ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଜମିରେ ଧାନ ଚାଷ

ଦିଗପହଣ୍ଡି,୩।୮(ଡି.ଏନ୍‌.ଏ.): ଚଳିତ ବର୍ଷ ଦିଗପହଣ୍ଡି ଅଞ୍ଚଳର ଚାଷୀଙ୍କୁ ଧୋକାଦେଇଛି ମୌସୁମୀ ବର୍ଷା। ମୁଖ୍ୟତଃ ଖରିଫ ଧାନ ଚାଷ ମୌସୁମୀ ବର୍ଷା ଉପରେ ନିର୍ଭର କରାଯାଇଥାଏ। କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ଯଥେଷ୍ଟ କମ୍‌ ହୋଇଛି। ଜୁଲାଇ ମାସରେ ପ୍ରାୟ ୨୨୦ ମିଲିମିଟର ବୃଷ୍ଟିପାତ ଜାଗାରେ ମାତ୍ର ୧୫୦ ମିଲିମିଟର ବର୍ଷା ହୋଇଥିବା ଦିଗପହଣ୍ଡି ଜିଲା କୃଷି କାର୍ଯ୍ୟାଳୟରୁ ସୂଚନା ମିଳିଛି। ଫଳରେ ଧାନଚାଷ ଗୁରୁତର ପ୍ରଭାବିତ ହୋଇଛି। ତଥାପି ଚାଷୀ ଏଯାଏଁ ଚାଷ ଉପରୁ ଆସ୍ଥା ହରାଇ ନାହିଁ। ଗତବର୍ଷ ବିଳମ୍ବିତ ତଥା ଅସ୍ବାଭାବିକ ବର୍ଷା ସତ୍ତ୍ୱେ ଦିଗପହଣ୍ଡି ଅଞ୍ଚଳରେ ଖରିଫ ଧାନ ଚାଷ ବିଶେଷ ପ୍ରଭାବିତ ହୋଇନଥିଲା। ଚଳିତବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ସରିବାକୁ ବସିଥିବା ବେଳେ ମଙ୍ଗଳବାର ସୁଦ୍ଧା ମୌସୁମୀ କିମ୍ବା ଲଘୁଚାପଜନିତ ବଡ଼ ଧରଣର ବର୍ଷା ଅନୁଭୂତ ହୋଇପାରିନାହିଁ। ଫଳରେ ଚାଷ ଗୁରୁତର ପ୍ରଭାବିତ ହୋଇଛି।
ଚଳିତବର୍ଷ ଦିଗପହଣ୍ଡି ବ୍ଲକ ଏବଂ ଏନ୍‌ଏସି ଅଞ୍ଚଳର ୨୫,୮୫୫ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜୁଲାଇ ୩୧ ସୁଦ୍ଧା ମାତ୍ର ୧୦ ପ୍ରତିଶତ ଅର୍ଥାତ ୧ ହଜାର ହେକ୍ଟର ଚାଷ ଜମିରେ ଧାନ ରୁଆ କାର୍ଯ୍ୟ ସମ୍ଭବ ହୋଇପାରିଥିବା କୃଷି ବିଭାଗ ସୂଚନା ଦେଇଛି। ଧାରା ଶ୍ରାବଣରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଦ୍ୱାରା ଗୋଟିଏ ଗୋଟିଏ ତଳି ଘେରାରେ ପ୍ରାୟ ୫୦ ଭାଗ ଧାନ ତଳି ପୋଡିଗଲାଣି। ଆଉ ଦୁଇ ତିନି ଦିନ ଯଦି ଖରା ଲାଗିରହେ ତେବେ ଧାନ ତଳି ସମ୍ପୂର୍ଣ୍ଣ ପୋଡ଼ିଯିବ ବୋଲି ଆଶଙ୍କା କରାଯାଉଛି। କେତେକ ସ୍ଥାନରେ ଧାନ ତଳି ବଞ୍ଚାଇବା ପାଇଁ ଚାଷୀମାନେ ସଂଘର୍ଷ ଚଳାଇଛନ୍ତି। ଗାଁ ଠାରୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ପାଣି ବୋହିନେଇ ତଳି ଘେରାରେ ପକାଉଥିବା ବେଳେ ଆଉ କେତେକ ଚାଷୀ ପମ୍ପ ସାହାଯ୍ୟରେ ଜଳସେଚିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ବାସୁଦେବପୁର ପଞ୍ଚାୟତ ଚାଷୀ କିଶୋର ଦୋରାଙ୍କ କହିବା କଥା ହେଲା ଡେରିରେ ବର୍ଷା ହେଲେ ମଧ୍ୟ ସେତେବେଳକୁ ଆଉ ଧାନତଳି ନଥିବ। ପାଖରେ ମଧ୍ୟ ଆଉ ବଳକା ବିହନ ନାହିଁ।
ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର, କୋଟିନଡା, ବାସୁଦେବପୁର, କୁଶପଡା, ଗୋକର୍ଣ୍ଣପୁର, ବି.ତୁରୁବୁଡି, ବଡଡୁମୁଳା, କରପଡା, ଜକର ଗ୍ରାମପଞ୍ଚାୟତରେ ଧାନତଳି ପ୍ରାୟ ୫୦ ପ୍ରତିଶତ ପୋଡ଼ିଗଲାଣି। କ୍ଷୁଦ୍ର ସେଚପ୍ରକଳ୍ପ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଦିଗପହଣ୍ଡି ଜିଲା କୃଷି ଅଧିକାରୀ ନିରଞ୍ଜନ ମହାପାତ୍ର କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଧାନତଳି ପ୍ରଭାବିତ ହୋଇଥିବା ସୂଚନା ମିଳିଛି। କୃଷି କର୍ମଚାରୀମାନଙ୍କୁ ନିଜ ନିଜର ପଞ୍ଚାୟତର ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଳକ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ କହିଛନ୍ତି, ଯେଉଁ ଅଞ୍ଚଳରେ ଧାନତଳି ପ୍ରଭାବିତ ହୋଇଛି ସମ୍ପୃକ୍ତ ଚାଷୀମାନଙ୍କୁ ବର୍ଷା ହେଲା ପର୍ଯ୍ୟନ୍ତ ତଳି ବଞ୍ଚାଇବା ପାଇଁ ବିଭିନ୍ନ ମାର୍ଗ ସମ୍ପର୍କରେ ପରାମର୍ଶ ଦିଆଯାଉଛି। ଜଣେ ବିଭାଗୀୟ କୃଷି କ୍ଷେତ୍ର କର୍ମଚାରୀଙ୍କ ମତାନୁସାରେ ଖରିଫ ଧାନ ଚାଷ କାର୍ଯ୍ୟ ସେପ୍ଟେମ୍ବର ଛୁଇଁବ। ଆବଶ୍ୟକ ବର୍ଷା ନହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri