ଦୁର୍ଗାପୂଜାରେ ବାଜା, ସାଉଣ୍ଡ୍‌, ଲାଇଟ, ଭସାଣ କଟକଣା

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଦୁର୍ଗାପୂଜା, ଭସାଣି ସମୟରେ ଉଚ୍ଚ ଶବ୍ଦ ଯୋଗୁ ଯେପରି ସ୍ମାର୍ଟସିଟିବାସୀଙ୍କ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ନ ହେବ ଓ ସହରରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ନ ଉପୁଜିବ, ସେଥିପାଇଁ କମିଶନରେଟ ପୋଲିସ ଗୁରୁତ୍ୱ ଦେଇଛି। ଏନେଇ ଶୁକ୍ରବାର ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯିବା ସହ ସାଉଣ୍ଡ୍‌, ଡିଜେ, ଲାଇଟ୍‌ ଓ ଭସାଣ ଶୋଭାଯାତ୍ରାରେ କିଛି କଟକଣା ମାନିବାକୁ ପୂଜା ଆୟୋଜକଙ୍କୁ ତାଗିଦ୍‌ କରାଯାଇଛି। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ, ପୂଜା ମଣ୍ଡପ ଓ ଭସାଣ ଶୋଭାଯାତ୍ରାରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ବକ୍ସଗୁଡ଼ିକର ଶବ୍ଦର ତୀବ୍ରତା ୬୫ ଡେସିବଲ୍‌ରୁ ଅଧିକ ରହିବ ନାହିଁ। ଭସାଣି ସମୟରେ ପ୍ରତ୍ୟେକ ପୂଜା ମଣ୍ଡପକୁ କେବଳ ଗୋଟିଏ ଲେଖାଏ ବ୍ୟାଣ୍ଡ୍‌ ଓ ମ୍ୟୁଜିକ୍‌ ପାର୍ଟି ବ୍ୟବହାର କରିବାକୁ ଅନୁମତି ଦିଆଯିବ। ମ୍ୟୁଜିକ ପାର୍ଟିଗୁଡ଼ିକ ୪ରୁ ୫ଟି ସାଉଣ୍ଡ ବକ୍ସ ବ୍ୟବହାର କରିବେ। ସାଉଣ୍ଡ୍‌ ଲିମିଟ୍‌ ସୀମା ନ ଥିବା ଅଡିଓ ସିଷ୍ଟମକୁ ଅନୁମତି ମିଳିବ ନାହିଁ। ଭୁବନେଶ୍ୱର/କଟକ ଡିସିପିଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବା ବ୍ୟାଣ୍ଡ୍‌/ଡିଜେ ଓ ମ୍ୟୁଜିକ୍‌ ପାର୍ଟିଗୁଡ଼ିକକୁ ହିଁ ଚଳିତବର୍ଷ ଦଶହରାରେ ଅନୁମତି ମିଳିବ। ଅନ୍ୟକାହାର ଲାଇସେନ୍ସକୁ ବ୍ୟବହାର କରି କେହି ଗୀତ ବଜାଇ ପାରିବେ ନାହିଁ। ସ୍କୁଲ୍‌, କଲେଜ, ହସ୍ପିଟାଲ ଓ କୋର୍ଟ ଆଦି ସାଇଲେନ୍ସ ଜୋନ୍‌ ଅଞ୍ଚଳର ୧୦୦ ମିଟର ପରିଧି ମଧ୍ୟରେ ଗୀତ ବାଜି ପାରିବ ନାହିଁ। ଭସାଣି ଶୋଭାଯାତ୍ରା ପାଇଁ ଦିଆଯାଇଥିବା ସମୟ ଓ ମାର୍ଗକୁ କଡ଼ାକଡ଼ି ଭାବେ ବ୍ୟାଣ୍ଡ/ଡିଜେ ଓ ମ୍ୟୁଜିକ୍‌ପାର୍ଟିମାନେ ମାନିବେ। କୌଣସି ପରିସ୍ଥିତିରେ ଜାତୀୟ ରାଜପଥରେ ଗୀତ ବଜାଇ ପାରିବେ ନାହିଁ କି ଭସାଣି ସମୟରେ ଫୋକସ୍‌/ଫ୍ଲାସ୍‌ ଲାଇଟ୍‌ ବ୍ୟବହାର କରିପାରିବେ ନାହିଁ। ଗୋଟିଏ ମଣ୍ଡପ ୬ରୁ ଅଧିକ ଟ୍ରଲି ବ୍ୟବହାର କରିପାରିବ ନାହିଁ। ତେବେ ଉପରୋକ୍ତ ନିୟମକୁ ଉଲ୍ଲଂଘନ କଲେ ମ୍ୟୁଜିକ୍‌ ସାମଗ୍ରୀକୁ ଜବତ କରାଯିବ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?