ଖୋର୍ଦ୍ଧା ଅଫିସ,୨୩ା୧: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁଠି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଲେଣି। ପ୍ରତିଶ୍ରୁତି ମିଳୁଛି, କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଗୋଟିଏପଟେ ରାଜ୍ୟ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗିନ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ରାଜଧାନୀଠାରୁ ମାତ୍ର କିଛି କିମି ଦୂରରେ ଅବସ୍ଥିତ ଗ୍ରାମବାସୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଅଭିଯୋଗ କରୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ପାଣ୍ଡିଆବିଲି ଗ୍ରାମରେ। ଗ୍ରାମ ନିକଟ ଦେଇ ଯାଇଥିବା ରାଜୁଆ କିମ୍ବା ଦୟା ନଦୀ ଉପରେ ଏକ ସେତୁବନ୍ଧ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଗ୍ରାମବାସୀ ଦାବି କରି ଆସୁଛନ୍ତି। ଗ୍ରାମବାସୀଙ୍କ ଦାବି ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଖୋର୍ଦ୍ଧା ଏବଂ ପୁରୀକୁ ସଂଯୋଗ କରୁଥିବା ଏହି ରାସ୍ତାରେ ସ୍ଥାୟୀ ସେତୁ ନିର୍ମାଣ ହେଲେ ବହୁ ଲୋକ ଉପକୃତ ହେବେ। ବର୍ଷା ୩ ମାସ ଗ୍ରାମବାସୀ ଡଙ୍ଗାରେ ଯାତାୟାତ କରୁଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଶେଷରେ ନିରାଶ ହୋଇ ଗ୍ରାମବାସୀ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ଲାଗି ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଗ୍ରାମର ଓମ୍‌ପ୍ରକାଶ ବଡ଼ଜେନା, ଶୁଭଦୀପ ବଡ଼ଜେନା, ଜୀବନ ବଳିୟାରସିଂ, ଦୁଃଖିଶ୍ୟାମ ବଡ଼ଜେନା, ସିଦ୍ଧାନ୍ତ ରାଉତରାୟ, ରାମଚନ୍ଦ୍ର ରାଉତରାୟ ପ୍ରମୁଖ ଜିଲାପାଳଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇଥିବା ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ

ମଥୁରାନଗରୀ,୧-୧:ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉଦ୍‌ଘାଟିତ ହୋଇଯାଇଛି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଏମ୍‌ପି...

ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ, ଜଣେ ଗୁରୁତର

ପବିତ୍ରନଗର,୯ା୪(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ତାଳଚେର ବନାଞ୍ଚଳ କଣିହାଁ ବ୍ଲକ ବିରୁ ଗ୍ରାମର ଭାଗବତ ଦେହୁରୀଙ୍କୁ ଗୁରୁବାର ହାତୀ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି।...

ରାସ୍ତାକଡରେ ବିପଦ ସାଜିଛି ଶୁଖିଲା ଗଛ, ତୁରନ୍ତ ହଟାଇବା ଦାବି

ଗଣିଆ,୧ା୯(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଗଛଗୁଡିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ବଡ...

ବାଙ୍ଗିରିପୋଷି ରେଳଷ୍ଟେଶନ ପରିଦର୍ଶନ କଲେ ଖଡଗପୁର ଡିଆରଏମ୍‌

ବାଙ୍ଗିରିପୋଷି, ୨୦।୧୧(ଡି.ଏନ.ଏ.): ଡିଭିଜନାଲ ରେଲୱେ ମ୍ୟାନେଜର, ଖଡଗପୁର ଡିଭିଜନ ଏମ.ଡି. ସରତ ହସିମ୍‌ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଶନିବାର ବାଙ୍ଗିରିପୋଷି ରେଳ ଷ୍ଟେଶନରେ ପହଞ୍ଚିଥିଲେ।...

୫୦ ଦୋକାନ ଭାଙ୍ଗିଲା ବିଡିଏ

ଫୁଲନଖରା,୨୩।୯(ଡି.ଏନ.ଏ): ବିଏମ୍‌ସି ୪ ନମ୍ବର ୱାର୍ଡସ୍ଥିତ ନଖରା ମୌଜାର ଫୁଲନଖରା ଡିଷ୍ଟ୍ରିବୁଟାରୀ କେନାଲ ପାର୍ଶ୍ୱ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଜାଗାରେ ବେଆଇନ ଭାବେ ଗଢି...

ସୁମିତ୍‌ଙ୍କ ଘର ବାହାରେ ୧୪୪ ଧାରା ଜାରି

ବ୍ରହ୍ମପୁର ଅଫିସ,୨୧।୧୨: ବ୍ରହ୍ମପୁରର ଚର୍ଚ୍ଚିିତ ଦମ୍ପତି ତପସ୍ବିନୀ-ସୁମିତ୍‌ ପାରିବାରିକ ମାମଲା ଏବେ ଜୋର ଧରିଛି। ବ୍ରହ୍ମାନଗରରେ ମଙ୍ଗଳବାର ଡାକ୍ତର ସୁମିତ୍‌ଙ୍କ ଘର ବାହାରେ ଅନିର୍ଦ୍ଦିଷ୍ଟ କାଳ...

ଆସୁଛି ଆଉ ୨ ଲଘୁଚାପ, ୭ରୁ ବର୍ଷା

ଭୁବନେଶ୍ୱର,୪ା୮(ବ୍ୟୁରୋ): ଗତ ସପ୍ତାହେ ଧରି ରାଜ୍ୟରୁ ବର୍ଷା ଉଭାନ ହୋଇଯାଇଛି। ବିଲ ଫାଟି ଆଁ କଲାଣି। ଆସନ୍ତା ସପ୍ତାହେ ଭିତରେ ବର୍ଷା ନ ହେଲେ ଗଜାମରୁଡ଼ି...

ପିଡିଏସ୍‌ ଚାଉଳ କିଣି ନେଉଛନ୍ତି ବେପାରୀ

ଲୋଇସିଂହା,୨୩ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମକୁ ବାହାର ଅଞ୍ଚଳର ଜଣେ ବେପାରୀ ଆସି ଘରଘର ବୁଲି ପିଡିଏସ୍‌ ଚାଉଳ କିଣି...

Advertisement
Archives

Model This Week