ଆଉଟ୍‌ଫିଟ୍‌କୁ ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ, ୟୁଜର୍ସ କହିଲେ…

ମୁମ୍ବାଇ: ଦୀର୍ଘ ଦୁଇବର୍ଷ ହେବ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଫ୍ୟାଶନକୁ ନେଇ ୟୁଜର୍ସମାନଙ୍କ ଟ୍ରୋଲର ଟାର୍ଗେଟ୍‌ରେ ରହୁଛି। କେବେକେବେ ଆଲିଆ ନିଜର ବୋରିଂ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ତ ଆଉ କେତେବେଳେ ଜିମ୍‌ କି ରେଷ୍ଟୁରାଣ୍ଟକୁ ନେଇ। ସେ ବେଳେବେଳେ ଏମିତି କିଛି କରିଥାନ୍ତି ଫଳରେ ୟୁଜର୍ସ ଟ୍ରୋଲ କରିବାରେ ଲାଗିପଡ଼ନ୍ତି। ଏହା ପୂର୍ବରୁ ଆଲିଆ ଫ୍ୟାଶନକୁ ନେଇ ଅନେକ ପରୀକ୍ଷା କରିଥିବା ନଜର ଆସିଛନ୍ତି। ଏବେ ଜଣେ ପ୍ରଶଂସକ ତାଙ୍କ ଆଉଟ୍‌ଫିଟ୍‌ ଦେଖି ଭଡ଼କି ଉଠିଛନ୍ତି।

ଆଲିଆଙ୍କୁ ମୁମ୍ବାଇରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ସେ ଏକ ବ୍ଲାକ ଶର୍ଟ୍‌ ଗ୍ରେ ଏବଂ ଲାଇଟ୍‌ ବ୍ଲାକ୍‌ର ଏକ ଲଙ୍ଗ୍‌ ଟପ୍‌ ପିନ୍ଧିଥିଲେ। ଏହା ପିଙ୍କ୍‌, ବ୍ଲାକ୍‌ ଏବଂ ହ୍ବାଇଟ୍‌ କଲର ଥିଲା। ନୀତୁ କପୁରଙ୍କ ବାର୍ଥ ଡେ ପାର୍ଟିକୁ ନେଇ ବେଷ୍ଟ ଫ୍ରେଣ୍ଡଙ୍କ ସହ ଲଞ୍ଚ୍‌ ଡେଟ୍‌କୁ ନେଇ ଆଲିଆ ଖୁବ୍‌ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ତାଙ୍କର ଆଉଟ୍‌ଫିଟ୍‌କୁ ନେଇ ସେ ପୁଣି ୟୁଜର୍ସଙ୍କ ଟାର୍ଗେଟ ପାଲଟିଛନ୍ତି।

ତାଙ୍କୁ ଏହି ଗେଟ୍‌ଅପ୍‌ରେ ଦେଖି ଜଣେ ୟୁଜର ପଚାରିଛନ୍ତି, କ’ଣ ଦେଖାଇବାକୁ ଚାହାନ୍ତି? ଆଉ ଜଣେ ୟୁଜର ଲେଖିଛନ୍ତି, ଆଲିଆ ନୁହଁ କାଲିଆ ଭଟ୍ଟ। ଆଲିଆ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମୟରେ ମଧ୍ୟ ଟ୍ରୋଲ ହୋଇଥିଲେ। ଖାଲି ଏତିକି ନୁହେଁ, ଆଲିଆଙ୍କ ଏପରି ରଙ୍ଗଢଙ୍ଗ ଦେଖି ଫଲୋଅର୍ସଙ୍କ ସଂଖ୍ୟା ବି କମିଗଲେଣି। ଫଲୋଅର୍ସମାନେ ଆଲିଆଙ୍କୁ ଦେଖି ଅନେକ ଟ୍ରୋଲ କରୁଥିଲେ। ଏହା ପରେ ଆଲିଆ ତାଙ୍କ କମେଣ୍ଟ ସେକ୍ସନ ବନ୍ଦ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳ ନୟନା ଐଶ୍‌ଙ୍କ ପାଇଁ ସଲମାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ...

ପୁଣି ଆରମ୍ଭ ହେବ ଲାଇଟ୍‌, କ୍ୟାମେରା, ଆକ୍ସନ: ପ୍ରଥମ ଶୁଟିଂ ତାଲିକାରେ ଏହିସବୁ ଫିଲ୍ମ

ମୁମ୍ବାଇ: ଲକ୍‌ଡାଉନ୍‌ର ଦୁଇ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲାଇଟ୍‌, କ୍ୟାମେରା ଆକ୍ସନ୍‌। ଅର୍ଥାତ୍‌ କରୋନା ମହାମାରୀ ଯୋଗୁ ଅଟକି ରହିଥିବା ଭାରତୀୟ ଫିଲ୍ମର...

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଏବଂ ତାମିଲ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମୀ ଜୟରାଜ ଏବଂ ରିଚୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫେବୃୟାରୀ ୧୦ ଅର୍ଥାତ୍‌ ବୁଧବାର ଈଶାଇ...

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ...

ମୁହଁ ଖୋଲିଲେ ହିନା: ଫିଲ୍ମରେ କାମ ନ କରିବାର କାରଣ ଜଣାଇଲେ

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ କିଛି ନା କିଛି ଥକୁ ନେଇ ଚର୍ଚ୍ଚାରେ ରହିଥାଏ। ଏବେ ଏହି ଶୋ’ରେ ୩ଜଣ ସିନିୟର୍ସ ଏଣ୍ଟ୍ରି...

ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର...

ଏହି କାରଣ ପାଇଁ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ ସୋନମ କପୁର, ପ୍ରଥମ ଫିଲ୍ମ ପାଇଁ ରାଜିହେବାକୁ ଲାଗିଥିଲା ଦେଢ଼ ବର୍ଷ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ୨୦୦୭ ମସିହାରେ ସଞ୍ଜୟ ଲିଲା ଭଁସାଲୀଙ୍କ ଫିଲ୍ମ ସାୱରିୟାରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ...

ଖୁବ୍‌ଶୀଘ୍ର ୧୦୦୦ କୋଟି ଛୁଇଁବ ‘କୋଜିଏଫ୍‌-୨’

ଫିଲ୍ମ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୋଜିଏଫ୍‌-୨’ ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ...

Advertisement
Archives

Model This Week