Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି, ୯ା୨ (ଏପି)-ଫାଷ୍ଟ ବୋଲର ହସନ ଅଲୀଙ୍କ ପ୍ରଥମ ଟେଷ୍ଟ ୧୦ ଉଇକେଟ ସଫଳତା ସହାୟତାରେ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନ ୯୫ ରନରେ ବିଜୟ ହାସଲ କରିଛି। ଏଥିସହିତ ୧୮ ବର୍ଷରେ ଭ୍ରମଣକାରୀ ଦଳ ବିପକ୍ଷରେ ପ୍ରଥମ ସିରିଜ ବିଜୟ ହାସଲ କରିଛି। ପ୍ରଥମ ଇନିଂସରେ ୫ଉଇକେଟ ନେଇଥିବା ହସନ ପୁନଶ୍ଚ ୬୦ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିବାରୁ ୩୭୦ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଦକ୍ଷିଣଆଫ୍ରିକା ଅନ୍ତିମ ଦିବସ ଖେଳ ମଧ୍ୟାହ୍ନଭୋଜନ ପରେ ୨୭୪ ରନରେ ଅଲଆଉଟ ହୋଇଯାଇଥିଲା। ଏହାପୂର୍ବରୁ ୨୦୦୩ରେ ପାକିସ୍ତାନ ନିଜ ଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟ ସିରିଜ ୧-୦ରେ ଜିତିଥିଲା। ଭ୍ରମଣକାରୀ ଦଳ ସୋମବାର ଏହାର ପୂର୍ବଦିନର ଅସମାପ୍ତ ସ୍କୋର ୧୨୯/୧ ସ୍କୋରରୁ ଖେଳ ଆରମ୍ଭ କରିଥିଲା। ହସନ ଦ୍ୱିତୀୟ ନୂଆ ବଲ୍‌ରେ ଲଗାତର ଦୁଇଟି ବଲ୍‌ରେ ୨ ଉଇକେଟ ପତନ ଘଟାଇ ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ଆରମ୍ଭ କରିବା ବେଳକୁ ଏଡେନ ମାରକ୍ରାମ ୧୦୮ ରନ ଓ ଟେମ୍ବା ବାଭୁମା ୬୧ରନ କରିସାରିଥିଲେ। ଉଭୟେ ଚତୁର୍ଥ ଉଇକେଟ ପାର୍ଟନରଶିପ୍‌ରେ ୧୦୬ରନ ଯୋଗ କରିସାରିଥିଲେ। ହସନ ତାଙ୍କ ଲଗାତର ଦୁଇ ଡେଲିଭରିରେ ମାରକ୍ରାମ ଏବଂ ଅଧିନାୟକ କ୍ୱିଣ୍ଟନ ଡି’କକ୍‌ଙ୍କୁ ଦ୍ୱିତୀୟ ସ୍ଲିପ୍‌ରେ କ୍ୟାଚଆଉଟ କରିଦେଇଥିଲେ। ଓପନର ମାରକ୍ରାମଙ୍କର ୩ ବର୍ଷରେ ଏହାଥିଲା ପ୍ରଥମ ଶତକ। ମଧ୍ୟାହ୍ନ ଭୋଜନ ପରେ ଦକ୍ଷିଣ ଆଫ୍ରିକା ଏହାର ଶେଷ ୭ ଉଇକେଟ ମାତ୍ର ୩୩ରନରେ ହରାଇଥିଲା। ଘରୋଇ ଦଳର ଦ୍ୱିତୀୟ ସଫଳ ବୋଲର ସାହିନ ଆଫ୍ରିଦି ୫୧ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ। ଲେଗ୍‌ ସ୍ପିନର ୟାସିର ଶାହ ଓ୍ବିଆନ ମଲ୍‌ଡର (୨୦)ଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସର ପରିସମାପ୍ତି ଘଟାଇଥିଲେ। ସୋମବାର ଏହି ବିଜୟ ଦ୍ୱାରା ପାକିସ୍ତାନ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୭ ପରେ ଏହା ହେଉଛି ଦଳର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୬ ନମ୍ବର ସ୍ଥାନକୁ ଖସି ଆସିଛି। ହସନ ଅଲୀ ପ୍ଲେୟର ଅଫ୍‌୍‌ ଦି ମ୍ୟାଚ ଏବଂ ମହମ୍ମଦ ରିଜଓ୍ବାନ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। କରାଚୀରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ପାକିସ୍ତାନ ୭ ଉଇକେଟରେ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୨୭୨
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୨୦୧
ପାକିସ୍ତାନ ଦ୍ୱିତୀୟ ଇନିଂସ: ୨୯୮
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ: ୨୭୪ (ମାରକ୍ରାମ-୧୦୮, ବାଭୁମା-୬୧, ଡୁସେନ-୪୮; ହସନ ଅଲୀ-୫/୬୦, ସାହିନ ଆଫ୍ରିଦି-୪/୫୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ଆଗରେ ୭୬ ରନ୍‌ର ବିଜୟ ଟାର୍ଗେଟ୍‌

