ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ସୁରକ୍ଷା ଦେଇପାରୁନି ବନ ବିଭାଗ

ଅସମାପିକା ସାହୁ
ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ବାଘ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜୁଲାଇ ୨୯ତାରିଖରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ। ୨୦୧୦ରେ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଏହି ସମ୍ପର୍କିତ ନିର୍ଣ୍ଣୟ ନିଆଯାଇଥିଲା। ଏହି ଦିବସର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେଇ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗରେ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।
ଭାରତରେ ବାଘ ସଂଖ୍ୟା ବଢ଼ିଛି। ଦେଶର ବାଘ ଗଣନା ପ୍ରକ୍ରିୟା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। କିନ୍ତୁ ଓଡ଼ିଶା ସ୍ଥିତି ଅତ୍ୟନ୍ତ ଶୋଚନୀୟ। ରାଜ୍ୟରେ ମହାବଳ ବାଘଙ୍କ ସଂଖ୍ୟା କ୍ରମାଗତ କମିବାରେ ଲାଗିଛି। ୨୦୧୯ ଜୁଲାଇ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ବ୍ୟାଘ୍ର ଗଣନା ଫଳାଫଳ ଘୋଷଣା କରିଥିଲେ। ଯେଉଁଥିରେ କି ଭାରତରେ ୨୯୬୭ ମହାବଳ ବାଘ ଥିବା ସ୍ପଷ୍ଟ ହୋଇଥିଲା। ସେଥିରେ ଓଡ଼ିଶାରେ ୨୮ଟି ମହାବଳ ଥିବାର ଦର୍ଶାଯାଇଥିଲା। ଯଦି ଆମେ ପୂର୍ବ ବର୍ଷର ସଂଖ୍ୟାକୁ ଅବଲୋକନ କରିବା ତେବେ ୨୦୦୬ରେ ଓଡ଼ିଶାରେ ୪୫ଟି ମହାବଳ ଥିବାବେଳେ ୨୦୧୦ରେ ୩୨, ୨୦୧୪ରେ ୨୮ ବାଘ ଥିବା ଦର୍ଶାଯାଇଥିଲା। ଅର୍ଥାତ୍‌ ୨୦୦୬ରେ ଥିବା ବାଘ ସଂଖ୍ୟା ୨୦୧୮ବେଳକୁ ପ୍ରାୟ ୩୮%କୁ କମି ଆସିଥିଲା। କିନ୍ତୁ ଓଡ଼ିଶା ବନ ବିଭାଗ ଏହି ଗଣନା ଭୁଲ୍‌ ବୋଲି କହିବା ସହିତ ନିଜ ତରଫରୁ ଆଉ ଥରେ ଗଣନା କରିଥିଲା। ଶେଷରେ ଓଡ଼ିଶାରେ ୪୦ଟି ବାଘ ଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)କୁ ଚ୍ୟାଲେଞ୍ଜ କରି ବନ ବିଭାଗ ରାଜ୍ୟରେ ବାଘ ଅଧିକ ଥିବା କହିଥିଲା ସତ, କିନ୍ତୁ ବାଘଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ୨୦୧୮ ଅକ୍ଟୋବରରେ ବରଗଡ଼ ଜିଲାରେ ଏକ ମହାବଳ ବାଘକୁ ମାରି ପୋତି ଦିଆଯାଇଥିଲା। ଡିସେମ୍ବରରେ ମଧ୍ୟପ୍ରଦେଶରୁ ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସିଥିବା ମହାବୀର ବାଘର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ରହସ୍ୟମୟ ମୃତ୍ୟୁ ଘଟିଥିଲା। ଏହି ୨ଟି ବାଘର ମୃତ୍ୟୁ ଓଡ଼ିଶା ବନ ବିଭାଗର ଅନେକ କଳାକାରନାମାକୁ ପଦାକୁ ଆଣିଥିଲା।

 

