ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରା ଓ ଆନ୍ଦୋଳନକୁ ନେଇ ଶାସକ ଭାଜପା ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ବାଦବିବାଦ ତେଜିବାରେ ଲାଗିଛି। ଏହି ଆନ୍ଦୋଳନ କୌଣସି ବିରୋଧୀ ଦଳ ପକ୍ଷରୁ କରାଯାଉନାହିଁ, ବରଂ ଖୋଦ୍ ଭାଜପାର ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ହେଉଛି। ଏହି ପ୍ରସଙ୍ଗରେ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି ଭାଜପା ସରକାର ଓ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି।

ବିଧାୟକ ଶ୍ରୀ ସେଠି କହିଛନ୍ତି ଯେ, କେନ୍ଦୁଝର ପୋଲିସ ଓ ପ୍ରଶାସନ ସମସ୍ତ ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଦକ୍ଷତାର ସହ କାମ କରୁଛି ଏବଂ ପୋଲିସର ‘ଅପରେସନ ବୈତରଣୀ’ ମଧ୍ୟ ସଫଳତାର ସହ ଆଗକୁ ବଢ଼ୁଛି। ମାତ୍ର ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା ବେଳେ, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲାରେ ଭାଜପା କର୍ମୀ ଯଜ୍ଞ ପ୍ରସାଦଙ୍କ ଏହି ଆନ୍ଦୋଳନ ଭାଜପା ଦଳର ଆଭ୍ୟନ୍ତରୀଣ ଦୟନୀୟ ସ୍ଥିତିକୁ ପଦାରେ ପକାଇଛି। ନିଜ ଦଳର ଲୋକ ହିଁ ନିଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ସହ ସରକାର, ପୋଲିସ ଓ ପ୍ରଶାସନକୁ ଟାର୍ଗେଟ୍ କରୁଛନ୍ତି। ଏହି ଆନ୍ଦୋଳନରେ କଂଗ୍ରେସ ସମର୍ଥକ, ଭୀମ ଆର୍ମି ସଦସ୍ୟ ଏବଂ ବାଲି ବେପାରୀମାନେ ସାମିଲ ଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଭୟଙ୍କର ଷଡ଼ଯନ୍ତ୍ର ଚାଲିଥିବା ସ୍ପଷ୍ଟ ଜଣାପଡ଼ୁଛି। ଏପରିକି ବୈତରଣୀ ପାଣି କମ୍ପାନୀ ନେଇଯିବ କହି ପାଟଣାରେ ପ୍ରତିଷ୍ଠା ହେବାକୁ ଥିବା ବୃହତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ଲୋକଙ୍କୁ ଭଡ଼କାଇବା ପାଇଁ ଚେଷ୍ଟା କରାଯାଉଛି।

ଯଜ୍ଞ ପ୍ରସାଦ ସାହୁ ଓ ତାଙ୍କ ପରିବାରର ରାଜନୈତିକ ପୃଷ୍ଠଭୂମି ଉପରେ ପ୍ରଶ୍ନ ଉଠାଇ ବିଧାୟକ କହିଛନ୍ତି ଯେ, ଗତ ନିର୍ବାଚନରେ ଯଜ୍ଞଙ୍କ ପୁରା ପରିବାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଇଁ ‘ଅଟୋ’ ଚିହ୍ନରେ ପ୍ରଚାର କରୁଥିଲେ। ପୂର୍ବରୁ ତାଙ୍କ ବାପା ଭଗବାନ ସାହୁ ମଧ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ, ଯାହା ଯୋଗୁଁ ଘସିପୁରା ନିର୍ବାଚନ ମଣ୍ଡଳୀରେ ଭାଜପା ଆଗକୁ ବଢ଼ିପାରୁନାହିଁ। ଦଳୀୟ ଶୃଙ୍ଖଳା ଜଳାଞ୍ଜଳି ଦେଇ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ଓ ପବ୍ଲିକ ଆଟେନସନ ପାଇଁ ଏହି ଡ୍ରାମା କରାଯାଉଛି। ଭଗବାନ ସାହୁ ରାଜ୍ୟ ଭାଜପା ସଭାପତିଙ୍କର ଏକାନ୍ତ ଅନୁଗତ ହୋଇଥିବା ବେଳେ ତାଙ୍କର ବଡ଼ପୁଅ ବିଭୁ ପ୍ରସାଦ ସବୁବେଳେ ରାଜ୍ୟ ସଭାପତିଙ୍କ ସହ ରହୁଛନ୍ତି। ତେଣୁ ଏହି ସମ୍ପୂର୍ଣ୍ଣ ଆନ୍ଦୋଳନ ନିଜ ବସ୍‌ଙ୍କୁ ଖୁସି କରି ଆଗାମୀ ଦିନରେ ନେତା ହେବାର ଏକ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିଜେଡି ବିଧାୟକ ଅଭିମନ୍ୟୁ ସେଠି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ପାଟଣାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଦଳରେ ମିଶିଲେ ୧୩ କର୍ମୀ

ପାଟଣା, ୨୯।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଉଖୁଣ୍ଡାଠାରୁ ନିର୍ବାଚନମଣ୍ଡଳୀସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ବାରୀଆରେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?