ଡରିଲାଣି ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି ?

ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ଛାତ୍ର ଆନ୍ଦୋଳନ ଏପରି ଉଗ୍ରରୂପ ଧାରଣ କରିଛି ଯେ, ସତ୍ତାରେ ଥିବା ସରକାର ଭଙ୍ଗିଛି ଏବଂ ଅନ୍ତରୀଣ ସରକାର ଶପଥ ନେଇଛି। ୫ଥରର ପ୍ରଧାନମନ୍ତ୍ରୀ ଭୟରେ ଦେଶ ଛାଡ଼ିଛନ୍ତି । ଅନେକ ନେତା ଏବଂ ତାଙ୍କ ପରିବାରକୁ ହତ୍ୟା କରାଯାଇଛି । ଆଉକିଛି ନେତା ଭୟରେ ଅତ୍ମଗୋପନ କରିଛନ୍ତି। ସେନା କମାଣ୍ଡ ନେଇ ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା। ଏହି ସମୟ ମଧ୍ୟରେ ବାଂଲାଦେଶରେ ଅନେକ ହତ୍ୟାକାଣ୍ଡ ଘଟିଛିା।

ବାଂଲାଦେଶର ଏହି ଖରାପ ଅବସ୍ଥା ପଛରେ ପାକିସ୍ତାନୀ ଆଇଏସଆଇ ମଧ୍ୟ ରହିଛି ବୋଲି କୁହାଯାଉଛି ା ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ବାଂଲାଦେଶର ଅବସ୍ଥା ଉପରେ ହସୁଥିଲା। କିନ୍ତୁ ବର୍ତ୍ତମାନ ସେ ମଧ୍ୟ ଭୟଭୀତ। ବାଂଲାଦେଶର ସ୍ଥିତିକୁ ନେଇ ପାକିସ୍ତାନ ଏବେ ନିଜ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛି। ବାଂଲାଦେଶ ଭଳି ବର୍ତ୍ତମାନ ପାକିସ୍ତାନର ଛାତ୍ରନେତାମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛନ୍ତି । ପିଟିଆଇର ଛାତ୍ର ସଂଗଠନ ଏକ ପଦଯାତ୍ରା ଘୋଷଣା କରିଛି। ଏହି କାରଣରୁ ପାକିସ୍ତାନ ସରକାର ଭୟଭୀତ ଅଛନ୍ତି।

ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ଏକ ଧମକ ପତ୍ର ଜାରି କରିଛି। ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ପାକିସ୍ତାନ ସରକାରଙ୍କୁ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଧମକ ପତ୍ରରେ ଏହା ଲେଖାଯାଇଛି ଯେ, ପିଟିଆଇର କିଛି ଦୁର୍ଦ୍ଦଶ ନେତା ଛାତ୍ରମାନଙ୍କୁ ଆଗରେ ରଖି ଆଇନ ଶୃଙ୍ଖଳାକୁ ସଙ୍କଟରେ ପକାଇବାକୁ ଚେଷ୍ଟା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri