ଇମ୍ରାନଙ୍କ ପାର୍ଟିକୁ ନିଷିଦ୍ଧ ସଂଗଠନ ଘୋଷଣା କରିବାକୁ ପାକିସ୍ତାନ ସରକାରଙ୍କ ଯୋଜନା…

ଇସଲାମାବାଦ,୧୯।୩ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରିଥିବା ପୋଲିସ ଦାବି କରିବା ପରେ ପାକିସ୍ତାନ ସରକାର ତେହେରିକ-ଇ-ଇନସାଫ ପାର୍ଟିକୁ ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବେ ବୋଲି ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲହା କହିଛନ୍ତି।

ସୂଚନାଯୋଗ୍ୟ,ଶନିବାର ଇସଲାମାବାଦର ଏକ ଜିଲା କୋର୍ଟରେ ହାଜର ହେବା ପାଇଁ ଲାହୋରରୁ ଆସିଥିବା ଇମ୍ରାନ ଖାନଙ୍କୁ ଶାସକ ଦଳର ନେତାମାନେ କଡ଼ା ସମାଲୋଚନା କରିଥିଲେ। ଇମ୍ରାନ ଇସଲାମାବାଦରେ ଥିବାବେଳେ ୧୦ ହଜାରରୁ ଅଧିକ ସଶସ୍ତ୍ର ପଞ୍ଜାବ ପୋଲିସ କର୍ମଚାରୀ ଲାହୋରର ଜମାନ ପାର୍କରେ ଥିବା ତାଙ୍କ ବାସଭବନରେ ଏକ ବିଶାଳ ଅପରେଶନ ଆରମ୍ଭ କରିଥିଲେ ଏବଂ ତାଙ୍କର ଅନେକ ସମର୍ଥକଙ୍କୁ ଗିରଫ କରିଥିଲେ। କେବଳ ଏତିକି ନୁହେଁ ତାଙ୍କ ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରାଯାଇଥିବା ମଧ୍ୟ ଦାବି କରାଯାଇଛି।

ସନାଉଲହା କହିଛନ୍ତି, ଆତଙ୍କବାଦୀମାନେ ଜମାନ ପାର୍କରେ ଲୁଚି ରହିଥିଲେ। ଇମ୍ରାନ ଖାନଙ୍କ ବାସଭବନରୁ ଅସ୍ତ୍ରଶସ୍ତ୍ର, ପେଟ୍ରୋଲ ବୋମା ଇତ୍ୟାଦି ଜବତ କରାଯାଇଛି। ଆତଙ୍କବାଦୀ ସଂଗଠନ ସାବ୍ୟସ୍ତ କରିବା ଲାଗି ପିଟିଆଇ ବିରୋଧରେ ମାମଲା ରୁଜୁ କରିବା ପାଇଁ ଏସବୁ ଯଥେଷ୍ଟ ପ୍ରମାଣ । ତେବେ ଏହି ପ୍ରସଙ୍ଗରେ ଆମେ ଆମର ଆଇନ ଦଳ ସହିତ ପରାମର୍ଶ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..

ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩...

ପାକିସ୍ତାନରେ ସୁରକ୍ଷିତ ନୁହେଁ ଚତୁର୍ଥ ସ୍ତମ୍ଭ: ୬ବର୍ଷରେ କାର୍ଯ୍ୟରତ ୩୩ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା

ଇସଲାମାବାଦ୍‌,୨୪।୧୧: ପାକିସ୍ତାନର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ସୁରକ୍ଷିତ ନୁହେଁ। ଗତ ୬ ବର୍ଷରେ ଏଠାରେ କାର୍ଯ୍ୟରତ ୩୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା...

କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଲେ ବ୍ୟକ୍ତି

କାନବେରା,୨୯।୭: ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶର ବିଶେଷଜ୍ଞ ଭ୍ୟାକ୍‌ସିନ ବାହାର କରିବାରେ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ବହୁମତ ଆଡକୁ ଆଗେଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଆଡୁ ଆସୁଛି ଶୁଭେଚ୍ଛାର ବାର୍ତ୍ତା। ଏହି ଅବସରରେ...

ବସ୍‌କୁ ଅଧ କିଲୋମିଟର ଘୋଷାଡି ନେଲା ଟ୍ରେନ :୧୨ ମୃତ , ୬ ଗୁରୁତର

ଢାକା,୧୯।୧୨-ବାଂଲାଦେଶରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେନ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି।...

ଇସ୍ରାଏଲରେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା, ନୂଆ ଆଇନ ବିରୋଧରେ ହେଉଛି ପ୍ରଦର୍ଶନ

ତେଲ ଆଭିବ,୨୩ ।୧: ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବାକୁ ଯାଉଥିବା ଏକ ଆଇନର ପ୍ରସ୍ତାବକୁ ଲଗାତାର ବିରୋଧ କରାଯାଉଛି । ଶନିବାର ଏକ...

ଆକ୍ରମଣ ହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ: ପାକ୍‌ ସେନାମୁଖ୍ୟ

ଇସ୍‌ଲାମାବାଦ,୫।୧୨: ପାକିସ୍ତାନ ଉପରେ ଆକ୍ରମଣ ହେଲେ ସୈନ୍ୟବାହିନୀ ଶତ୍ରୁପକ୍ଷ ଉପରେ ପ୍ରତିଆକ୍ରମଣ କରିବ ବୋଲି ନୂଆ ସେନାଧ୍ୟକ୍ଷ ଅସିମ୍‌ ମୁନିର ପ୍ରକାଶ କରିଛନ୍ତି। ଏପରିକି ପାକିସ୍ତାନ...

ମାସ୍କ ନ ପିନ୍ଧିଲେ ଡ୍ରାଇଭିଂ ମନା

ସିଓଲ,୨୬।୫: କରୋନା ଭାଇରସ ସଂକ୍ରମଣକୁ ଦେଖି ସାଉଥ୍‌ କୋରିଆ ସରକାର ଏକ କଡ଼ା ପଦକ୍ଷେପ ନେଇଛନ୍ତି। ମାସ୍କ ନ ପିନ୍ଧିଲେ ଟ୍ୟାକ୍ସି ବା ବସ୍‌ ଚଳାଇବାକୁ...

Advertisement
Archives

Model This Week