ହାଟଡିହୀ/ଛେନାପଦୀ, ୨୯/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରବିବାର ମଧ୍ୟାହ୍ନରେ ହାଟଡିହୀ ବ୍ଲକ ସମଣା ପଞ୍ଚାୟତର ବାହରିପୁରଠାରେ ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଭାଜପା ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଥିଲା।
ଆଗାମୀ ନିର୍ବାଚନରେ ଦଳ ନିଜର ସ୍ଥିତି ଜାହିର କରିବା ପାଇଁ ସମସ୍ତେ ଏକଜୁଟ ହୋଇ ବିରୋଧୀଙ୍କ ସହ ଲଢ଼ିବାକୁ ଆହ୍ୱାନ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିରୋଧୀ ଦଳ ବିରୁଦ୍ଧରେ ଲଢ଼େଇକୁ ଆହୁରି ଜୋରଦାର କରିବାକୁ ମଞ୍ଚାସୀନ ନେତାମାନେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବିଧାନସଭା ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ରାଜ୍ୟ କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର ସାହୁ, ମଣ୍ଡଳ ପ୍ରଭାରୀ ହରମୋହନ ଶାସିନୀ ଓ ଯୁଧିଷ୍ଠିର ମଲ୍ଲିକ, ଶାଳନିଆଁ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ମିନତୀ ଧଳ, ସୁନୀଲ ନାୟକ, ରମାକାନ୍ତ ନାୟକ, ସୁଶାନ୍ତ ଜେନା, ସୁରେନ୍ଦ୍ର କାଣ୍ଡି, ଜୟଶ୍ମିତା ରାଉତ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଅବିନାଶ ସେଠୀ, ତାରିଣୀ ସେନାପତି, ଅଧର ବେହେରା, ଚତୁର୍ଭୁଜ ସ୍ୱାଇଁ, ରମାକାନ୍ତ ସାହୁ, ରବୀନ୍ଦ୍ର ଜେନା, ହରେକୃଷ୍ଣ ସ୍ୱାଇଁ, ନୃସିଂହ ପାଢ଼ୀ, ନିରଞ୍ଜନ ସ୍ୱାଇଁ ଓ ଆଲୋକ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତବ୍ୟକ୍ତ କରିଥିଲେ।
ଭାଜପା ସରକାରଙ୍କ ଜନକଲ୍ୟାଣ ଯୋଜନାରେ ବିରୋଧୀ ଦଳ ଅତିଷ୍ଠ ହୋଇ ବାଉଳି ହେଉଥିବା ସହ ବିଭିନ୍ନ ସମୟରେ କାଳ୍ପନିକ ମୁଦ୍ଦା ପ୍ରସ୍ତୁତ କରୁଥିବା ନେତାମାନେ ଅଭିଯୋଗ କରିଥିଲେ।
ଏହି ମିଶ୍ରଣ ପର୍ବରେ ବିଭିନ୍ନ ପଞ୍ଚାୟତରୁ ନିଜ ନିଜ ଦଳ ଛାଡ଼ି ଶତାଧିକ କର୍ମୀ ଭାଜପାରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ନବାଗତ କର୍ମୀମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ରତ୍ନାକର କବି ଓ ଅବିନାଶ ସେନାପତି ସଞ୍ଚାଳନ କରିଥିଲେ।

