ଟାର୍ଗେଟ୍‌ରେ ବାହାର ରାଜ୍ୟ ଟ୍ରକ୍‌

ଅନୁଗୋଳ ଅଫିସ,୯ା୧୦

କୋଭିଡ୍‌ ସ୍ଥିତି ସୁଧୁରୁଥିବାରୁ ଜୋର୍‌ ଧରିଲାଣି ବ୍ୟବସାୟ। ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ବିଭିନ୍ନ କାରଖାନାରୁ ଆରମ୍ଭ ହେଲାଣି ଉତ୍ପାଦନ। ଫଳରେ ଶିଳ୍ପବହୁଳ ଅନୁଗୋଳ ଜିଲାକୁ ଦୈନିକ ଆତଯାତ କରୁଛି ରାଜ୍ୟ ବାହାରର ସହସ୍ରାଧିକ ଟ୍ରକ୍‌। ଆଉ ରାତି ହେଲେ ଏସବୁ ଟ୍ରକ୍‌କୁ ଟାର୍ଗେଟ୍‌ କରୁଛନ୍ତି ରାଜପଥ ଲୁଟେରା। ଜିଲା ଦେଇ ଯାଇଥିବା ରାଜପଥଗୁଡ଼ିକର ବିଭିନ୍ନ ସ୍ଥାନରେ ଜଗିରହି ଚାଳକଙ୍କୁ ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍‌। ରାଜପଥରେ ପୋଲିସ ପକ୍ଷରୁ ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନ ଥିବାରୁ ଏପରି ଆପରାଧିକ କାର୍ଯ୍ୟ ବଢ଼ିଚାଲିଥିବା ଜିଲାବାସୀ ଅଭିଯୋଗ କରୁଛନ୍ତି।
ଅନୁଗୋଳ ଜିଲା ଦେଇ କଟକରୁ ୫୫ ନଂ. ଜାତୀୟ ରାଜପଥ ସମ୍ବଲପୁରକୁ ସଂଯୋଗ କରୁଛି। ସେହିପରି ବଅଁରପାଳରୁ ୧୫୩ ନଂ. ରାଜପଥ ଦେବଗଡ଼ ଜିଲାକୁ ଲମ୍ବିଛି। ମୁଖ୍ୟତଃ ରାତିରେ ହିଁ ମାଲ ପରିବହନକୁ ଗୁରୁତ୍ୱ ଦିଆଯାଉଥିବାରୁ ଅଧିକ ସଂଖ୍ୟକ ଟ୍ରକ୍‌ ରାଜପଥରେ ଗଡ଼ୁଛି। ତେଣୁ ଏହାକୁ ସୁଯୋଗ ଭାବେ ନେଇ ଲୁଟେରାମାନେ ଟ୍ରକ୍‌ ଚାଳକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଗତ ମଙ୍ଗଳବାର ଭୋର ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଚାଳକଙ୍କ ଠାରୁ ଟଙ୍କା ଲୁଟ୍‌ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଦୈନିକ ଏକାଧିକ ଟ୍ରକ୍‌ ଚାଳକ ଏପରି ଲୁଟ୍‌ର ଶିକାର ହେଉଥିଲେ ମଧ୍ୟ ପୋଲିସ ଉପରେ ସେମାନେ ସମ୍ପୂର୍ଣ୍ଣ ଭରସା କରିପାରୁ ନାହାନ୍ତି। ଗତ ବୁଧବାର ରାତିରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା କେତେଜଣ ପୋଲିସ କର୍ମଚାରୀ ଦୁଇ ଯୁବକଙ୍କୁ ମାଡ଼ ମାରି ୨୮ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ତେଣୁ ଲୁଟ୍‌ ପରେ ମଧ୍ୟ ଟ୍ରକ୍‌ ଚାଳକମାନେ ବାଧ୍ୟ ହୋଇ ଚୁପ୍‌ ରହୁଛନ୍ତି। ସେହିପରି ଏସବୁ ରାଜପଥ ସହ ମହୀଧରପୁର-ବଡ଼କେରା ଦେଇ ଯାଇଥିବା ରାସ୍ତାରେ ରାତିରେ ଲୁଟ୍‌ପାଟ ବଢ଼ିଚାଲିଛି। ବାଇକ୍‌ ଓ କାର୍‌ ଚାଳକ ବାଦ୍‌ ପଡ଼ୁ ନ ଥିବାରୁ ବିଳମ୍ବିତ ରାତିରେ ଯାତ୍ରୀମାନେ ଯାତାୟାତକୁ ଭୟ କଲେଣି। ଏ ନେଇ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜପଥ ଉପରେ ପୋଲିସ କଡ଼ା ନଜର ରଖିଛି। କେତେଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ।
ପାଟ୍ରୋଲିଂରେ ସୁଧାର ଲୋଡ଼ା
ରାତିରେ ପାଟ୍ରୋଲିଂ ଗାଡ଼ି ଦେଖିବାକୁ ମିଳୁନି। ଫଳରେ ନାନା ଆଶଙ୍କା ମଧ୍ୟରେ ଯାତ୍ରୀ ନେଇ ଯାତାୟାତ କରୁଛୁ। ହୁଗୁଳା ପୋଲିସ ବ୍ୟବସ୍ଥାରେ ସରକାର ସୁଧାର ଆଣିବା ଦରକାର। ନଚେତ ସମସ୍ୟା ବଢ଼ିବ।
-ସନ୍ତୋଷ ସାହୁ, ସମ୍ପାଦକ, ଡ୍ରାଇଭର ସଂଘ, ପାଲଲହଡ଼ା

ଜୀବନ ପ୍ରତି ବିପଦ ରହୁଛି
ବିଳମ୍ବିତ ରାତିରେ ବନ୍ଧୁକ, ଭୁଜାଲି ଦେଖାଉଛନ୍ତି। ଟଙ୍କା ନ ଦେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଫଳରେ ରାତିରେ ଯାତାୟାତ ବେଳେ ଜୀବନ ପ୍ରତି ବିପଦ ଆଶଙ୍କା ରହୁଛି।
-ଭାବଗ୍ରାହୀ ପୁଢ, ସଭାପତି, ଆଞ୍ଚଳିକ ଡ୍ରାଇଭର ସଂଘ

ନାମକୁ ମାତ୍ର ସୁରକ୍ଷା
ରାଜପଥରେ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ପୋଲିସ ହିଁ ରାତିରେ ସୁରକ୍ଷା ଦେଇପାରିବ। ହେଲେ ଅନୁଗୋଳ ଜିଲାର ରାଜପଥଗୁଡ଼ିକରେ ପାଟ୍ରୋଲିଂ କେବଳ ନାମକୁ ମାତ୍ର। ସେଥିପାଇଁ ରାତିରେ ଯାତାୟାତ ଏଠାରେ ଅସୁରକ୍ଷିତ।
-ଅଶୋକ କୁମାର ସାହୁ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri