ୟୁଏନଜିଏରେ ପାକିସ୍ତାନ ପୁଣି ଓଗାଳିଲା କଶ୍ମୀର ରାଗ, କହିଲା ଯୁଦ୍ଧ କୌଣସି ବିକଳ୍ପ ନୁହେଁ, କଥାବର୍ତ୍ତାରେ ହେବ ସମାଧାନ

ନ୍ୟୁୟର୍କ,୨୪ ।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଭାରତ ସମେତ ଆମେ ସମସ୍ତ ପଡୋଶୀ ଦେଶ ସହିତ ଶାନ୍ତି ଚାହୁଁଛୁ । ଶେହବାଜ ଶରିଫ କହିଛନ୍ତି, ମୁଁ ଭାବୁଛି ବର୍ତ୍ତମାନ ସମୟ ଆସିଛି ଭାରତ ବୁଝିବା ଉଚିତ ଯେ ଦୁଇ ଦେଶ ପରସ୍ପର ସହ ଯୋଡି ହୋଇଛନ୍ତି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଶୁକ୍ରବାର ପୁଣିଥରେ କଶ୍ମୀର ରାଗକୁ ଓଗାଳିଛନ୍ତି । ମିଳିତ ଜାତିସଂଘ(ୟୁଏନ) ମହାସଭାରେ ଉଚ୍ଚ ସ୍ତରୀୟ ବୈଠକକୁ ସାମ୍ବୋଧିତ କରୁଥିବା ବେଳେ ଶରିଫ କହିଛନ୍ତି, ୫ ଅଗଷ୍ଟ ୨୦୧୯ରେ ଭାରତ ଏକତରଫା ଭାବେ ନିଜ ମନମୁତାବକ ନିଷ୍ପତ୍ତି ନେଇ ଅନୁଚ୍ଛେଦ ୩୭୦ ମାଧ୍ୟମରେ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ପରିଚୟ ଶେଷ କରିଦେଲା । ଏହ ଫଳରେ ଶାନ୍ତିର ଆଶା ଧୂଳିସାତ୍ ହୋଇଗଲା ଓ ସୀମାରେ ଉତ୍ତେଜନା ବୃଦ୍ଧି ପାଇଲା । ଏହାପରେ ଶରିଫ ଆହୁରି ମଧ୍ୟ କହିଛନ୍ତି ଭାରତ ସହ ଯୁଦ୍ଧ କୌଣସି ବିକଳ୍ପ ନୁହେଁ ।
କଶ୍ମୀର ରାଗ ଓଗାଳିବା ସମୟରେ ଶରିଫ କହିଛନ୍ତି, ପାକିସ୍ତାନ ତା’ର ପଡୋଶୀ ସହ ସ୍ଥିର ବାତାବାରଣ ଚାହୁଁଛି । ଆମେ ଆମର ସମସ୍ତ ପଡୋଶୀଙ୍କ ସହ ଶାନ୍ତି ଚାହୁଁ । କେବଳ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ତା’ହେଲେ ଭବିଷ୍ୟରେ ବିଶ୍ୱ ଆହୁରି ଶାନ୍ତି ପୂର୍ଣ୍ଣ ହେବ । ଭାରତକୁ ସକରାତ୍ମକ ସ୍ଥିତି ପାଇଁ ଉଚିତ ପଦକ୍ଷେପ ନେବା ଦରକାର । ଆମେ ପଡୋଶୀ, ନିଷ୍ପତ୍ତି ଆମକୁ ନେବାକୁ ହେବ, ଆମେ ଶାନ୍ତୁ ଚାହୁଁଛୁ ନା ଯୁଦ୍ଧ ଚାହୁଁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ...

‘ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ ମୋଦିଙ୍କ ମତ’

ଓ୍ବାଶିଂଟନ,୧୮ା୧୨: ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ନିର୍ଦ୍ଦେଶକ ବିଲ୍‌ ବର୍ନସ କହିଛନ୍ତି, ପରମାଣୁ ଅସ୍ତ୍ର ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତ ୟୁକ୍ରେନ ଯୁଦ୍ଧ...

ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି କଳା ପଲିଥିନରେ ଥିବା କରୋନା ସଂକ୍ରମିତଙ୍କ ମୃତଦେହ!

ମସ୍କୋ,୧ ।୧୧: ରୁଷିଆରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । ଯାହା ପୂର୍ବାପେକ୍ଷା ଅଧିକ ବୋଲି ଅନୁମାନ କରାଯାଉଛି । ଶୁକ୍ରବର...

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର...

ଇସଲାମ ଉଗ୍ରବାଦୀଙ୍କ ଟାର୍ଗେଟରେ ପାକିସ୍ତାନ ପୋଲିସ

ଇସଲାମାବାଦ,୨୭ା୨: ପାକିସ୍ତାନର ପେଶାୱାରରେ ଆତ୍ମଘାତୀ ବିସ୍ଫୋରଣରେ ୨୨୧ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୯୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ...

ଭାରତକୁ ପ୍ରଶଂସା କଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ୍‌,୨୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଅନେକ ଦେଶ ଭାରତ ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ଏମ୍‌ପି ପିଟ୍‌ ଓଲସନ୍‌ ଭାରତକୁ ପ୍ରଶଂସା କରିଛନ୍ତି।...

ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି’

ଇସଲାମାବାଦ,୫।୮: ଅଯୋଧ୍ୟାରେ ରାମମନ୍ଦିର ଲାଗି ବୁଧବାର ଶିଳାନ୍ୟାସ କରାଯାଇଛି। ଏହାକୁ ଲାଗି ସମଗ୍ର ଭାରତ ଉତ୍ସବମୁଖର ହୋଇଥିବା ବେଳେ ପାକିସ୍ତାନ ଅସହିଷ୍ଣୁ ହୋଇପଡ଼ିଛି। ପାକ୍‌ ପ୍ରଧାନମନ୍ତ୍ରୀ...

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୈତିକ ମନ୍ଥରତା: ବିଶ୍ୱ ବ୍ୟାଙ୍କ ମୁଖ୍ୟ

ଲଣ୍ଡନ,୮ା୬: କରୋନା ମହାମାରୀ ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥା ଯେତିକି ଖରାପ ହୋଇ ନ ଥିଲା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏହା ଦ୍ୱିଗୁଣିତ ହୋଇଛି। ଏହି କାରଣରୁ...

Advertisement
Archives

Model This Week