Posted inଜାତୀୟ

‘ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ’

ନୂଆଦିଲ୍ଲୀ,୬ା୭(ଆଇଏଏନ୍‌ଏସ୍‌): ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଆଇନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ଏବଂ ସମସ୍ତ ହିନ୍ଦୁ ଶରଣାର୍ଥୀଙ୍କୁ ଦେଶର ନାଗରିକ ଭାବେ ଗ୍ରହଣ କରାଯିବ ବୋଲି ଶାହା କହିଛନ୍ତି। ପରିବାରର ମୁଖ୍ୟଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ ଏବଂ ଏହା ସବୁ ସଦସ୍ୟଙ୍କ ପାଇଁ ବୈଧ ହେବ। ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଶହ ଶହ ପାକିସ୍ତାନୀ ହିନ୍ଦୁ ଭାରତ ପଳାଇଆସି ଶରଣାର୍ଥୀ ଭାବେ ରହୁଛନ୍ତି। ସେମାନେ ପର୍ଯ୍ୟଟକ, ତୀର୍ଥଯାତ୍ରୀ କିମ୍ବା ଭିଜିଟର ଭିଜାରେ ଆସି ଭାରତରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଛନ୍ତି। ପାକସ୍ତାନରେ ନିଜକୁ ଅସୁରକ୍ଷିତ ମନେକରି ସେମାନେ ଫେରୁନାହାନ୍ତି ଓ ଭାରତୀୟ ନାଗରିକତ୍ୱ ପାଇବା ପାଇଁ ଆଶା ରଖିଛନ୍ତି। ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମଞ୍ଜିନ୍ଦର ସିଂ ସିର୍ସାଙ୍କ ନେତୃତ୍ୱରେ ପାକିସ୍ତାନୀ ହିନ୍ଦୁମାନଙ୍କ ଏକ ପ୍ରତିନିଧି ଦଳ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟି ନାଗରିକତ୍ୱ ପ୍ରଦାନ ପାଇଁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

ଇରାନକୁ ସହାୟତା କରୁଛି ରୁଷିଆ! ଜେଲେନସ୍କିଙ୍କ ଦାବି ଉପରେ ଟ୍ରମ୍ପଙ୍କ ବଡ଼ ବୟାନ

ଓ୍ବାଶିିଂଟନ,୨୮।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ଏକ ଦାବିର ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲେନସ୍କି କହିଥିଲେ ଯେ ରୁଷିଆ ଆମେରିକା…

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri