ବେଆଇନ ମହୁଲି ମଦ ପ୍ରସ୍ତୁତି ସ୍ଥଳରେ ପୋଲିସର ଚଢ଼ାଉ: ମହୁଲ ପୋଚ ଓ ପ୍ରସ୍ତୁତ ମଦ ନଷ୍ଟ, ମଦ ମାଫିଆ ଛତ୍ରଭଙ୍ଗ

ପାଟଣା, ୨୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା  ସାହାରପଡ଼ା ବ୍ଲକ ଅନ୍ତର୍ଗତ ଭାଲିଆଡିହା ନାଳ କୂଳରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ଖବର ପାଇ ରବିବାର ପାଟଣା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚ ଓ ପ୍ରସ୍ତୁତ ମହୁଲି ମଦକୁ ନଷ୍ଟ କରାଯାଇଥିଲା। ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଓ ସରଞ୍ଜାମ ମଧ୍ୟ ନଷ୍ଟ କରାଯାଇଥିଲା।

ପୋଲିସର ଚଢ଼ାଉ ଦେଖି ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଉକ୍ତ ସ୍ଥାନରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା।

ଏହି ଚଢ଼ାଉରେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ସାହାରପଡ଼ା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ମୁଣ୍ଡାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁବପିଢ଼ିଙ୍କ ସ୍ବପ୍ନ ପାଇଁ ଏକ ବଡ଼ ଆହ୍ବାନ’: ‘ମନ କି ବାତ’ରେ ନିଶା ସେବନ ବିରୋଧୀ ଲଢ଼େଇ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ..

ନୂଆଦିଲ୍ଲୀ,୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିଶା ସେବନ ଦେଶର ଯୁବବର୍ଗଙ୍କ ସ୍ବପ୍ନ ପାଇଁ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରୁଛି। ରବିବାର (ନଭେମ୍ବର ୨୯)…

Delimitation ପ୍ରସଙ୍ଗରେ ଭାଜପା କିପରି DMK-NCPକୁ ନିଜ ସହ ସହମତ କରାଇଲା? ଜାଣନ୍ତୁ ପରଦା ପଛର କାହାଣୀ

ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ବସିବା ବ୍ୟବସ୍ଥା ବର୍ତ୍ତମାନ ଭିନ୍ନ ଦେଖାଯିବ। ସୋମବାର (ନଭେମ୍ବର ୩୦) ଲୋକ ସଭାର ଏକ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଥିବାବେଳେ, ନରେନ୍ଦ୍ର ମୋଦି…

ମଦ୍ୟପାନ ବେଳେ ବଚସାରୁ ପିଟି ପିଟି ଯୁବକଙ୍କୁ ମାରିଦେଲେ

ଛତ୍ରପୁର, ୨୯/୧୧ (ଦିଲୀପ ସାମଲ): ଏକାଠି ବସି ମଦ୍ୟପାନ କରୁଥିବା ବେଳେ ସାମାନ୍ୟ ବଚସାରୁ ଘଟିଲା ରକ୍ତାକ୍ତ ସଂଘର୍ଷ। ଶେଷରେ ଏହା ହତ୍ୟାକାଣ୍ଡର ରୂପ ନେଇଛି। ଗଞ୍ଜାମ…

ବୁଲା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ଗଞ୍ଜାମ, ୨୮।୧୧ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ବଜାରଠାରୁ ସାନବଜାର ପର୍ଯ୍ୟନ୍ତ ରାସ୍ତାରେ ମାଳମାଳ ବୁଲା ଗାଈଗୋରୁ ଦେଖିବାକୁ ମିଳୁଛନ୍ତି। ଏହା ଯୋଗୁଁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା…

BCCIର ବଡ଼ ନିଷ୍ପତ୍ତି! ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଆକାଶ ଦୀପ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ

ନୂଆଦିଲ୍ଲୀ,୨୯।୧୧: ଆକାଶ ଦୀପ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ମ୍ୟାଚର ତୃତୀୟ ଦିନରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା; ତଥାପି ସେ ବ୍ୟାଟିଂ ଜାରି…

ସୁନା ରୁପା ଛାଡ଼, ରସୁଣ-ପିଆଜ ଧର: ବଲାଙ୍ଗିରରେ ଚୋରଙ୍କ ନୂଆ ଷ୍ଟାଇଲ୍

ବଲାଙ୍ଗୀର, ୨୯।୧୧ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଅନ୍ଧାର ରାତିରେ ବିଭିନ୍ନ ଘରକୁ ଟାର୍ଗେଟ କରି ଚୋର…

କ୍ରମାଗତ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ,୨୯।୧୧: ଭାରତ ଫାଇନାଲରେ ଚାଇନାକୁ ୩-୧ ଗୋଲରେ ପରାସ୍ତ କରି ମହିଳା ହକି ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫିରେ କ୍ରମାଗତ…

Featured Video Play Icon

ସାରା ଜୀବନ ସମସ୍ତେ ନିଜକୁ Adjustment କରୁଛନ୍ତି: ସିଦ୍ଧାନ୍ତ ମହାପାତ୍ର

ଧରିତ୍ରୀ ୟୁଥ କନକ୍ଲେଭ ୨୦୨୬ କାର୍ଯ୍ୟକ୍ରମରେ ରାଜନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ମା’ ଗର୍ଭରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ସ୍ତରରେ ସମସ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?