Posted inଜାତୀୟ

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା କରିଥିବା ଅନେକ ଯୋଡ଼ିଙ୍କ ସ୍ୱପ୍ନ ଅଧୁରା ରହିଯାଇଥିଲା। କିନ୍ତୁ ଦୀର୍ଘ ଅପେକ୍ଷା ପରେ ଏବେ ପ୍ରାୟ ୧୫୦ ପାକିସ୍ତାନୀ କନ୍ୟା ଭାରତରେ ପହଞ୍ଚି ବିବାହ କରିଛନ୍ତି ।

ରିପୋର୍ଟ ଅନୁସାରେ, ଏହି ପାକିସ୍ତାନୀ ବଧୂମାନେ ମସ୍କାଟ, କଲମ୍ବୋ, ଢାକା, ଦୁବାଇ ଓ କତାର ଭଳି ଦେଶ ଦେଇ କନେକ୍ଟିଂ ଫ୍ଲାଇଟ୍‌ରେ ଭାରତରେ ପହଞ୍ଚିଥିଲେ । ଏପ୍ରିଲରୁ ଜୁନ୍‌ ମଧ୍ୟରେ ପ୍ରାୟ ୪୫୦ ଜଣ ସମ୍ପର୍କୀୟଙ୍କ ସହ ସେମାନେ ଭାରତ ଆସିଥିବା ଜଣାପଡ଼ିଛି।

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାନବିକ ଆଧାରରେ କିଛି ପରିବାରକୁ ବିଶେଷ ଅନୁମତି ଦିଆଯାଇଥିବା କୁହାଯାଉଛି। ଏହା ପରେ ନାଗପୁର, ଯୋଧପୁର, ଅହମ୍ମଦାବାଦ, ରାୟପୁର, ପୁଣେ ଓ ଭୋପାଳ ଭଳି ସହରରେ ବିବାହ ସମ୍ପନ୍ନ ହୋଇଛି । ଦୀର୍ଘ ଅପେକ୍ଷାର ଏକ ଉଦାହରଣ ହେଉଛି ଇଙ୍କେଶ ଜଶନାନୀ ଓ ଆରତୀଙ୍କ କାହାଣୀ। ଅପରେଶନ ସିନ୍ଦୂର ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ମେ’ ୨୦୨୫ରେ ଆରତୀ ୱାଘା ବର୍ଡର ନିକଟରେ ଥିବା ବେଳେ ଅଟାରୀ ଗେଟ୍ ବନ୍ଦ ହୋଇଯାଇଥିଲା। ପ୍ରାୟ ଏକ ବର୍ଷ ପରେ ସେ ମସ୍କାଟ ଦେଇ ନାଗପୁରରେ ପହଞ୍ଚିଥିଲେ ଏବଂ ଶେଷରେ ଇଙ୍କେଶଙ୍କ ସହ ବିବାହ କରିଥିଲେ । ଭିସା କଟକଣା ଯୋଗୁଁ ଆରତୀଙ୍କ ମାତାପିତା ପାକିସ୍ତାନରେ ରହିଯାଇଥିଲେ। କେବଳ ତାଙ୍କ ଭାଇ ଭାରତ ଆସିପାରିଥିଲେ।

ନାଗପୁରର ସଞ୍ଜୟ କଲାନୀ ଓ ପାକିସ୍ତାନର ସିନ୍ଧର କାଜଲଙ୍କ ନିର୍ବନ୍ଧ ପ୍ରାୟ ୩ ବର୍ଷ ପୂର୍ବରୁ ହୋଇଥିଲା। ବର୍ଡର ବନ୍ଦ ହେବା ପରେ ଦୁହେଁ ବିବାହର ଆଶା ଛାଡ଼ି ଦେଇଥିଲେ। ତେବେ ପ୍ରାୟ ୫ ମାସ ପୂର୍ବରୁ କାଜଲ କରାଚିରୁ ମସ୍କାଟ ଏବଂ ପରେ ଦିଲ୍ଲୀ ଦେଇ ନାଗପୁରରେ ପହଞ୍ଚିଥିଲେ। ଏହା ପରେ ଦୁହିଁଙ୍କ ବିବାହ ସମ୍ଭବ ହୋଇଥିଲା। ପାକିସ୍ତାନର ସିନ୍ଧରୁ ରାଭେଲ ଜସୱାନୀ ନିଜ ମାତାପିତାଙ୍କ ସହ ଭାରତ ଆସି ଶ୍ରେୟାଙ୍କୁ ବିବାହ କରିଛନ୍ତି । ରିପୋର୍ଟ ଅନୁସାରେ, ରାଭେଲ ଏବେ ଭାରତରେ ହିଁ ବସବାସ କରିବାକୁ ଚାହୁଁଛନ୍ତି।

ଏହି ବିବାହଗୁଡ଼ିକୁ ସମ୍ଭବ କରିବାରେ ସିନ୍ଧର ଘୋଟକିସ୍ଥିତ ପ୍ରସିଦ୍ଧ ଶାଦାନୀ ଦରବାରର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି । ଦରବାରର ପୀଠାଧୀଶ ସନ୍ତ ଯୁଧିଷ୍ଠିର ଲାଲ ଶାଦାନୀ ଭାରତ ସରକାର ଓ ଗୃହ ମନ୍ତ୍ରଣାଳୟ ନିକଟରେ ଏହି ପରିବାରଗୁଡ଼ିକର ସମସ୍ୟା ଉଠାଇଥିଲେ। ଏହା ପରେ ମାନବିକ ଆଧାରରେ ବିଶେଷ ଅନୁମତି ମିଳିଥିବାରୁ ଅଟକି ରହିଥିବା ଅନେକ ବିବାହ ସମ୍ପନ୍ନ ହୋଇପାରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri