ଖୋର୍ଦ୍ଧା ଅଫିସ,୨୩ା୧: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁଠି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଲେଣି। ପ୍ରତିଶ୍ରୁତି ମିଳୁଛି, କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଗୋଟିଏପଟେ ରାଜ୍ୟ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗିନ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ରାଜଧାନୀଠାରୁ ମାତ୍ର କିଛି କିମି ଦୂରରେ ଅବସ୍ଥିତ ଗ୍ରାମବାସୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଅଭିଯୋଗ କରୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ପାଣ୍ଡିଆବିଲି ଗ୍ରାମରେ। ଗ୍ରାମ ନିକଟ ଦେଇ ଯାଇଥିବା ରାଜୁଆ କିମ୍ବା ଦୟା ନଦୀ ଉପରେ ଏକ ସେତୁବନ୍ଧ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଗ୍ରାମବାସୀ ଦାବି କରି ଆସୁଛନ୍ତି। ଗ୍ରାମବାସୀଙ୍କ ଦାବି ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଖୋର୍ଦ୍ଧା ଏବଂ ପୁରୀକୁ ସଂଯୋଗ କରୁଥିବା ଏହି ରାସ୍ତାରେ ସ୍ଥାୟୀ ସେତୁ ନିର୍ମାଣ ହେଲେ ବହୁ ଲୋକ ଉପକୃତ ହେବେ। ବର୍ଷା ୩ ମାସ ଗ୍ରାମବାସୀ ଡଙ୍ଗାରେ ଯାତାୟାତ କରୁଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଶେଷରେ ନିରାଶ ହୋଇ ଗ୍ରାମବାସୀ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ଲାଗି ଜିଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଗ୍ରାମର ଓମ୍‌ପ୍ରକାଶ ବଡ଼ଜେନା, ଶୁଭଦୀପ ବଡ଼ଜେନା, ଜୀବନ ବଳିୟାରସିଂ, ଦୁଃଖିଶ୍ୟାମ ବଡ଼ଜେନା, ସିଦ୍ଧାନ୍ତ ରାଉତରାୟ, ରାମଚନ୍ଦ୍ର ରାଉତରାୟ ପ୍ରମୁଖ ଜିଲାପାଳଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇଥିବା ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri