ଦୁର୍ଗାପୂଜାରେ ବାଜା, ସାଉଣ୍ଡ୍‌, ଲାଇଟ, ଭସାଣ କଟକଣା

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଦୁର୍ଗାପୂଜା, ଭସାଣି ସମୟରେ ଉଚ୍ଚ ଶବ୍ଦ ଯୋଗୁ ଯେପରି ସ୍ମାର୍ଟସିଟିବାସୀଙ୍କ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ନ ହେବ ଓ ସହରରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ନ ଉପୁଜିବ, ସେଥିପାଇଁ କମିଶନରେଟ ପୋଲିସ ଗୁରୁତ୍ୱ ଦେଇଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯିବା ସହ ସାଉଣ୍ଡ୍‌, ଡିଜେ, ଲାଇଟ୍‌ ଓ ଭସାଣ ଶୋଭାଯାତ୍ରାରେ କିଛି କଟକଣା ମାନିବାକୁ ପୂଜା ଆୟୋଜକଙ୍କୁ ତାଗିଦ୍‌ କରାଯାଇଛି। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ, ପୂଜା ମଣ୍ଡପ ଓ ଭସାଣ ଶୋଭାଯାତ୍ରାରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ବକ୍ସଗୁଡ଼ିକର ଶବ୍ଦର ତୀବ୍ରତା ୬୫ ଡେସିବଲ୍‌ରୁ ଅଧିକ ରହିବ ନାହିଁ। ଭସାଣି ସମୟରେ ପ୍ରତ୍ୟେକ ପୂଜା ମଣ୍ଡପକୁ କେବଳ ଗୋଟିଏ ଲେଖାଏ ବ୍ୟାଣ୍ଡ୍‌ ଓ ମ୍ୟୁଜିକ୍‌ ପାର୍ଟି ବ୍ୟବହାର କରିବାକୁ ଅନୁମତି ଦିଆଯିବ। ମ୍ୟୁଜିକ ପାର୍ଟିଗୁଡ଼ିକ ୪ରୁ ୫ଟି ସାଉଣ୍ଡ ବକ୍ସ ବ୍ୟବହାର କରିବେ। ସାଉଣ୍ଡ୍‌ ଲିମିଟ୍‌ ସୀମା ନ ଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବ ନାହିଁ। ଭୁବନେଶ୍ୱର/କଟକ ଡିସିପିଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବା ବ୍ୟାଣ୍ଡ୍‌/ଡିଜେ ଓ ମ୍ୟୁଜିକ୍‌ ପାର୍ଟିଗୁଡ଼ିକକୁ ହିଁ ଚଳିତବର୍ଷ ଦଶହରାରେ ଅନୁମତି ମିଳିବ। ଅନ୍ୟକାହାର ଲାଇସେନ୍ସକୁ ବ୍ୟବହାର କରି କେହି ଗୀତ ବଜାଇ ପାରିବେ ନାହିଁ। ସ୍କୁଲ୍‌, କଲେଜ, ହସ୍ପିଟାଲ ଓ କୋର୍ଟ ଆଦି ସାଇଲେନ୍ସ ଜୋନ୍‌ ଅଞ୍ଚଳର ୧୦୦ ମିଟର ପରିଧି ମଧ୍ୟରେ ଗୀତ ବାଜି ପାରିବ ନାହିଁ। ଭସାଣି ଶୋଭାଯାତ୍ରା ପାଇଁ ଦିଆଯାଇଥିବା ସମୟ ଓ ମାର୍ଗକୁ କଡ଼ାକଡ଼ି ଭାବେ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍‌ପାର୍ଟିମାନେ ମାନିବେ। କୌଣସି ପରିସ୍ଥିତିରେ ଜାତୀୟ ରାଜପଥରେ ଗୀତ ବଜାଇ ପାରିବେ ନାହିଁ କି ଭସାଣି ସମୟରେ ଫୋକସ୍‌/ଫ୍ଲାସ୍‌ ଲାଇଟ୍‌ ବ୍ୟବହାର କରିପାରିବେ ନାହିଁ। ଗୋଟିଏ ମଣ୍ଡପ ୬ରୁ ଅଧିକ ଟ୍ରଲି ବ୍ୟବହାର କରିପାରିବ ନାହିଁ। ତେବେ ଉପରୋକ୍ତ ନିୟମକୁ ଉଲ୍ଲଂଘନ କଲେ ମ୍ୟୁଜିକ୍‌ ସାମଗ୍ରୀକୁ ଜବତ କରାଯିବ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri