Posted inଫୁରସତ

୮୩ ବର୍ଷରେ ଫିଟ୍‌ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ ବାଇଙ୍କ ନାତି ସୋସିଆଲ ମିଡିଆରେ ତାଙ୍କ ଜେଜେମା’ଙ୍କ ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। କିରଣ ଚେନ୍ନାଇରେ ରୁହନ୍ତି। ପିଲାଦିନରୁ ସେ ଖୋ ଖୋ, କବାଡି ପରି କ୍ରୀଡା ପ୍ରତି ଆଗ୍ରହୀ ଥିଲେ। ଏହି ବୟସରେ ମଧ୍ୟ ସେ ବହୁତ ଫିଟ। ଭାରୋତ୍ତୋଳନକାରୀ ହେବାକୁ ତାଙ୍କର ଯାତ୍ରା ଗତ ବର୍ଷ ଏକ ଦୁର୍ଘଟଣା ପରେ ଆରମ୍ଭ ହୋଇଥିଲା। ଗତ ବର୍ଷ ଏକ ଦୁର୍ଘଟଣାରେ ଗୋଡରେ ଆଘାତ ପାଇଥିଲେ। ଏହି କାରଣରୁ ସେ ସଠିକ ଚାଲିବା ପାଇଁ ବହୁତ ସମୟ ଲାଗିଥିଲା। ସେ ପୁଣି ଚାଲିବାକୁ ସକ୍ଷମ ହେବେ କି ନାହିଁ ସେ ଭୟଭୀତ ହେବାକୁ ଲାଗିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ନାତି ଜଣେ ଜିମ ପ୍ରଶିକ୍ଷକ ଏବଂ ତାଙ୍କ ନାତି ହିଁ ତାଙ୍କ ଚାଲିବାର ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଥିଲେ। ପୁରା ଘରକୁ ଏକ ଜିମରେ ପରିଣତ କରିଥିଲେ। ନାତି ମଧ୍ୟ ତାଙ୍କ ଜେଜେମା’ଙ୍କ ପାଇଁ ବ୍ୟାୟାମ ବ୍ୟବସ୍ଥା କରିଥିଲେ। ସେହି ଦିନଠାରୁ ସେ ଆଉ ପଛକୁ ଚାହିଁ ନ ଥିଲେ। ସେ ସପ୍ତାହରେ ତିନିଥର ଭାର ଉଠାନ୍ତି। ଚଳିତ ବର୍ଷ ତାଙ୍କର ୮୩ ତମ ଜନ୍ମଦିନରେ, ନାତି ମଧ୍ୟ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ୨୫ କିଲୋଗ୍ରାମ ଓଜନ ଉଠାଉଥିବାର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ

ଓ୍ବାଶିଂଟନ୍‌: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ...

ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅ

ଆନ୍ତନାନାରିଭୋ, ୬।୨: ମାଡାଗାସ୍କରର ମାଲାଗାସିର ଉତ୍ତରରେ ଥିବା ଜଙ୍ଗଲରୁ ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅକୁ ଚିହ୍ନଟ କରାଯାଇଛି। ଏହାର ଲମ୍ବ ୩୦ ମିଲିମିଟରରୁ କମ୍‌। ମାଈ ଏବଂ...

ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ...

ରାଜରାସ୍ତାରେ ଯମରାଜ-ଚିତ୍ରଗୁପ୍ତ ଯୋଡ଼ି: ଭିଡ଼ିଓ ଭାଇରାଲ

ରାୟପୁର, ୧୮।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ରେ ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଯୋଡ଼ି ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୋନା ସଂକ୍ରମଣରୁ...

୩୫ ଲକ୍ଷ ଟଙ୍କା ବୋନସ୍‌ ମିଳିବା ପରେ ବି କାନ୍ଦିଲେ କର୍ମଚାରୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୨।୧୨: ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଉପଲକ୍ଷେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି।...

କ୍ରିସ୍‌ମାସ୍‌ ରୋଜଗାର

ସାଧାରଣତଃ ପର୍ବପର୍ବାଣି, ସାମାଜିକ ପରମ୍ପରା ସବୁକୁ ମଣିଷ ନିଜର ସୁଖ ଆଉ ସମୃଦ୍ଧିର ବୃଦ୍ଧି ପାଇଁ ସୃଷ୍ଟି କରିଛି। ପରସ୍ପର ସହିତ ମିଳିତ ହେବା, ଖୁସି...

ମାତୃଭାଷାରେ ଶିକ୍ଷାଦାନ ପାଇଁ ମାର୍ଗ ଉନ୍ମୋଚନ

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ବର୍ଷରେ ଅକ୍ଟୋବର ୧୬ ତାରିଖ ଦିନଟି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଦିନଟି ଥିଲା ଦେଶର ଶିକ୍ଷା ବ୍ୟବସ୍ଥାର...

ଏମତିି ଟୋପି ଗରମ ହେଲେ ଚାଲିବ ଫ୍ୟାନ ରାତିରେ ଜଳିବ ଲାଇଟ୍‌

ଶିମଲା,୨୫।୬: ସାରା ଦେଶରେ ଗୀଷ୍ମର ଲହରୀ ଜାରି ରହିଛି। ଏଥିଯୋଗୁ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ବାହାରକୁ ଗଲେ ଟାଣ ଖରା ଓ ଗୁଳଗୁଳିରେ...

Advertisement
Archives

Model This Week