ଗୁଡ଼ାରି ବ୍ଲକରେ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ; ଖେଳୁଆଡ଼ ମନୋଭାବ ରଖି ଖେଳିବାକୁ ସୁଧୀର ଦାସଙ୍କ ପରାମର୍ଶ

ଗୁଡ଼ାରି, ,୨୯।୧୧(ପ୍ରମୋଦ କୁମାର ପତି ) : ଗୁଡ଼ାରି ବ୍ଲକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ସୌରା ପେଣ୍ଡିଲିଠାରେ ରବିବାର ଦିନ ଏକ ଗ୍ରାମପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସମ୍ପାଦକ ସୁଧୀର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ।

ସୁଧୀର ଦାସ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ଭାଙ୍ଗି ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସର୍ବଦା ଖେଳୁଆଡ଼ ମନୋଭାବ ରଖି ଖେଳିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ସେ ନିଜେ ମଧ୍ୟ କିଛି ସମୟ ପାଇଁ ପଡ଼ିଆକୁ ଓହ୍ଲାଇ ଭଲିବଲ ଖେଳି ଖେଳାଳିମାନଙ୍କ ଉତ୍ସାହ ବଢ଼ାଇଥିଲେ।

ସୌରା ପେଣ୍ଡିଲି ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୋଟ ୨୭ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ଡିସେମ୍ବର ୧୫, ୨୦୨୬ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଉଦଘାଟନୀ ଉତ୍ସବରେ ବିଜେଡି ନେତା ସନ୍ତୋଷ ମହାନ୍ତି, ଏମ. ପ୍ରସାଦ, ଈଶ୍ୱର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା ଶବର, ସମିତି ସଭ୍ୟା ସୁମଳା ଲିମା, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ଦୋରା ଏବଂ କୃପାସିନ୍ଧୁ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ଖେଳପ୍ରେମୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ସ୍ୱାମୀଙ୍କ ନାଁରେ ମାମଲା ରୁଜୁ

ଦିଗପହଣ୍ଡି, ୨୯/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ବ୍ଲକର ଏକ ଗ୍ରାମର ଜଣେ ଯୁବତୀ ପ୍ରାୟ ଏକ ବର୍ଷ…

‘‘ସାହିତ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିଉଠେ’‘

କେସିଙ୍ଗା, ୨୯/୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦର ୩୮ତମ ରାଜ୍ୟସ୍ତରୀୟ ଲେଖକ ସମାବେଶ ଓ ପୁଷ୍ପୁନି ଭେଟଘାଟ ସମାରୋହ ରବିବାର ସ୍ଥାନୀୟ…

ମିଶ୍ରଣ ପର୍ବରେ ବିରୋଧୀଙ୍କୁ ଟାର୍ଗେଟ୍ କଲା ଭାଜପା: ଶତାଧିକ କର୍ମୀ ଭାଜପାରେ ସାମିଲ

ହାଟଡିହୀ/ଛେନାପଦୀ, ୨୯/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରବିବାର ମଧ୍ୟାହ୍ନରେ ହାଟଡିହୀ ବ୍ଲକ ସମଣା ପଞ୍ଚାୟତର ବାହରିପୁରଠାରେ ଭାଜପା ପକ୍ଷରୁ ଏକ…

ମାଆ ବାପାଙ୍କ ସାମ୍ନାରେ ଝିଅଙ୍କୁ  ଗାଡ଼ିରେ ଉଠାଇ ନେଇ ଚାଲିଯାଇଥିଲେ କିଛି ଯୁବକ: ଯୁବତୀ ଉଦ୍ଧାର, ଗାଡ଼ି ସହ ୩ ଜଣ ଅଟକ

ମୋହନା,୨୯।୨୬..( ମନ୍ମଥ ମିଶ୍ର ) ରାସ୍ତାରୁ ଯୁବତୀଙ୍କୁ ଉଠାଇ ନେବା ମାମଲାରେ ବଡ଼ ସଫଳତା ପାଇଛି ପୋଲିସ। ଅପହୃତ ଯୁବତୀଙ୍କୁ ଉଦ୍ଧାର କରିବା ସହ ଗାଡ଼ି ଏବଂ…

ବେଆଇନ ମହୁଲି ମଦ ପ୍ରସ୍ତୁତି ସ୍ଥଳରେ ପୋଲିସର ଚଢ଼ାଉ: ମହୁଲ ପୋଚ ଓ ପ୍ରସ୍ତୁତ ମଦ ନଷ୍ଟ, ମଦ ମାଫିଆ ଛତ୍ରଭଙ୍ଗ

ପାଟଣା, ୨୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଭାଲିଆଡିହା ନାଳ କୂଳରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ଖବର…

ମଦ୍ୟପାନ ବେଳେ ବଚସାରୁ ପିଟି ପିଟି ଯୁବକଙ୍କୁ ମାରିଦେଲେ

ଛତ୍ରପୁର, ୨୯/୧୧ (ଦିଲୀପ ସାମଲ): ଏକାଠି ବସି ମଦ୍ୟପାନ କରୁଥିବା ବେଳେ ସାମାନ୍ୟ ବଚସାରୁ ଘଟିଲା ରକ୍ତାକ୍ତ ସଂଘର୍ଷ। ଶେଷରେ ଏହା ହତ୍ୟାକାଣ୍ଡର ରୂପ ନେଇଛି। ଗଞ୍ଜାମ…

ବୁଲା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ଗଞ୍ଜାମ, ୨୮।୧୧ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ବଜାରଠାରୁ ସାନବଜାର ପର୍ଯ୍ୟନ୍ତ ରାସ୍ତାରେ ମାଳମାଳ ବୁଲା ଗାଈଗୋରୁ ଦେଖିବାକୁ ମିଳୁଛନ୍ତି। ଏହା ଯୋଗୁଁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା…

ସୁନା ରୁପା ଛାଡ଼, ରସୁଣ-ପିଆଜ ଧର: ବଲାଙ୍ଗିରରେ ଚୋରଙ୍କ ନୂଆ ଷ୍ଟାଇଲ୍

ବଲାଙ୍ଗୀର, ୨୯।୧୧ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଅନ୍ଧାର ରାତିରେ ବିଭିନ୍ନ ଘରକୁ ଟାର୍ଗେଟ କରି ଚୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?