Posted inଜାତୀୟ

‘ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ’

ନୂଆଦିଲ୍ଲୀ,୬ା୭(ଆଇଏଏନ୍‌ଏସ୍‌): ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଆଇନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ଏବଂ ସମସ୍ତ ହିନ୍ଦୁ ଶରଣାର୍ଥୀଙ୍କୁ ଦେଶର ନାଗରିକ ଭାବେ ଗ୍ରହଣ କରାଯିବ ବୋଲି ଶାହା କହିଛନ୍ତି। ପରିବାରର ମୁଖ୍ୟଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ ଏବଂ ଏହା ସବୁ ସଦସ୍ୟଙ୍କ ପାଇଁ ବୈଧ ହେବ। ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଶହ ଶହ ପାକିସ୍ତାନୀ ହିନ୍ଦୁ ଭାରତ ପଳାଇଆସି ଶରଣାର୍ଥୀ ଭାବେ ରହୁଛନ୍ତି। ସେମାନେ ପର୍ଯ୍ୟଟକ, ତୀର୍ଥଯାତ୍ରୀ କିମ୍ବା ଭିଜିଟର ଭିଜାରେ ଆସି ଭାରତରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଛନ୍ତି। ପାକସ୍ତାନରେ ନିଜକୁ ଅସୁରକ୍ଷିତ ମନେକରି ସେମାନେ ଫେରୁନାହାନ୍ତି ଓ ଭାରତୀୟ ନାଗରିକତ୍ୱ ପାଇବା ପାଇଁ ଆଶା ରଖିଛନ୍ତି। ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମଞ୍ଜିନ୍ଦର ସିଂ ସିର୍ସାଙ୍କ ନେତୃତ୍ୱରେ ପାକିସ୍ତାନୀ ହିନ୍ଦୁମାନଙ୍କ ଏକ ପ୍ରତିନିଧି ଦଳ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ନାଗରିକତ୍ୱ ପ୍ରଦାନ ପାଇଁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋଷୀ, ରାଣେଙ୍କ ପରେ ଉଦ୍ଧବ

ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ରରେ ଫଡ୍‌ନବିସ୍‌ ସରକାରର ପତନ ପରେ ଶିବସେନା ଏହାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ପାଇଛି। ୨୮୮...

ସ୍ଥିତିରେ ହେଉନି ପରିବର୍ତ୍ତନ: ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ

ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା...

ଫଡ୍‌ନବିସ ହେଲେ ଭାଜପା ବିଧାୟକ ଦଳର ନେତା

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ...

ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ, ୧୬।୩: ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜୋତ ସିଂ ସିଦ୍ଧୁ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ...

ପୁଣି ଜୀବନ ନେଲା ଯମୁନା ଏକ୍ସପ୍ରେସ୍ ୱେ: ୩ ମହିଳା ଓ ଶିଶୁ ସମେତ ୭ ମୃତ

ମଥୁରା,୭ ।୫: ଯମୁନା ଏକ୍ସପ୍ରେସ ୱେରେ ଶନିବାର ସକାଳୁ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି । ମଥୁରା ନିକଟରେ ଏକ କାର ଆଉ ଏକ...

ସୋନିଆଙ୍କ ଗୋଟିଏ ଫୋନ କଲ, ଆଉ ଜିଦ୍‌ ଛାଡ଼ିଲେ ଶିବକୁମାର…

ବେଙ୍ଗାଲୁରୁ,୧୮।୫ : କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେବେ। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ମୁଖ୍ୟନ୍ତ୍ରୀ ହେବାକୁ ଜିଦ ଧରିଥିବା ଶିବକୁମାରଙ୍କୁ ମନାଇବା...

ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍‌; ପାଦତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍‌ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍‌...

Advertisement
Archives

Model This Week