ବୁଲା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ଗଞ୍ଜାମ, ୨୮।୧୧ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ବଜାରଠାରୁ ସାନବଜାର ପର୍ଯ୍ୟନ୍ତ ରାସ୍ତାରେ ମାଳମାଳ ବୁଲା ଗାଈଗୋରୁ ଦେଖିବାକୁ ମିଳୁଛନ୍ତି। ଏହା ଯୋଗୁଁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବୁଲା ଗାଈଗୋରୁଙ୍କ ଯୋଗୁଁ ଜନସାଧାରଣ ଓ ଯାନବାହନ ଚାଳକମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁସାରେ, ୱାର୍ଡ ନଂ-୪ ଗୌଡ଼ ସାହିର କପିଳାସ ଗୌଡ଼ ନାମକ ଜଣେ ଯୁବକ ନିଜ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ହଠାତ୍ ଏକ ଗାଈ ବାଇକ୍ ସମ୍ମୁଖକୁ ଚାଲି ଆସିଥିଲା। ଫଳରେ ବାଇକ୍ ଆରୋହୀ କପିଳାସ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଞ୍ଜାମ ସହରର ଯୁବ ସ୍ୱେଚ୍ଛାସେବୀ ତଥା ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ନିଜ ସ୍କର୍ପିଓ ଗାଡ଼ିରେ ପପୁ ପଣ୍ଡା, ଉମାଶଙ୍କର ମହାନ୍ତି, ପ୍ରଭାତ କୁମାର ସାହୁ ଓ ବିଭୂତି ପଲାଇଙ୍କ ସହଯୋଗରେ ଆହତ କପିଳାସଙ୍କୁ ପ୍ରଥମେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ମେଡିକାଲ ଅଫିସର ଡାକ୍ତର ମିର୍ଜା ତାଙ୍କର ଚିକିତ୍ସା କରିଥିଲେ। କପିଳାସଙ୍କ ମୁହଁ, ଛାତି ଓ ହାତରେ ଆଘାତ ଲାଗିଥିବା ଡାକ୍ତର ମିର୍ଜା ସୂଚନା ଦେଇଥିଲେ। ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ସମୟରେ ଆଶୁତୋଷ ଦାସ, ଅରୁଣ ଗୌଡ଼, ସାଧୁ ଗୌଡ଼, ବୁଲୁ ଗୌଡ଼ ଓ ସଚ୍ଚିଦାନନ୍ଦ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।

ସହରରେ ବୁଲା ଗାଈଗୋରୁଙ୍କ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏନ୍‌ଏସି ପ୍ରଶାସନ ଏ ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପାନ ବେଳେ ବଚସାରୁ ପିଟି ପିଟି ଯୁବକଙ୍କୁ ମାରିଦେଲେ

ଛତ୍ରପୁର, ୨୯/୧୧ (ଦିଲୀପ ସାମଲ): ଏକାଠି ବସି ମଦ୍ୟପାନ କରୁଥିବା ବେଳେ ସାମାନ୍ୟ ବଚସାରୁ ଘଟିଲା ରକ୍ତାକ୍ତ ସଂଘର୍ଷ। ଶେଷରେ ଏହା ହତ୍ୟାକାଣ୍ଡର ରୂପ ନେଇଛି। ଗଞ୍ଜାମ…

BCCIର ବଡ଼ ନିଷ୍ପତ୍ତି! ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଆକାଶ ଦୀପ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ

ନୂଆଦିଲ୍ଲୀ,୨୯।୧୧: ଆକାଶ ଦୀପ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ମ୍ୟାଚର ତୃତୀୟ ଦିନରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା; ତଥାପି ସେ ବ୍ୟାଟିଂ ଜାରି…

ସୁନା ରୁପା ଛାଡ଼, ରସୁଣ-ପିଆଜ ଧର: ବଲାଙ୍ଗିରରେ ଚୋରଙ୍କ ନୂଆ ଷ୍ଟାଇଲ୍

ବଲାଙ୍ଗୀର, ୨୯।୧୧ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଅନ୍ଧାର ରାତିରେ ବିଭିନ୍ନ ଘରକୁ ଟାର୍ଗେଟ କରି ଚୋର…

କ୍ରମାଗତ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ,୨୯।୧୧: ଭାରତ ଫାଇନାଲରେ ଚାଇନାକୁ ୩-୧ ଗୋଲରେ ପରାସ୍ତ କରି ମହିଳା ହକି ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫିରେ କ୍ରମାଗତ…

Featured Video Play Icon

ସାରା ଜୀବନ ସମସ୍ତେ ନିଜକୁ Adjustment କରୁଛନ୍ତି: ସିଦ୍ଧାନ୍ତ ମହାପାତ୍ର

ଧରିତ୍ରୀ ୟୁଥ କନକ୍ଲେଭ ୨୦୨୬ କାର୍ଯ୍ୟକ୍ରମରେ ରାଜନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ମା’ ଗର୍ଭରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ସ୍ତରରେ ସମସ୍ତେ…

ମୁସ୍ତାକ ଅଲି ଟ୍ରଫିରେ ୨୧୪ ରନ: ପୁଣି ଥରେ ଟିମ ଇଣ୍ଡିଆରେ ସାମିଲ ହେବା ପାଇଁ ଦାବି ଜଣାଇଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଭାରତୀୟ ଦଳରେ ସାମିଲ ହେବା ପାଇଁ ଦାବିଦାର ହୋଇ ଉଭା ହୋଇଛନ୍ତି। ବର୍ତ୍ତମାନ ଚାଲିଥିବା…

ବ୍ୟାରିୟରମୁକ୍ତ ଟୋଲ୍‌ ପ୍ଲାଜାରେ ଟୋଲ୍‌ ଫାଙ୍କିଲେ ଦେବାକୁ ହେବ ୫ଗୁଣା ଜରିମାନା

ନୂଆଦିଲ୍ଲୀ, ୨୯ା୧୧: ନୂଆକରି ଆରମ୍ଭ ହୋଇଥିବା ବ୍ୟାରିୟର-ମୁକ୍ତ ଟୋଲ୍‌ ପ୍ଲାଜାଗୁଡ଼ିକରେ ଟୋଲ୍‌ ଫାଙ୍କିବା ପାଇଁ ଯେଉଁ ଗାଡ଼ି ମାଲିକମାନେ ଜାଣିଶୁଣି ପଞ୍ଜୀକରଣ ନମ୍ବର ପ୍ଲେଟକୁ ଘୋଡ଼ାଇବେ, ବିକୃତ…

ହାତୀ ଆକ୍ରମଣରେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ: ଧାନ ଫସଲ ଜଗିଥିବା ବେଳେ ଦନ୍ତା ହାତୀର ଆକ୍ରମଣ; ୨୯ ଟିକିଆ ହାତୀପଲ ଆତଙ୍କ

ପାଟଣା, ୨୯।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀକୂଳ ବିଲ ନିକଟରେ ଶନିବାର ବିଳମ୍ବିତ ରାତିରେ ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?