ଇନ୍ଦୋର,୨।୩: ଇନ୍ଦୋର ହୋଲ୍‌କର ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ଗୁରୁବାର ଦ୍ୱିତୀୟ ଦିନରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତ ପ୍ରଥମ ଇନିଂସରେ...

ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...

କୋହଲିଙ୍କ ଉପରେ ମୁହଁ ଖୋଲିଲେ ନୂଆ ଅଧିନାୟକ

ଜୟପୁର,୧୬।୧୧: ଭାରତୀୟ ଟି୨୦ ଦଳର ନୂଆ ସେଟ୍‌ଅପ୍‌ରେ ବ୍ୟାଟର ବିରାଟ କୋହଲିଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗକୁ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ...

ଏହି କ୍ରିକେଟର୍‌ଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଠାକୁର

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସିରିଜ୍‌ ଜିତିବାରେ ଶାର୍ଦ୍ଦୁଲ ଠାକୁରଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଗାବା ଟେଷ୍ଟର ପ୍ରଥମ ଇନିଂସରେ ୬୭ ସ୍କୋର କରି ଭାରତକୁ...

ମହମ୍ମଡାନ ସ୍ପୋର୍ଟିଂର ଦ୍ୱିତୀୟ ବିଜୟ

କୋଲକାତା, ୧୨ା୧୦ (ପି.ଟି.)-ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ କ୍ୱାଲିଫାୟର୍ସ ମ୍ୟାଚ୍‌ରେ ମହମ୍ମଡାନ ସ୍ପୋର୍ଟିଂ ୪-୧ ଗୋଲ୍‌ରେ ଆରା ଏଫ୍‌ସିକୁ ପରାସ୍ତ କରିଛି।...

ଐତିହାସିକ ମୁଲାଗ ପଦକ ଜିତିଲେ ରାହାନେ, ଏହା ପଛରେ ରହିଛି ୧୫୨ ବର୍ଷର ଇତିହାସ

ମେଲବୋର୍ନ,୨୯।୧୨: କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ପ୍ରଥମ ଇନିଂସରେ...

ପୁଣି ସୁପର ଓଭରରେ ଜିତିଲା ଭାରତ

ଓ୍ବେଲିଂଟନ,୩୧।୧- ସିରିଜ୍‌ର ତୃତୀୟ ମ୍ୟାଚ୍‌ ଭଳି ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌କୁ ସୁପର ଓଭରରେ ଭାରତ ଜିତି ନେଇଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ ପକ୍ଷରୁ...

ରୋହିତଙ୍କ ସହ ରାହୁଲ କରିବେ ଓପନିଂ

ମୁମ୍ବାଇ,୧୯।୯ : ଆଉ କିଛି ଦିନ ପରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଭାରତ ପକ୍ଷରୁ ରୋହିତଙ୍କ ସହ ଆଉ କିଏ ଓପନିଂ କରିବେ...

Advertisement
Archives

Model This Week