ଠିକା ନିଯୁକ୍ତିକୁ ନେଇ ବିରୋଧୀଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟରେ ଠିକା ନିିଯୁକ୍ତି ଉଠିଗଲା। ସରକାର ଐତିହାସିକ ନିଷ୍ପତ୍ତି ନେଲେ। କିିଛି କର୍ମଚାରୀ ମିଠା ବାଣ୍ଟିଲେ, ବାଜା ବଜାଇ ନାଚିଲେ। ମାତ୍ର ଆହୁରି ଅନେକ କର୍ମଚାରୀ ଦୀର୍ଘ ବର୍ଷ ହେବ କମ୍‌ ପଇସାରେ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି। ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ, ଅଙ୍ଗନଓ୍ବାଡି, ଆଶାକର୍ମୀ, ଗୃହରକ୍ଷୀ, ଗ୍ରାମସାଥୀ, ବିଭିନ୍ନ ସରକାରୀ ସଂସ୍ଥାରେ ଆଉଟସୋର୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କଥା ସରକାର ଭୁଲିଗଲେ। ବୁଥ୍‌ ହାତେଇବାକୁ ମାଗଣା ଯୋଜନା କରୁଛନ୍ତି। ଅଥଚ କର୍ମଚାରୀମାନଙ୍କୁ ଦରମା ଦେବାକୁ ନାହିଁ। ଠିକା ନିଯୁକ୍ତି ଉଚ୍ଛେଦ ପ୍ରହସନ ପାଲଟିଛି। ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଏଭଳି ଅଭିଯୋଗ କରି ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛନ୍ତି।
ଗୁରୁବାର ବିଧାନସଭାରେ ‘ସମାନ କାମକୁ ସମାନ ଦରମା… ଠିକା ନିଯୁକ୍ତି ନିୟମିତକରଣ ଏକ ପ୍ରହସନ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ ଯେ ଶିକ୍ଷକମାନଙ୍କର ସମାନ ଯୋଗ୍ୟତା ଥାଇ ମଧ୍ୟ କମ୍‌ ଦରମା ମିଳୁଛି। ସରକାରୀ ଚାକିରିର ମାନ୍ୟତା ନାହିଁ। ପେନ୍‌ସନ ନାହିଁ। ରାଜ୍ୟର ଆର୍ଥିକ ସ୍ଥିତି ଭଲ ଅଛି। ଠିକା ନିଯୁକ୍ତି ଉଠିଗଲା ବୋଲି ସରକାର ଘୋଷାଣା କଲେ। ଯଦି ଆର୍ଥିକ ସ୍ଥିତି ଠିକ୍‌ ଅଛି ତେବେ ରାଜ୍ୟରେ ୧ଲକ୍ଷ ୫୯ ହଜାର ପଦବୀ ଖାଲି କାହିଁକି ପଡିଛି। ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ କରୁଛନ୍ତି। ମାତ୍ର ଶିକ୍ଷକଙ୍କୁ ଦରମା ଦେବାକୁ ପଇସା ନାହିଁ। ଭାଜପା ସଭ୍ୟ ସନାତନ ବିଜୁଳି କହିଲେ, ସରକାର ୨୨ ବର୍ଷ ଶାସନରେ ଅଛନ୍ତି। ମାତ୍ର ଠିକା ନିଯୁକ୍ତି ଉଠିଲା ନାହିଁ। ସମାନ ଯୋଗ୍ୟତା ଥାଇ ମଧ୍ୟ ଶିକ୍ଷକଙ୍କ ମଧ୍ୟରେ ଦରମା ତାରତମ୍ୟ ରହିଛି। ଦରମା କମ୍‌ ସାଙ୍ଗକୁ ପେନ୍‌ସନ ମଧ୍ୟ ନାହିଁ। ବିଜେଡି ସରକାର ନ କହି ଠିକା ସରକାର କହିଲେ ଭଲ ହେବ। ଭାଜପା ସଭ୍ୟ ଜୟନ୍ତ ଷଡ଼ଙ୍ଗୀ କହିଲେ, କିଛି କର୍ମଚାରୀ କ୍ଷୀର ମହୁରେ ଭାସୁଥିବା ବେଳେ ଆଉ କେତେକ କର୍ମଚାରୀ ସମାନ କାମ କରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି। ଗୋଟିଏ ସ୍କୁଲରେ ଜଣେ ୮୦ ହଜାର ପାଉଥିବା ବେଳେ ଆଉ ଜଣେ ଶିକ୍ଷକ ୧୫ ହଜାର ପାଉଛନ୍ତି। ସରକାର ସେମାନଙ୍କୁ ତୁରନ୍ତ ନିୟମିତ କରନ୍ତୁ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିଲା। ସେତେବେଳେ ଖଣି ଚୋରି ହେଉ ନ ଥିଲା। ନିର୍ବାଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ନ ଥିଲା। ଏ ସରକାର ଆସିବା ପରେ ଏ ପର୍ଯ୍ୟନ୍ତ କୌଣସି ନିଯୁକ୍ତି ଦେଲେ ନାହିଁ। ଆଉଟସୋର୍ସିଂ କରିଦେଲେ। ଆଉଟସୋର୍ସ ସଂସ୍ଥା ୫୦ ହଜାର ନେଇ ଚାକିରି ଦେଉଛନ୍ତି। ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କର ବୀମା କିମ୍ବା ଇଏସ୍‌ଆଇ ଟଙ୍କା ଜମା କରାଯାଉ ନାହିଁ। ଏବେକାର ବିଧାୟକ ଲୋକଙ୍କ କଥା କିଛି ଜାଣନ୍ତି ନାହିଁ। କେବଳ ନବୀନ ବାବୁଙ୍କୁ ଟେକିବା ଜାଣିଛନ୍ତି। ସେତେବେଳେ ରାଜ୍ୟରେ ୨୩ ହଜାର କୋଟି ଟଙ୍କା ଋଣ ଥିବାବେଳେ ଏବେ ୧ଲକ୍ଷ ୨୫ ହଜାର କୋଟିରେ ପହଞ୍ଚିଲାଣି। ଏନ୍‌ଏଏସି ଓ ଏଚ୍‌ଆର୍‌ଏମ୍‌ କର୍ମଚାରୀ ନିୟମିତ ହୋଇପାରୁ ନାହାନ୍ତି।
