ପଶ୍ଚିମା ଝଡ଼ରେ ଉପୁଡ଼ିଲା ଗଛ

ବାରିପଦା ଅଫିସ/ଭଦ୍ରକ ଅଫିସ, ୧୯।୩: ପଶ୍ଚିମା ଝଡ଼ ପ୍ରଭାବରେ ମୟୂରଭଞ୍ଜ ଜିଲାର ଶିମିଳିପାଳ ସମେତ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଶନିବାର ଦିନ ତମାମ ସବୁଠି କୋହଲା ପାଗ ସହ ପବନ ବର୍ଷା ଲାଗିରହିଥିଲା। ବାରିପଦା ସହର ଉପକଣ୍ଠ ଅସନଯୋଡ଼ା ସମେତ କେତେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଦମକଳବାହିନୀ ପହଞ୍ଚତ୍ ସ୍ଥିତି ସ୍ବାଭାବିକ କରିଥିଲେ।
ଜୋରରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଦୀର୍ଘ ମାସ ବ୍ୟବଧାନରେ ବର୍ଷା ହେବା ଫଳରେ ଦିନର ତାପମାତ୍ରା ହ୍ରାସ ପାଇଛି। ବାରିପଦା ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ବିଭିନ୍ନ ସ୍ଥାନରେ ଅଭାବନୀୟ ପରିସ୍ଥିତି ଦେଖାଯାଇଛି। ଡ୍ରେନରୁ ଆବର୍ଜନାଯୁକ୍ତ ଦୂଷିତ ପାଣି ବାହାରି ରାସ୍ତାରେ ବୋହିବା ସହ ଦୋକାନ ଓ ବାସଗୃହରେ ପ୍ରବେଶ କରିଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ତୁହାକୁ ତୁହା ବର୍ଷା ଯୋଗୁ ବଜାରଘାଟ ଜନଶୂନ୍ୟ ହୋଇପଡ଼ିଥିଲା। ତେବେ ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଶିମିଳିପାଳର ଉତ୍ତର ଡିଭିଜନରେ ଗୋଟିଏ ଫାୟାର ପଏଣ୍ଟ ଚିହ୍ନଟ ହୋଇଥିଲା। ବର୍ଷା ହେବାରୁ ତାହା ଲିଭିଯାଇଛି। ବାରିପଦାରେ ୧୪ ମି.ମି ବୃଷ୍ଟିପାତ ରେକର୍ଡ ହୋଇଛି। ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ପିଠାବଟା ରେଞ୍ଜ୍‌ରେ ସର୍ବାଧିକ ୪୦ ମି.ମି. ଓ ଉତ୍ତର ପିଠାବଟା ରେଞ୍ଜରେ ସର୍ବନିମ୍ନ ୪ ମି.ମି ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ସନ୍ଧ୍ୟାରେ ଭଦ୍ରକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ପରିବେଶ ଚିନ୍ତା

ବନ୍ତ, ୭।୧୨ (ଡି.ଏନ.ଏ.)-ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ଯାଆନ୍ତି। ଦୁଇଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫା କରିବା...

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା...

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭଞ୍ଜନଗର,୨୮।୪(ଡି.ଏନ୍‌.ଏ.)- ଭଞ୍ଜନଗର ଏନ୍‌ଏସି ସଫେଇ କର୍ମଚାରୀଙ୍କୁ ମଙ୍ଗଳବାର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମ୍ବର୍ଦ୍ଧିତ କରିଛନ୍ତି। ଏହି...

କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

  ଲାଠୋର, ୧୪ା୧ (ଡି.ଏନ୍‌.ଏ.)- ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା...

ଜିଲାରେ ଫନୀକୁ ନେଇ ଚାଷୀ ଚିନ୍ତିତ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଡି ଆସୁଥିବା ବାତ୍ୟା ଫନୀକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି।  ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୩ରେ ଏହା ଓଡ଼ିଶାର ଉପକୂଳବର୍ତ୍ତୀ...

ମା’ କାମୁଡ଼େଇ ପୀଠକୁ ଅଣଦେଖା

ରଗଡି,୪ା୪(ଡି.ଏନ୍‌.ଏ.): ଯାଜପୁର ଜିଲାର ରଗଡ଼ି ଅଞ୍ଚଳର ପ୍ରସିଦ୍ଧ ଦୈବୀପୀଠ ମା’ କାମୁଡ଼େଇଙ୍କ ମନ୍ଦିରକୁ ପ୍ରଶାସନ ଅଣଦେଖା କରୁଛି। ଜିଲା ତଥା ଜିଲା ବାହାରୁ ପ୍ରତିଦିନ ବହୁ...

ମଣ୍ଟୁ ଘୋଷ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା ଅଫିସ/ଲଖନପୁର,୦୬।୧୧(ଡି.ଏନ.ଏ.):ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ଗତ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁ ଘୋଷଙ୍କ...

ବୃଦ୍ଧା ମା’ ଉପରେ ପୁଅର ବୋଝ

ନୟାଗଡ଼ ଅଫିସ,୨୦ା୯- ପୁଅ ବଡ଼ ହୋଇ ଘର ଚଳାଇବ। ମା’ ବାପାଙ୍କ ଦାୟିତ୍ୱ ନେବ। ସବୁ ମା’ବାପାଙ୍କ ପରି ସ୍ବପ୍ନ ଦେଖିଥିଲେ ଜଣେ ମା’। ହେଲେ...

Advertisement
Archives

Model This Week