ବରଗଡ଼ ମହାବଳ ମୃତ୍ୟୁ
ବରଗଡ଼ ଜିଲାର ଦେବ୍ରୀଗଡ଼ ଅଭୟାରଣ୍ୟ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ। କ୍ୟାମେରା ଟ୍ରାପିଂରୁ ଏକ ଅଣ୍ଡିରା ମହାବଳ ବାଘର ଫଟୋ ଦେଖିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଦେବ୍ରୀଗଡ଼କୁ ଏକ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ହେଲେ ୨୦୧୮ ଅକ୍ଟୋବରରେ ବରଗଡ଼ ଜିଲାରେ ଏକ ମହାବଳ ବାଘର ମୃତଦେହ ଠାବ କରାଯାଇଥିଲା। କିନ୍ତୁ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଏବଂ ଆରସିସିଏଫ୍‌ ତାକୁ ଏକ କଲରାପତରିଆ ବାଘର ମୃତଦେହ ବୋଲି ସରକାରଙ୍କୁ ରିପୋର୍ଟ ଦେଲେ। ଖାଲି ସେତିକି ନୁହେଁ ତତ୍କାଳୀନ ବରଗଡ଼ ଡିଏଫ୍‌ଓ ଅଭୟ ଦଳେଇ ଜଣେ ଫରେଷ୍ଟର ଏବଂ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ ମଧ୍ୟ କରିଥିଲେ। ତେବେ ପାରିପାଶର୍‌ବିକ ସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ବରଗଡ଼ ଡିଏଫ୍‌ଓଙ୍କ ରିପୋର୍ଟକୁ ବିଶ୍ୱାସ କରିପାରି ନ ଥିଲେ ଏବଂ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବରେ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା ହେବା ୨୪ଘଣ୍ଟା ନ ପୂରୁଣୁ ସେହି ଡିଏଫ୍‌ଓ ଏକ ମହାବଳ ବାଘର ପଞ୍ଝା ଏବଂ ନିଶ ଆଦି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଶେଷରେ ବିଭାଗ ପକ୍ଷରୁ କୁହଗଲା ଯେ, ଦେବ୍ରୀଗଡ଼ରେ ଦେଖାଦେଇଥିବା ମହାବଳ ବାଘକୁ ମାରି ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଶିକାରୀମାନେ ବାଘଟିକୁ ମାରି ଥିଲେ ସୁଦ୍ଧା ଏଯାବତ୍‌ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ମହାବଳ ବାଘକୁ ମାରି ଶିକାରୀମାନେ ଯେତିକି ଦୋଷୀ ଥିଲେ, ତାଙ୍କ ଠାରୁ ଅଧିକ ଦୋଷୀ ଥିଲେ ବରଗଡ଼ର ତତ୍କାଳୀନ ଡିଏଫ୍‌ଓ ଏବଂ ସମ୍ବଲପୁରର ତତ୍କାଳୀନ ଆର୍‌ସିସିଏଫ୍‌। କାରଣ ସେମାନେ ମହାବଳ ବାଘର ପରିଚୟ ଲୁଚେଇବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ନା ବିଭାଗ ନା କ୍ରାଇମବ୍ରାଞ୍ଚ କେହି ବି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ।

 

