ଲୋକଙ୍କ ସ୍ବାର୍ଥରେ ବିଧାନସଭାରେ ୨ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି,୨୦।୩ (ଗିରିଧାରୀ ପରିଛା):ବିଧାନସଭା ବର୍ତ୍ତମାନ ଚାଲିଥିବା ବେଳେ ପ୍ରଶ୍ନ ଉତ୍ତର କାଳରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଲୋକଙ୍କ ସ୍ବାର୍ଥରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ଏବଂ ତାହାର ଜବାବ ବି ମାଗିଛନ୍ତି । ସେ ପ୍ରଥମ ପ୍ରଶ୍ନ ଖାଉଟି ଓ ଯୋଗାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ରାଜ୍ୟରେ ଅନେକ ହିତାଧିକାରୀ ବର୍ତ୍ତମାନ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି। ଅନେକ ହିତାଧିକାରୀ ନିଜ କାର୍ଡ ପାଇବା ପାଇଁ ପୋର୍ଟାଲ ମାଧ୍ୟମରେ ଆବେଦନ ମଧ୍ୟ କରିଛନ୍ତି । ତେବେ ସେମାନେ ନିଜ କାର୍ଡ଼ କେମିତି ପାଇପାରିବେ ଓ କେବେ ପାଇବେ ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ରାଜ୍ୟରେ ରାସନ କାର୍ଡର ସଂଶୋଧନ ପରେ ନୂତନ ଭାବେ ପୋର୍ଟାଲ ମାଧ୍ୟମରେ ୧୩,୭୭,୬୭୫ ଜଣ ନୂତନ କାର୍ଡ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଧା ୬,୮୦,୬୭୫ ପ୍ରଶାସନ ଦ୍ୱାରା ତର୍ଜମା ହୋଇ ହିତାଧିକାରୀଙ୍କ ତାଲିକା ସରକାରଙ୍କ ହସ୍ତଗତ ହୋଇଛି ଏବଂ ସମସ୍ତ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆବେଦନ କାରୀଙ୍କ ବାସ୍ତବିକ ସ୍ଥିତିକୁ ପରଖି ରିପୋର୍ଟ ଦେବାପାଇଁ ନିର୍ଦେଶ ଦିଆଯାଇଛି । ଖାଦ୍ୟସୁରକ୍ଷା ଆଇନ ରୂଲ ୨୦୨୦ ଅନୁସାରେ ୧୧ଟି ସ୍ବତଃ ଆନ୍ତର୍ଭୂକ୍ତ ପ୍ରଣାଳୀ ଓ ୧୦ ଅନ୍ୟ ଛାଡ କରିବା ପ୍ରକ୍ରିୟା ରୂଲ ଅନୁସାରେ ବଳକା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଯଥାଶୀଘ୍ର ହିତାଧିକାରୀଙ୍କ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।

ଏହି ପ୍ରଶ୍ନକାଳ ସମୟରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କୃଷକଙ୍କ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଏକ ପ୍ରଶ୍ନ କରିଛନ୍ତି। ଜିଲାର କାଶୀନାଗର ବ୍ଲକରେ ୨ଟି ଜଳ ଉତ୍ସ ରହିଛି। ଗୋଟିଏ ବାଇଝାଲ ଓ ଅନ୍ୟଟି କାଶୀନାଗର ନିକଟସ୍ତ ପୁଲିଗୁମି ନାଳ। ୨ଟି ନାଳର ପାଣି ବ୍ୟବହାର ନହୋଇ ଶେଷରେ ବଂଶଧାରା ନଦୀରେ ମିଶି ଲୋକଙ୍କ ବ୍ୟବହାରରେ ଲାଗିପାରୁନାହିଁ ସେଥିପାଇଁ ଆନିକଟ କିମ୍ବା କେନାଲର ସୁବିନିଯୋଗ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରାଯାଇଛି କି ବୋଲି ପ୍ରଶ୍ନ କରିଥିଲେ
ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବାଇଝାଲ ଏବଂ ପୁଲିଗୁମି ନାଳ ଉପରେ ଜଳ ସେଚନ ବିଭାଗ ପକ୍ଷରୁ ଏହି ଦୁଇଟି ନାଳ ଉପରେ କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ରଦ କରାଯାଇଛି। ତେଣୁ କାଶୀନଗର ବ୍ଲକର ଉପାପଦର ଗ୍ରାମ ନିକଟରେ ବଡ ନାଳ ଉପରେ ଗୋଟିଏ ଚେକ ଡ୍ୟାମ ର୍ନିମାଣ ପାଇଁ ୮୬ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ଏବଂ ବାଇ ଝାଲ ନାଳ ଉପରେ ଅନ୍ୟ ଏକ ପ୍ରକଳ୍ପ ର୍ନିମାଣ ପାଇଁ ୮୮.୦୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଯଥାଶୀଘ୍ର ଏହି ଦୁଇଟି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସାରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ଜାଳିଦେଲେ ଜାତୀୟ ପତାକା

ପଦ୍ମପୁର,୨୫।୪(ପ୍ରଦୀପ୍ତ ଦାଶ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ତରଫରୁ କଶ୍ମୀରର ପହଲଗାମରେ ହେଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ...

ନବ ଦାସ ହତ୍ୟା ଘଟଣା: ଗୋପାଳର ପୂର୍ବ କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର,୨୫ା୪: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସଙ୍କ ପୁରୁଣା କଲ୍‌ ଡିଟେଲ ଖୋଲିଛି କ୍ରାଇମବ୍ରାଞ୍ଚ। ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ...

ଗାଁ ଝାଙ୍କର, ପୂଜାରୀଙ୍କୁ ଆଦିବାସୀ ସଂଘର ସମ୍ବର୍ଦ୍ଧନା

କର୍ଲାମୁଣ୍ଡା,୨୫ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଦିବାସୀ ସଂଘ ପକ୍ଷରୁ ଜନସମ୍ପର୍କ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ: ସବୁଠି ବିରୋଧର ନିଆଁ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ହମଲା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ...

ଢାବା ମାଲିକଙ୍କ ଉପରେ ଗୁଳିମାଡ଼

ରାଉଲକେଲା,୨୫।୪(ସଂଗୀତା ଜେନା):ବିସ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗ୍ରୁ ଢାବାରୁ ୭ ରୁ ୮ ଜଣ ବ୍ୟକ୍ତି ବନ୍ଧୁକ ମୁନରେ ଏବଂ ଛୁରି ଦେଖାଇ ଡକାୟତି...

ଦ୍ୱିତୀୟ ବିବାହ ପାଇଁ ପୁଅଙ୍କୁ ହତ୍ୟା: ପଥର ଖାଦାନରୁ ମିଳିଲା ନିଖୋଜ ନାବାଳକର ମୃତଦେହ

ଜେନାପୁର/ଧର୍ମଶାଳା,୨୫।୪(ଅଶୋକ ଦାସ/ ବଟକୃଷ୍ଣ ପରିଡ଼ା): ଯାଜପୁର ଜିଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରୁ ନିଖୋଜ ହୋଇ ଯାଇଥିବା ୬ ବର୍ଷର ନାବାଳକ ଶିବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri