ଧରିଛି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଯେଉଁସବୁ କାର୍ଯ୍ୟ ପାଇଁ ଅନୁମତି ନ ଥିବା ଏଏସ୍‌ଆଇ କହୁଛି, ସେସବୁ ନୋ ଅବ୍‌କ୍ସେନ ସାର୍ଟିଫିକେଟ (ଏନ୍‌ଓସି) ପାଇ ପ୍ରଶାସନ କାର୍ଯ୍ୟ କରୁଥିବା ଦାବି କରୁଛି। ଶ୍ରୀମନ୍ଦିର ୮ଶହରୁ ଊର୍ଦ୍ଧ୍ୱ ବର୍ଷର ସ୍ମାରକୀ ହୋଇଥିବାରୁ ଏହାର ଭିତ୍ତିଭୂମି ସୁରକ୍ଷା ସମ୍ପର୍କରେ ମଧ୍ୟ ବିଚାର କରାଯିବା ଦରକାର। ପ୍ରକଳ୍ପ କାର୍ଯ୍ୟ ପାଇଁ ଏନ୍‌ଏମ୍‌ଏ ଅନୁମୋଦନ ନ ଦେବା କଥାରୁ ଏହା ସ୍ପଷ୍ଟ ହେଉଛି ଯେ, ଏଭଳି ଖନନ ଓ ବଡ଼ ବଡ଼ କୋଠାବାଡ଼ି ନିର୍ମାଣ ଫଳରେ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରଭାବିତ ହେବ। ଏଣୁ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ପୁଣି ଥରେ ବିକଳ୍ପ ଚିନ୍ତା କରନ୍ତୁ। ସେହିପରି ଜିଲା ଓକିଲ ସଂଘକୁ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ଚିଠି ଲେଖିଛନ୍ତି। ମେଘନାଦ ପାଚେରି ନିକଟରେ ଚାଲିଥିବା ଖନନ କାର୍ଯ୍ୟ ସମ୍ପର୍କରେ ଏଥିରେ ସେ ଅବଗତ କରାଇ ଆଇନଗତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ସରକାରଙ୍କ ପାଖରେ ରଘୁନନ୍ଦନ ଲାଇବ୍ରେରି କିମ୍ବା ରିସେପ୍ସନ୍‌ ସେଣ୍ଟର ନିର୍ମାଣ ସକାଶେ ଅନୁମୋଦନ ଥିବାର ପ୍ରମାଣ ଜିଲାପାଳ ଦେଇପାରିନାହାନ୍ତି। ଯେଉଁ ସବୁ ନିର୍ମାଣ ପାଇଁ ଅନୁମୋଦନ ରହିଛି ବୋଲି ଜିଲାପାଳ ଚିଠି ଦେଖାଇ କହିଥିଲେ, ଆଇନ ଅନୁଯାୟୀ ସେହି ନିର୍ମାଣ କାର୍ଯ୍ୟ ହେବା କଥା। ମାତ୍ର ଠିକ୍‌ ଭାବେ ଆଇନ ପାଳନ କରାଯାଉନାହିଁ। ବେଆଇନ ଭାବେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଆଇନଜୀବୀ ଚିନ୍ମୟ ଦାଶ ଅଭିଯୋଗ ଆଣିଛନ୍ତି। ତେବେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଯେଉଁ କାର୍ଯ୍ୟ ପାଇଁ ଅନୁମତି ରହିଛି, ସମ୍ପୃକ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ବିନାନୁମତିରେ କୌଣସି କାର୍ଯ୍ୟ ହେଉନାହିଁ। ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ସମସ୍ତ ଅଂଶୀଦାରଙ୍କ ଅନୁମତିରେ ଏବଂ ଅନୁମୋଦନ କ୍ରମେ କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ।

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri