Posted inଫୁରସତ

କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..

ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଅନ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ କରୋନାରେ ଜୀବନହାନୀ ହେଉଥିବା ହେତୁ ସତର୍କ ରହିବାକୁ କୁହାଯାଉଛି। ଏହାଛଡ଼ା ଅଧିକ ଓଜନ ଥିବା ତଥା ମେଦବହୁଳତାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ କରୋନାରେ ମୃତ୍ୟୁ ଭୟ ତିନିଗୁଣା ଅଧିକ ରହିଛି। ବ୍ରିଟେନ୍‌ର ସରକାରୀ ଏଜେନ୍ସି ପବ୍‌ଲିକ୍‌ ହେଲ୍ଥ ଇଂଲଣ୍ଡର ଏକ ରିପୋର୍ଟରେ ଏହା କୁହାଯାଇଛି।

ମେଦବହୁଳ ରୋଗୀ କରୋନାରେ ଆକ୍ରାନ୍ତ ହେଲେ ଭେଣ୍ଟିଲେଟର ଆବଶ୍ୟକତା ପଡ଼ିଥାଏ। ଏହା ଅନ୍ୟ ବ୍ୟକ୍ତିଙ୍କଠାରୁ ୭ ଗୁଣା ଅଧିକ। ବଡି ମାସ୍‌ ଇଣ୍ଡେକ୍ସ ୨୫ରୁ ଅଧିକ ଥିଲେ ବ୍ୟକ୍ତିର ଓଜନ ଅଧିକ ବୋଲି କୁହାଯାଏ। ସେହିଭଳି ବଡି ମାସ୍‌ ଇଣ୍ଡେକ୍ସ ୩୦ରୁ ୩୫ ରହିଲେ କରୋନାରେ ମୃତ୍ୟୁ ଆଶଙ୍କା ୪୦% ଅଧିକ ହୋଇଯାଏ।

ଏହାର ଅର୍ଥ ନୁହେଁ ଯେ ଓଜନ ଅଧିକ ହେଲେ ସଂକ୍ରମିତର ଭୟ ଅଧିକ। ବରଂ ସଂକ୍ରମିତ ହେଲେ ମୃତ୍ୟୁର ସମ୍ଭାବନା ଅନ୍ୟଠାରୁ ୩ ଗୁଣ ଅଧିକ । ସେହିଭଳି ଭେଣ୍ଟିଲେଟର ଆବଶ୍ୟକତାର ସମ୍ଭାବନା ୭ଗୁଣ ଅଧିକ ଥାଏ। ଏଣୁ ଅଧିକ ଓଜନ ଥିବା ଲୋକ ଅସୁବିଧାକୁ ଦୃଷ୍ଟିରେ ରଖି ଓଜନ କମ୍‌ କରିବାର ଚେଷ୍ଟା କରିବା ଉଚିତ। ଫଳରେ କରୋନା ଯୋଗୁ ଉପୁଜିବାକୁଥgଥିବା qବିପଦ କମ୍‌ ହେବ।

ପୂର୍ବରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ଦେଖି ନିଜର ଓଜନ କମ୍‌ କରିବାକୁ ଲୋକମାନଙ୍କୁ କହିଥିଲେ। କାରଣ ଶରୀରର ଓଜନ ଅଧିକ ରହିଲେ ଶ୍ୱାସକ୍ରିୟା ପ୍ରଭାବିତ ହୋଇଥାଏ। ଏପରିକି ରୋଗ ପ୍ରତିରୋଧକ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri