ଆତଙ୍କ ଘନେଇଲା…

ନୂଆଦିଲ୍ଲୀ, ୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ପୁଣି ସଙ୍କଟ ଘନେଇବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୩୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଏହା ୧୯ ହଜାର ୮୯୩ ରହିଛି। ଗୋଟିଏ ଦିନ ତଳେ ଏହା ୧୭ ହଜାର ୧୩୫ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ବଢ଼ି ୫୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୭ ଥିଲା।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୩୬ ହଜାର ୪୭୮ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨୦ ହଜାର ୪୧୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୫୩୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୦ ଲକ୍ଷ ୮୭ ହଜାର ୩୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୪ ଲକ୍ଷ ୨୪ ହଜାର ୨୯ ଜଣ ସୁସ୍ଥ ହୋଇ ସାରିଛନ୍ତି।

କେରଳ, ତାମିଲନାଡୁ, କର୍ନାଟକ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଗଞ୍ଜେଇ ଟାଣୁଥିବା ମହିଳା ଯାତ୍ରୀଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୨୭।୨: ବିମାନ ଯାତ୍ରା ହେଉ ଅବା ରେଳ ଯାତ୍ରା, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ନିୟମ ଲାଗୁ କରାଯାଇଛି।...

ଦିଲ୍ଲୀରେ କରୋନା ଗୋଷ୍ଠୀ ସଂକ୍ରମଣ ସଙ୍କେତ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୯।୬: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବାର ସଙ୍କେତ ମିଳିଥିବା ରାଜ୍ୟ ସ୍ବାସ୍ଥ୍ୟ...

କରୋନା ସଂକ୍ରମଣ ରୋକିବାକୁ ରାସାୟନିକ ପଦାର୍ଥ ଚିହ୍ନଟ, ଔଷଧ ପ୍ରସ୍ତୁତିରେ ହୋଇପାରେ ସହାୟକ

ଟେନିସି: କରୋନା ଭାଇରସ୍‌ କ୍ଷୀପ୍ର ବେଗରେ ବଢ଼ିଚାଲିଥିବାରୁ ଏହାକୁ କେମିତି ରୋକାଯାଇପାରିବ ସେନେଇ ବୈଜ୍ଞାନିକମାନେ ରାତିଦିନ ଲାଗିଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ ବିଶ୍ୱର ଦ୍ରୁତତମ ସୁପର କମ୍ପ୍ୟୁଟର...

ଚିତ୍ରା ରାମକ୍ରିଷ୍ଣାଙ୍କ ହାଜତ ମିଆଦ ବଢ଼ିଲା

ନୂଆଦିଲ୍ଲୀ,୨୯।୩: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର...

ସୁକମାରେ ମାଓବାଦୀ-ସିଆରପିଏଫ୍‌ ମୁହାଁମୁହିଁ: ଜଣେ ହେଡ୍‌ କନଷ୍ଟେବଳ ଶହୀଦ

ବିଜାପୁର,୨୯।୧୧: ଛତିଶଗଡର ସୁକମାରେ ମଙ୍ଗଳବାର ମାଓବାଦୀ ଓ ସିଆରପିଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ମାଓବାଦୀଙ୍କ ଗୁଳିରେ କୋବ୍ରା ବାଟାଲିୟନର ଜଣେ ହେଡ୍‌ କନଷ୍ଟେବଳ...

ନୂଆବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୧।୧: ୨୦୨୦ ବିଦାୟ ଦେଇଛି। ସମସ୍ତେ ନିଜ ନିଜ ଶୈଳୀରେ ୨୦୨୧ ବର୍ଷକୁ ସ୍ବାଗତ କରିଛନ୍ତି। ନୂଆବର୍ଷରେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହୋଇଛି।...

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର, ୧।୭: ଜମ୍ମୁ-କଶ୍ମୀରରେ ୧୭୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୋପୋରର ମଡେଲ ଟାଉନ ଅଞ୍ଚଳରେ ଏଭଳି ଘଟିଛି। ପାଟ୍ରୋଲିଂ...

ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ, ୩୧।୫: ଟିଭି ଏବଂ ଛାପା ଗଣମାଧ୍ୟମ ସରକାରଙ୍କୁ ସମାଲୋଚନା କରିପାରିବେ। ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଏକ ଯାଚିକାର ଶୁଣାଣି କରି ଉପରୋକ୍ତ...

Advertisement
Archives

Model This Week