ପାଖଣ୍ଡିଙ୍କୁ ହଜାରେ ବର୍ଷ ଜେଲ

ଅଙ୍କାରା, ୧୩ା୧: ଯୌନ ଅପରାଧ ପାଇଁ ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଅଦନାନ୍‌ ଅକ୍‌ତାରଙ୍କୁ ୧,୦୭୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ତୁର୍କୀର ଏକ କୋର୍ଟ। ଆପରାଧିକ ଗ୍ୟାଙ୍ଗର ନେତୃତ୍ୱ ନେବା, ଠକେଇ, ପ୍ରତାରଣା, ଯୌନ ଶୋଷଣ ଆଦି ମାମଲାରେ ୬୪ ବର୍ଷୀୟ ଅଦନାନ୍‌ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦନନ୍‌ ଏ୯ ନାମରେ ଟିଭି ଚ୍ୟାନେଲ ଚଲାଇ ଇସ୍‌ଲାମିକ ବିଷୟ ସହ ଜଡିତ ଟକ୍‌ ଶୋ ଆୟୋଜନ କରୁଥିଲେ। ସେ ଏହି ଶୋ’ରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଝିଅମାନଙ୍କ ନୃତ୍ୟ ପରିବେଷଣ କରାଇ ଟେଲିକାଷ୍ଟ କରିଥିଲେ। ସେମାନଙ୍କୁ ମଧ୍ୟରୁ ଅନେକ ନିଜ ପରିଚୟ ଲୁଚାଇବାକୁ ପ୍ଲାଷ୍ଟିକ ସର୍ଜରି କରିଥିଲେ। ତାଙ୍କର ହଜାରେରୁ ଅଧିକ ପ୍ରେମିକା ରହିଛନ୍ତି। ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ସହଯୋଗୀଙ୍କ ସହ ତାଙ୍କୁ ୨୦୧୮ରେ ଗିରଫ କରାଯାଇଥିଲା। ଅଦ୍‌ନାନ୍‌ଙ୍କ ସହ ତାଙ୍କ ଅନ୍ୟ ୨ ସହଯୋଗୀଙ୍କୁ ତର୍କାନ ୟାଭାସ୍‌ ଓ ଅକ୍‌ତାର ବାବୁନାଙ୍କୁ ଯଥାକ୍ରମେ ୨୧୧ ଏବଂ ୧୮୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଶାଓ୍ବର ପରେ ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ

ଇସ୍‌ଲାମାବାଦ୍‌,୧।୨: ପାକିସ୍ତାନର ସମସ୍ୟା ଥମିବାର ନାମ ନେଉନି। ଗୋଟିଏ ପଟେ ଅର୍ଥନୈତିକ ସଙ୍କଟ ଏବଂ ଅନ୍ୟ ପଟେ ଆତଙ୍କବାଦ ଦେଶର ମେରୁ ହାଡ଼ ଭାଙ୍ଗିଦେଇଛି। ବର୍ତ୍ତମାନ...

ରୁଷିଆ ଆକ୍ରମଣ ଉପରେ ୟୁକ୍ରେନର ଜବାବ, ବଙ୍କରରେ ଗିଟାର ବଜାଉଥିବା ୟୁକ୍ରେନ ସେନାଙ୍କ ଭିଡିଓ ଭାଇରାଲ

କ୍ୱିଭ,୨ ।୧: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୩୦୦ରୁ ଅଧିକ ଦିନ ହୋଇଗଲାଣି । ଏଥିରେ ନା ୟୁକ୍ରେନ୍ ନା ରୁଷିଆ କେହି ମୁଣ୍ଡ ନଇଁବାକୁ...

ମ୍ୟାନମାର: କାୟା ସୀମାରେ ମିଳିଲା ସେନା ଦ୍ୱାରା ନିହତ ୩୦ ଜଣଙ୍କ ପୋଡା ଯାଇଥିବା ମୃତଦେହ

ପ୍ରୁସୋ ଟାଉନ,୨୬ ।୧୨: ମ୍ୟାନମାରରେ ସଂଘର୍ଷ କରୁଥିବା ଲୋକଙ୍କ କରୁଣ କାହାଣୀ ଶେଷ ହେବାର ନାଁ ନେଉନି । ଶୁକ୍ରବାର କାୟା ସୀମାରେ ସେନା ଦ୍ୱାରା...

ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ…

ମସ୍କୋ,୫।୧୧ : ଜି -୨୦ ଶିଖର ସମ୍ମିଳନୀ ପାଇଁ ତୀବ୍ର ପ୍ରସ୍ତୁତି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ରୁଷିଆ...

ତାଲିବାନଙ୍କ ବର୍ବର କାଣ୍ଡ: ଗାୟକଙ୍କୁ ଘରୁ ଡାକି ମୁଣ୍ଡକୁ ମାରିଲେ ଗୁଳି

କାବୁଲ,୩୦।୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେଠାରେ ଆତଙ୍କରାଜ ଚାଲିଛି। ଦେଶର ଜଣେ ଲୋକ ଗାୟକଙ୍କୁ ଘରୁ ଡାକି ନେଇ ତାଙ୍କ ମୁଣ୍ଡକୁ ଗୁଳି...

ୟୁକ୍ରେନର ଗାଁକୁ ଟାର୍ଗେଟ କଲେଣି ରୁଷିଆ ସେନା!

କ୍ୱିଭ,୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୭ ଦିନ ହୋଇଗଲାଣି । ହେଲେ ଏବେବି ରୁଷିଆ ପୂର୍ବଭଳି ଆକ୍ରମଣ କରିବା ମୁଡରେ ରହିଛି । ୟୁକ୍ରେନର ରାଜଧାନୀ...

ଦେହରକ୍ଷୀଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜା

ବ୍ୟାଙ୍ଗକକ୍‌,୨।୫: ରାଜ୍ୟାଭିଷେକର ଗୋଟିଏ ଦିନ ପୂର୍ବରୁ ଥାଇଲାଣ୍ଡ ରାଜା ମାହା ବାଜିରାଲଙ୍ଗକର୍ନ ବୁଧବାର ତାଙ୍କ ଉପମୁଖ୍ୟ ଦେହରକ୍ଷୀଙ୍କୁ ବିବାହ କରିଛନ୍ତି। ଏହାପରେ ତାଙ୍କୁ ସେ କୁଇନ୍‌...

ମିଳିତ ସୁରକ୍ଷାକର୍ମୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ୨୪ ଆତଙ୍କବାଦୀ ନିହତ

କାବୁଲ୍‌,୨୦।୭: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ୨୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୭ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଉରୁଜଗନ୍‌ଠାରେ ଥିବା...

Advertisement
Archives

Model This Week