Posted inରାଜ୍ୟ

ୟୁଏନ୍‌ ‘କ୍ଲାଇମେଟ୍‌ ଚେଞ୍ଜ’ ଗ୍ରୁପ୍‌ରେ ଓଡ଼ିଆ ଆଦିବାସୀ ଝିଅ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ୟୁନାଇଟେଡ୍‌ ନେସନ୍ସ (ମିଳିତ ଜାତିସଂଘ)ର ‘କ୍ଲାଇମେଟ୍‌ ଚେଞ୍ଜ’ ବା ଜଳବାୟୁ ପରିବର୍ତ୍ତନ ୟୁଥ୍‌ ଆଡ୍‌ଭାଇଜରି ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଝିଅ। ସୁନ୍ଦରଗଡ଼ ଜିଲାର ଖଡ଼ିଆ ଆଦିବାସୀ ସମ୍ପ୍ରଦାୟର ଝିଅ ଅର୍ଚ୍ଚନା ସୋରେଙ୍ଗ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ସମଗ୍ର ବିଶ୍ୱରୁ ମାତ୍ର ୭ଜଣ ଏହି ଆଡ୍‌ଭାଇଜରି ଗ୍ରୁପ୍‌ର ସଦସ୍ୟ ହେବାକୁ ମନୋନୀତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଅର୍ଚ୍ଚନା ଅଛନ୍ତି। ଅର୍ଚ୍ଚନାଙ୍କ ଏହି ସଫଳତା ରାଜ୍ୟବାସୀଙ୍କ ପାଇଁ ଗୌରବ ଆଣିଦେଇଛି।
ମିଳିତ ଜାତିସଂଘ ବା ୟୁନାଇଟେଡ୍‌ ନେସନ୍ସ (ୟୁଏନ୍‌)ର ମହାସଚିବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଗ୍ରୁପ୍‌ ୟୁଏନ୍‌ ୟୁଥ୍‌ ଷ୍ଟ୍ରାଟେଜିର ଏକ ପ୍ରମୁଖ ଅଂଶ। ଗତ ୨୭ ତାରିଖରେ ୟୁଏନ୍‌ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ୧୮ରୁ ୨୮ବର୍ଷ ବୟସ ମଧ୍ୟରେ ଏହି ୭ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଏହି ଯୁବ କ୍ଲାଇମେଟ୍‌ ଲିଡରମାନେ ଆଣ୍ଟୋନିଓଙ୍କୁ ବିଶ୍ୱରେ ଜଳବାୟୁ ପରିବର୍ତ୍ତର ସ୍ଥିତି, ଏହାର ପ୍ରଭାବ, ସମାଧାନ ଏବଂ ରାଷ୍ଟ୍ରମାନେ ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ। ବିଶ୍ୱ ଏବେ ଏକ ସଙ୍କଟଜନକ ପରିସ୍ଥିତି ମଧ୍ୟଦେଇ ଗତି କରୁଥିବାବେଳେ ଜଳବାୟୁ ପରିବର୍ତ୍ତନ ଏକ ଜରୁରିକାଳୀନ ସ୍ଥିତିରେ ପହଞ୍ଚତ୍ଛି। ତେଣୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଭବିଷ୍ୟତରେ କୋଭିଡ୍‌-୧୯ ଭଳି ସମସ୍ୟା ଅଧିକ ଉପୁଜିବ ବୋଲି ଆଣ୍ଟୋନିଓ ଭିଡିଓ କନ୍‌ଫରେନ୍ସରେ ଏହି ଯୁବ ନେତୃତ୍ୱମାନଙ୍କୁ କହିଛନ୍ତି। ଏହି ୭ଜଣିଆ ଗ୍ରୁପ୍‌ରେ ଭାରତ ସମେତ ସୁଦାନ, ଫିଜି, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ମାଲ୍‌ଡିଭସ୍‌ ଏବଂ ବ୍ରାଜିଲର ଜଣେ ଜଣେ ପ୍ରତିନିଧି ରହିଛନ୍ତି। ଅର୍ଚ୍ଚନା ମୁମ୍ବାଇର ଏକ ଶିକ୍ଷାନୁଷ୍ଠାନରୁ ଆର୍ଟସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ କଟକସ୍ଥିତ ଷ୍ଟେ ହୋମ୍‌ ‘ବସୁନ୍ଧରା’ର ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବହୁ ଆଲୋଚନାରେ ସାମିଲ ହୋଇଥିବା ଅର୍ଚ୍ଚନାଙ୍କ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ୟୁଥ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ହୋଇଛି। ସେହିଭଳି ଆଞ୍ଚଳିକସ୍ତରରେ ସେ ବହୁ ଯୁବଗୋଷ୍ଠୀ ସହ ଜଡ଼ିତ ରହି ଓଡ଼ିଶାର ଜନଜାତି ସମ୍ପ୍ରଦାୟର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଜନଜାତି ନୃତ୍ୟ ଓ ସଙ୍ଗୀତରେ ତାଙ୍କର ବିଶେଷ ଆଗ୍ରହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?