ମହାବୀର ମୃତ୍ୟୁ
ସାତକୋଶିଆ ଟାଇଗର ରିଜର୍ଭରେ ବାଘ ବଂଶ ବିସ୍ତାର ପାଇଁ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରାୟ ୨୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ମଧ୍ୟ ହେଲା। ଏହି ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ‘ମହାବୀର’ ଓ ‘ସୁନ୍ଦରୀ’ ଦୁଇଟି ବାଘ ପର୍ଯ୍ୟାୟ କ୍ରମେ ଅଣାଯାଇଥିଲା। ତେବେ ‘ସୁନ୍ଦରୀ’ ମଣିଷମରା ଅଭିଯୋଗରେ ବନ୍ଦୀ ହୋଇ ରହିଥିବାବେଳେ ବନ ବିଭାଗର ଅବହେଳା କାରଣରୁ ‘ମହାବୀର’ର ମୃତ୍ୟୁ ଘଟିଲା। ‘ମହାବୀର’ର ଗତିବିଧି ମନିଟରିଂ କରିବା ପାଇଁ ତା’ର ବେକରେ ରେଡିଓ କଲାର ଲଗାଯିବା ସହ ସ୍ବତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲା। ହେଲେ ମହାବୀରର ମୃତ୍ୟୁ ପାଇଁ କେହି ବି ଦାୟୀ ରହିଲେ ନାହିଁ। ନା କେଉଁ ଶିକାରୀ ଧରାପଡ଼ିଲେ ନା କେଉଁ ବନ କର୍ମଚାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଲା। ସବୁଠୁ ହାସ୍ୟାସ୍ପଦ କଥା ହେଲା, ତତ୍କାଳୀନ ସାତକୋଶିଆ ଫିଲ୍‌ଡ ଡାଇରେକ୍ଟର ଝିଙ୍କକାଠି ଖାଇ ମହାବୀର ମରିଛି ବୋଲି କହିଥିଲେ। ମହାବୀର ବେକରେ ଥିବା କ୍ଷତ ସ୍ପଷ୍ଟ ଦର୍ଶାଉଥିଲା କି ଫାଶରେ ପଡ଼ି ମରିଛି, କାରଣ ତା’ର ବେକ ଛିଣ୍ଡି ପଡ଼ିବା ଅବସ୍ଥାରେ ଥିଲା। ଘା ହୋଇଥିବା ସ୍ଥାନରେ ମ୍ୟାଗଟ୍‌ ମଧ୍ୟ ଲାଗିଥିଲେ। ଏହି ଭଳି ଅବସ୍ଥାରେ ବାଘଟି ଅତି କମ୍‌ରେ ୩-୪ ଦିନ ପୂର୍ବରୁ ଚଲାବୁଲା କରିପାରି ନ ଥିବ। ତେଣୁ ବିଭାଗୀୟ କର୍ମଚାରୀ କିପରି ବାଘକୁ ମନିଟରିଂ କରୁଥିଲେ, ତାହା ଏଥିରୁ ବାରି ହୋଇପଡ଼ିଥିଲା। ଯଦିଓ କିଛିମାସ ପରେ ଏନ୍‌ଟିସିଏ ତରଫରୁ ମହାବୀର ମୃତ୍ୟୁ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବନ ବିଭାଗକୁ ଅନୁରୋଧ କରାଯାଇଥିଲା, ହେଲେ ରାଜ୍ୟ ବନ ବିଭାଗ ସେହି ଫାଇଲ୍‌କୁ ଚାପି ଦେଇ ବସି ପଡ଼ିଲା। କିନ୍ତୁ କିଛି ଦିନ ପରେ ଏନ୍‌ଟିସିଏ ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ ଆରମ୍ଭ କରିଥିବା ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପକୁ ବାତିଲ କଲା ଏବଂ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରେଇବା ପାଇଁ ଚିଠି ଲେଖିଲା।
ଏହି ଦୁଇଟି ଘଟଣାକୁ ଦେଖିଲେ, ବନ ବିଭାଗର ଆଭିମୁଖ୍ୟ ସବୁବେଳେ ସନ୍ଦେହ ଘେରରେ ରହୁଛି। କୌଣସି ଘଟଣା ଘଟିଲେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ ବଡ଼ ଅଧିକାରୀଙ୍କୁ ମାଫ୍‌ କରାଯାଉଛି। ‘ମହାବୀର’ ମୃତ୍ୟୁ ଓ ‘ସୁନ୍ଦରୀ’କୁ ପ୍ରାୟ ଦେଢ଼ବର୍ଷ ବନ୍ଦୀ କରି ରଖି ଓଡ଼ିଶା ବନ ବିଭାଗ ଭୁଲ କରିଥିବା ଏନ୍‌ଟିସିଏ ଚିଠି ଲେଖି ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା। ଏପରି କି ସାତକୋଶିଆ ପ୍ରକଳ୍ପରେ ମିଳିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇ ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏନ୍‌ଟିସିଏ ସରକାରଙ୍କୁ କହିଥିଲା। କିନ୍ତୁ ଏପର୍ଯ୍ୟନ୍ତ କାହା ବିରୋଧରେ ସେମିତି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତେଣୁ ରାଜ୍ୟର ବନ ବିଭାଗ ଯେତେ ବାହୁସ୍ଫୋଟ ମାରୁ ନା କାହିଁକି ପ୍ରକୃତରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ଆନ୍ତରିକତା ଦେଖାଉ ନ ଥିବା ଜଣାପଡ଼ିଛି। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ବନ ବିଭାଗର ମୁଣ୍ଡିଆଳ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଘଣ୍ଟ ଘୋଡ଼େଇ ରଖିଥିବେ ସେ ପର୍ଯ୍ୟନ୍ତ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ଅସମ୍ଭବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଦାବି କରୁଛନ୍ତି।

ରାଜ୍ୟରେ ବାଘଙ୍କ ପାଇଁ ପ୍ରଶସ୍ତ ବାସସ୍ଥାନ ରହିଛି। ବନ ବିଭାଗ ବାଘ ଶିକାରୀଙ୍କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଫଳରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇବାରେ ଲାଗିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ବାଘ ସଂଖ୍ୟା ହ୍ରାସର ଆଉ ଏକ ପ୍ରମୁଖ କାରଣ। ଯେତେବେଳେ କୌଣସି ଘଟଣା ଘଟୁଛି ସେତେବେଳେ କୌଣସି ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉତ୍ତରଦାୟୀ ରହୁ ନାହାନ୍ତି। କେବଳ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସୀମିତ ରଖାଯାଉଛି।
– ବିଶ୍ୱଜିତ୍‌ ମହାନ୍ତି, ବନ୍ୟପ୍ରାଣୀ ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri