ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଡଙ୍ଗାକୁ ଚଢୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଣିନେଇଛି କୁମ୍ଭୀର। ସ୍ଥାନୀୟ ଲୋକେ ରାଜକନିକା ଅଗ୍ନିଶମ ବାହିନୀ ଉଦ୍ଧାରକାରୀ ଟିମ ନଦୀ ଗର୍ଭକୁ ଯାଇ ଖୋଜାଖୋଜି ଜାରିରଖିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ପତ୍ତା ଏ ପର୍ଯ୍ୟନ୍ତ ମିଳିନାହିଁ । କନିକା ତହସିଲଦାର ଭାନୁମତୀ ମାଝୀ ଘଟଣାସ୍ଥଳରେ ରହି ଏହି ଡ୍ରାଇଭର ମଙ୍ଗ ଧରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗାଁର ପରେଶ୍ୱର ବେହେରା (ହଡ଼ାଭାଇ) ନାମକ ଜଣେ ବୟସ୍କ ବ୍ୟକ୍ତି ମଙ୍ଗଳବାର ସକାଳେ ନିଜ ଘରର ରାସନ ସାମଗ୍ରୀ ବା କୌଣସି କାର୍ଯ୍ୟନେଇ ନଦୀ ଆରପାଖ ଅର୍ଥାତ୍ ଆୟତନ ବଜାରକୁ ଯିବାକୁ ବାହାରି ନଦୀ ପାରି ହେବା ପାଇଁ ଗାଁର ସ୍କୁଲ ନିକଟ ଘାଟଡଙ୍ଗାରେ ଚଢିବାକୁ ଅଳ୍ପକିଛି ପାଣିରେ ପଶିଥିଲେ। ଯେମିତି ଖାଦ୍ୟକୁ ଅପେକ୍ଷା କରି ପୂର୍ବରୁ ଛକି ରହିଥିବା ଏକ କୁମ୍ଭୀର ହଠାତ୍‌ ପରେଶରଙ୍କୁ ଝାମ୍ପମାରି ଆଖି ପିଛୁଳାରେ ନଦୀଗର୍ଭରେ ଲୀନ ହୋଇଯାଇଥିବା ସେଠାରେ ନଦୀ ପାରିହେବାକୁ ଉପସ୍ଥିତ ଥିବା ପ୍ର୍ୟତେକ୍ଷଦର୍ଶୀ କହିଛନ୍ତି ।
ଯଦିଓ ଦୁଇ ଦୁଇଥର ବନ୍ୟାରେ ଏମିତି ଅଘଟଣ ହୋଇ ନ ଥିଲା। ହେଲେ ଏହି ଗାଁର ଲୋକମାନେ ସବୁଦିନ କୁମ୍ଭୀରକୁ ଡରିଡରି ବଞ୍ଚୁଥିବା କଥା କହିଛନ୍ତି। ସ୍କୁଲ କଲେଜ ପାଠପଠିବା ପାଇଁ ପିଲାମାନେ, ଗର୍ଭବତୀ ମହିଳାମାନେ, ବୟସ୍କା ବୟସ୍କଙ୍କ ଦେହ ଖରାପ ହେଲେ, ବଜାରହାଟ ସଉଦା ଆଣିବା ପାଇଁ ଏହି ଡଙ୍ଗା ହିଁ ଏକମାତ୍ର ଭରସା ବୋଲି କହିଥିଲେ। ଏହି ଖରସ୍ରୋତା ନଦୀ ଉପରେ ସେତୁ ନିର୍ମାଣ କରିବାକୁ ଆଜିକୁ ୪୦ ବର୍ଷ ହେବ ଦାବି କରି ଆସୁଥିଲେ ବି, ଏହି ଗାଁର ଧନଜୀବନ ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?