ମୁଲତବୀ ପ୍ରସ୍ତାବକୁ ବିରୋଧ କରି ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ୨୦୦୦ ମସିହାରେ ସରକାରୀ କର୍ମଚାରୀଙ୍କୁ ଦରମା ମିଳୁ ନ ଥିଲା। ଓଭରଡ୍ରାଫ୍ଟ ହେଉଥିଲା। ରାଜ୍ୟର ବଜେଟ ଏବେ ୨ ଲକ୍ଷ କୋଟିରେ ପହଞ୍ଚିଲାଣି। ଠିକା ନିଯୁକ୍ତି ଉଠାଇବା ଦ୍ୱାରା ଅନେକ କର୍ମଚାରୀଙ୍କ ମୁହଁରେ ହସ ଫୁଟିଛି। ପର୍ଯ୍ୟାୟକ୍ରମେ ଅନ୍ୟମାନଙ୍କୁ ସରକାର ନିୟମିତ କରିବା ବ୍ୟବସ୍ଥା କରୁଛନ୍ତି। ୫୦ ହଜାର ନିଯୁକ୍ତି ସରିଲାଣି। ବିରୋଧୀ କେବଳ ବିରୋଧ କରିବାକୁ ଏପରି କହୁଛନ୍ତି। ବିଜେଡି ସଭ୍ୟ ରାଜକିଶୋର ଦାସ, ନୃସିଂହ ସାହୁ ଏବଂ ବ୍ୟୋମକେଶ ରାୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ମୁଲତବୀ ଆଲୋଚନାର ଉତ୍ତର ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ବଦଳରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ, ଭାଜପା ସଦସ୍ୟମାନେ ଗୁଜରାଟ କଥା କହିଲେ ନାହିଁ। ସେଠାରେ ୧୫ ଲକ୍ଷ ଯୁବତୀଯୁବକଙ୍କୁ ଠିକା ନିଯୁକ୍ତି ଦିଆଯାଇଛି। ଉତ୍ତରପ୍ରଦେଶରେ ପଞ୍ଚାୟତିରାଜ ବିଭାଗରେ ୫୮ ହଜାର ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ ସେନାବାହିନୀରେ ୪ ବର୍ଷିଆ ନିଯୁକ୍ତି ଦେଇ ଯୁବତୀଯୁବକମାନଙ୍କୁ କେନ୍ଦ୍ର ସରକାର ଭୁଆଁ ବୁଲାଉଛନ୍ତି। ବିରୋଧୀ ଦଳ ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ୨୦୦୦ ମସିହାରେ ରାଜ୍ୟର ଆର୍ଥିକ ସ୍ଥିତି ଅସମ୍ଭାଳ ଥିଲା। ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁ୍‌ଥିଲା। ସେତେବେଳେ ଓଡ଼ିଶା ଅର୍ଥନୀତି ପାଇଁ ଏକ କଳା ସମୟ ଥିଲା। ସେ ସମୟରେ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ଥିଲା। ପଦବୀ ସବୁ ଉଚ୍ଛେଦ କରିବାକୁ ପଡୁଥିଲା। ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ପରିସ୍ଥିତିରେ ଉନ୍ନତି ଆସିଛି। ୨୦୧୩ରେ ପ୍ରଣୟନ ହୋଇଥିବା ଚୁକ୍ତିଭିତ୍ତିକ ନିୟମ ଅନୁଯାୟୀ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରାଯାଇଛି। ଏବେ ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି। ୫୭ ହଜାର କର୍ମଚାରୀଙ୍କୁ ନିୟମିତ ପାଇଁ ହାରାହାରି ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା ହୋଇଛି। ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖି, କୋର୍ଟଙ୍କ ଆଦେଶକୁ ଭିତ୍ତିକରି ଏବଂ ବିଭିନ୍ନ ସମୟରେ ପ୍ରଣିତ ଆଇନକୁ ଅନୁଧ୍ୟାନ କରି ଚୁକ୍ତିଭିିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଅନୁଧ୍ୟାନ କରାଯିବ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭା କକ୍ଷତ୍ୟାଗ କରି ବାହାରକୁ ଚାଲିଯାଇଥିଲେ। ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri