ଭରତିଆ ଟାୱାରରେ ଅଗ୍ନିକାଣ୍ଡ

କଟକ ଅଫିସ,୨୪।୯: କଟକ ବାଦାମବାଡ଼ିସ୍ଥିତ ଭରତିଆ ଟାୱାର ୭ ମହଲାର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଧରଣର ବିପଦରୁ ଉକ୍ତ ବ୍ୟବସାୟ ପେଣ୍ଠସ୍ଥଳୀ ରକ୍ଷା ପାଇଯାଇଥିବାରୁ ବ୍ୟବସାୟୀମାନେ ଆଶ୍ୱସ୍ତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉକ୍ତ ଘରେ ନିଅଁା ଲାଗି ଯାଇଥିଲା। କିଛି ସମୟ ମଧ୍ୟରେ ବ୍ୟାପି ଯାଇ ଘରର ଝରକାପଟେ ଜଳୁଥିବା ଦେଖିବାକୁ ମିଳିଥିଲା। ନିଆଁର ପ୍ରକୋପ ଏତେ ଥିଲା କେହି ପାଖକୁ ଯିବାକୁ ସାହସ କରିପାରି ନ ଥିଲେ। ଅଗ୍ନିଶମ ଅଧିକାରୀ ମୀନକେତନ ବେହେରାଙ୍କ ସୂଚନା ଅନୁସାରେ, ଅଗ୍ନିକାଣ୍ଡ ଘଟିଥିବା କୋଠରିରେ କେତେଜଣ ଶ୍ରମିକ ଶ୍ରେଣୀର ଲୋକ ରହୁଥିଲେ। ଅଗ୍ନିକାଣ୍ଡରେ ଏକ ଆଲମିରା, ବାକ୍ସ ଓ କେତେକ କାଠ ସାମଗ୍ରୀ ଜଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହବିଷିଆଳିଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ,୧୧।୯: ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଉ ମାସେ ପରେ କାର୍ତ୍ତିକ ମାସ ଆରମ୍ଭ ହେବ। ତେବେ ୨ ବର୍ଷ ପରେ ଚଳିତବର୍ଷ...

ଧର୍ମଗଡ଼ଠାରେ ବୌଦ୍ଧିକ ସମାବେଶ: ଧର୍ମଗଡ ଅଞ୍ଚଳର ବିକାଶ ପାଇଁ ମୁଁ ସର୍ବଦା ସଙ୍କଳ୍ପ ବଦ୍ଧ: ଶକ୍ତିମନ୍ତ୍ରୀ

ଧର୍ମଗଡ,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡଠାରେ ଜୀବନ ବିନ୍ଦୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୁଧବାର ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଏକ ବିକଶିତ ଧର୍ମଗଡ କିଭଳି କରାଯାଇପାରି...

କରୋନା ବଦଳାଇ ଦେଲା ବେଉସା : ଜଳଖିଆ ଦୋକାନୀ ବିକୁଛନ୍ତି ଫଳ

କେନ୍ଦୁଝର, ୨୯ା୬ (ସ୍ବ.ପ୍ର.): କରୋନା ମହାମାରୀ ବହୁ ଲୋକଙ୍କ ବେଉସା ବଦଳାଇ ଦେଇଛି। ଏଭଳି ଜଣେ ଜଳଖିଆ ବିକି ପେଟ ପୋଷୁଥିବା ଗାନ୍ଧୀ ଛକ ନିକଟରେ...

ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌

ସୁନ୍ଦରଗଡ଼,୧୬।୬: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କାଲୋବାହାଲ ନିକଟରେ ବୁଧବାର ଏକ ପୋଲିସ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ...

ବୁରୁଧ୍‌ ଉପରେ ୨ ଦିବ୍ୟାଙ୍ଗ ଝି’ର ବୋଝ୍‌

ଲୋଇସିଂହା, ୮।୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗାଁର ବୁରୁଧ୍‌ ଅମର ଭୋଇ(୯୦)। ମାଏକିନାର ମୁରତୁ ଉତାରୁ ଦୁଇ ଦିବ୍ୟାଙ୍ଗ ଝି’କେ ନେଇ ତାକର...

ଜେଟିକୁ ଫେରୁଛି ବୋଟ୍‌

ବାଲେଶ୍ୱର ଅଫିସ, ୨୧।୧୦: ବନ୍ୟା ହେଉ କି ବାତ୍ୟା, ଏହାର ମୁକାବିଲା ପାଇଁ ବାଲେଶ୍ୱର ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ...

ମଦ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ହାତୀଓଟ,୧ା୧୧- ପୋଲସରା ବ୍ଲକ ମନ୍ଦାର ପଞ୍ଚାୟତର ମାଳତୀବାଡି ଗ୍ରାମରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗୁରୁବାର ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନେ ମନ୍ଦାର – ଆସିକା...

ବିବାଦ ସମାଧାନ ପାଇଁ ଚାଲିଥିଲା ବୈଠକ, ହେଲେ ଫୁଟିଲା ବୋମା

ବ୍ରହ୍ମଗିରି,୭।୧୧(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ସାତପଡ଼ା ନାଥପୁରରେ ବୋମାମାଡ ହୋଇଛି । ଜମି ଜବରଦଖଲକୁ ୨ ସାହି ମଧ୍ୟରେ ଗଣ୍ଡଗୋଳକୁ ନେଇ ବୋମାମାଡ଼ ହୋଇଥିବା...

Advertisement
Archives

Model This Week