ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଜମିରେ ଧାନ ଚାଷ

ଦିଗପହଣ୍ଡି,୩।୮(ଡି.ଏନ୍‌.ଏ.): ଚଳିତ ବର୍ଷ ଦିଗପହଣ୍ଡି ଅଞ୍ଚଳର ଚାଷୀଙ୍କୁ ଧୋକାଦେଇଛି ମୌସୁମୀ ବର୍ଷା। ମୁଖ୍ୟତଃ ଖରିଫ ଧାନ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରାଯାଇଥାଏ। କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ଯଥେଷ୍ଟ କମ୍‌ ହୋଇଛି। ଜୁଲାଇ ମାସରେ ପ୍ରାୟ ୨୨୦ ମିଲିମିଟର ବୃଷ୍ଟିପାତ ଜାଗାରେ ମାତ୍ର ୧୫୦ ମିଲିମିଟର ବର୍ଷା ହୋଇଥିବା ଦିଗପହଣ୍ଡି ଜିଲା କୃଷି କାର୍ଯ୍ୟାଳୟରୁ ସୂଚନା ମିଳିଛି। ଫଳରେ ଧାନଚାଷ ଗୁରୁତର ପ୍ରଭାବିତ ହୋଇଛି। ତଥାପି ଚାଷୀ ଏଯାଏଁ ଚାଷ ଉପରୁ ଆସ୍ଥା ହରାଇ ନାହିଁ। ଗତବର୍ଷ ବିଳମ୍ବିତ ତଥା ଅସ୍ବାଭାବିକ ବର୍ଷା ସତ୍ତ୍ୱେ ଦିଗପହଣ୍ଡି ଅଞ୍ଚଳରେ ଖରିଫ ଧାନ ଚାଷ ବିଶେଷ ପ୍ରଭାବିତ ହୋଇନଥିଲା। ଚଳିତବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ସରିବାକୁ ବସିଥିବା ବେଳେ ମଙ୍ଗଳବାର ସୁଦ୍ଧା ମୌସୁମୀ କିମ୍ବା ଲଘୁଚାପଜନିତ ବଡ଼ ଧରଣର ବର୍ଷା ଅନୁଭୂତ ହୋଇପାରିନାହିଁ। ଫଳରେ ଚାଷ ଗୁରୁତର ପ୍ରଭାବିତ ହୋଇଛି।
ଚଳିତବର୍ଷ ଦିଗପହଣ୍ଡି ବ୍ଲକ ଏବଂ ଏନ୍‌ଏସି ଅଞ୍ଚଳର ୨୫,୮୫୫ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜୁଲାଇ ୩୧ ସୁଦ୍ଧା ମାତ୍ର ୧୦ ପ୍ରତିଶତ ଅର୍ଥାତ ୧ ହଜାର ହେକ୍ଟର ଚାଷ ଜମିରେ ଧାନ ରୁଆ କାର୍ଯ୍ୟ ସମ୍ଭବ ହୋଇପାରିଥିବା କୃଷି ବିଭାଗ ସୂଚନା ଦେଇଛି। ଧାରା ଶ୍ରାବଣରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଦ୍ୱାରା ଗୋଟିଏ ଗୋଟିଏ ତଳି ଘେରାରେ ପ୍ରାୟ ୫୦ ଭାଗ ଧାନ ତଳି ପୋଡିଗଲାଣି। ଆଉ ଦୁଇ ତିନି ଦିନ ଯଦି ଖରା ଲାଗିରହେ ତେବେ ଧାନ ତଳି ସମ୍ପୂର୍ଣ୍ଣ ପୋଡ଼ିଯିବ ବୋଲି ଆଶଙ୍କା କରାଯାଉଛି। କେତେକ ସ୍ଥାନରେ ଧାନ ତଳି ବଞ୍ଚାଇବା ପାଇଁ ଚାଷୀମାନେ ସଂଘର୍ଷ ଚଳାଇଛନ୍ତି। ଗାଁ ଠାରୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ପାଣି ବୋହିନେଇ ତଳି ଘେରାରେ ପକାଉଥିବା ବେଳେ ଆଉ କେତେକ ଚାଷୀ ପମ୍ପ ସାହାଯ୍ୟରେ ଜଳସେଚିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ବାସୁଦେବପୁର ପଞ୍ଚାୟତ ଚାଷୀ କିଶୋର ଦୋରାଙ୍କ କହିବା କଥା ହେଲା ଡେରିରେ ବର୍ଷା ହେଲେ ମଧ୍ୟ ସେତେବେଳକୁ ଆଉ ଧାନତଳି ନଥିବ। ପାଖରେ ମଧ୍ୟ ଆଉ ବଳକା ବିହନ ନାହିଁ।
ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର, କୋଟିନଡା, ବାସୁଦେବପୁର, କୁଶପଡା, ଗୋକର୍ଣ୍ଣପୁର, ବି.ତୁରୁବୁଡି, ବଡଡୁମୁଳା, କରପଡା, ଜକର ଗ୍ରାମପଞ୍ଚାୟତରେ ଧାନତଳି ପ୍ରାୟ ୫୦ ପ୍ରତିଶତ ପୋଡ଼ିଗଲାଣି। କ୍ଷୁଦ୍ର ସେଚପ୍ରକଳ୍ପ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଦିଗପହଣ୍ଡି ଜିଲା କୃଷି ଅଧିକାରୀ ନିରଞ୍ଜନ ମହାପାତ୍ର କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଧାନତଳି ପ୍ରଭାବିତ ହୋଇଥିବା ସୂଚନା ମିଳିଛି। କୃଷି କର୍ମଚାରୀମାନଙ୍କୁ ନିଜ ନିଜର ପଞ୍ଚାୟତର ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଳକ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ କହିଛନ୍ତି, ଯେଉଁ ଅଞ୍ଚଳରେ ଧାନତଳି ପ୍ରଭାବିତ ହୋଇଛି ସମ୍ପୃକ୍ତ ଚାଷୀମାନଙ୍କୁ ବର୍ଷା ହେଲା ପର୍ଯ୍ୟନ୍ତ ତଳି ବଞ୍ଚାଇବା ପାଇଁ ବିଭିନ୍ନ ମାର୍ଗ ସମ୍ପର୍କରେ ପରାମର୍ଶ ଦିଆଯାଉଛି। ଜଣେ ବିଭାଗୀୟ କୃଷି କ୍ଷେତ୍ର କର୍ମଚାରୀଙ୍କ ମତାନୁସାରେ ଖରିଫ ଧାନ ଚାଷ କାର୍ଯ୍ୟ ସେପ୍ଟେମ୍ବର ଛୁଇଁବ। ଆବଶ୍ୟକ ବର୍ଷା ନହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକତ୍ରିତ ହୋଇ ନିଜ ଅଧିକାର ପାଇଁ ଲଢେଇ କରିବା ଦରକାର: ଡମ, ଗଣା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ନୂଆପଡା ଅଫିସ/ତରବୋଡ,୧।୧୦(ଡି.ଏନ.ଏ.) ସମାଜରେ ଶିକ୍ଷାର ଆବଶ୍ୟକତା ରହିଛି । ଶିକ୍ଷିତ ହୋଇ ସଙ୍ଗଠିତ ହେବା। ଏକତ୍ରିତ ହୋଇ ନିଜର ସାମ୍ବିଧାନିକ ଅଧିକାର ପ୍ରତି ସଜାଗ ହୋଇ...

କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ:  ସିଟି ବସ୍‌ଷ୍ଟାଣ୍ଡରୁ ୩ ରୁଟ୍‌ରେ ଚାଲିଲା ୧୦ ସିଟିବସ

ବ୍ରହ୍ମପୁର ଅଫିସ,୩ା୧୦-ଦୀର୍ଘ ୩ ବର୍ଷ ପରେ କାର୍ଯ୍ୟକ୍ଷମ ହେଲା ହଳଦିଆପଦର ବସ୍‌ ଟର୍ମିନାଲ ା ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଅନ୍ୟ ଜିଲାକୁ ଯାତାୟାତ କରୁଥିବା ସମସ୍ତ...

ରେଙ୍ଗାଲି ଗ୍ରାମରେ ବନ ବିଭାଗର ଚଢାଉ : ଟ୍ରାକ୍ଟର ସହ ବିପୁଳ ପରିମାଣର କାଠ ଜବତ

ଲୋଇସିଂହା, ୨।୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ଅନ୍ତର୍ଗତ ଆଗଲପୁର ବ୍ଲକ ରେଙ୍ଗାଲି ଗ୍ରାମରେ ବନ ବିଭାଗ ଚଢାଉ କରି ବିପୁଳ ପରିମାଣର କାଠ,...

‘ଗ୍ରାମାଞ୍ଚଳ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ’

ଭଦ୍ରକ ଅଫିସ, ୧୮ା୧୨- ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ। ଏଥିଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗ୍ରାମାଞ୍ଚଳ ଶିଶୁଙ୍କୁ ଶିକ୍ଷାଭିମୁଖୀ କରିବା...

ମୃତଦେହ ନେଇ ଆମ୍ବୁଲାନ୍ସ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୪ ଜୀବନ

ରାୟଗଡା ଅଫିସ,୧୩।୮: ରାୟଗଡ଼ା ଜିଲା ଅମ୍ବାଦଳା ଥାନା ମଞ୍ଜୁରୁକୁପା ନିକଟରେ ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।...

ନଦୀ ଉପରେ ଶତାଧିକ ବାଉଁଶ ଭାଡ଼ି ଶୌଚାଳୟ

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର...

ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୨: କେନ୍ଦ୍ରାପଡ଼ା ଜିଲାର ତିଖିରିଠାରେ ପାଇକା ନଦୀ ଓ ଜଗତ୍‌ସିଂହପୁର ଜିଲା ଚୌଧୁରୀଗଡା ଗ୍ରାମ ନିକଟ ମହାନଦୀରେ ଆନିକଟ ହେବ। ସଂରକ୍ଷିତ ଜଳ...

ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ

କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ବସନ୍ତପୁର ନିକଟ ଉକୁଚାବେଡ଼ାଠାରେ ଏକ ୧୧ ଟିକିଆ ହାତୀ ମଙ୍ଗଳବାର ରାତିରେ ଜଙ୍ଗଲରୁ ଆସି ଭୋର୍‌ ସମୟରେ ଜଙ୍ଗଲକୁ ଫେରି...

Advertisement
Archives

Model This Week