ରାଜସ୍ବ ମାନ୍ୟତା ଅପେକ୍ଷାରେ ୩୩୫୨ ପଡ଼ାଗ୍ରାମ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ କରାଯାଉ ନ ଥିବାରୁ ଗୁରୁବାର ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ରାଜସ୍ବ ଗ୍ରାମ ମାନ୍ୟତା ପାଇବାକୁ ଅନେକ ପଡ଼ାଗ୍ରାମ ଯୋଗ୍ୟ ଥିଲେ ମଧ୍ୟ ସରକାରୀ ସ୍ତରରେ ସେପରି ତତ୍ପରତା ପ୍ରକାଶ ପାଉନି। ସେହି ଗ୍ରାମକୁ ରାସ୍ତା ହୋଇପାରୁନି। ପାଣି ପାଇପ ଯାଇପାରୁନି। ଆମ୍ବୁଲାନ୍ସ ଆସିପାରୁନି। ଲୋକମାନେ ବହୁ ସମସ୍ୟା ଭୋଗୁଛନ୍ତି। ବିଜେଡି ସଭ୍ୟ ଅରବିନ୍ଦ ଢାଲି ଅଭିଯୋଗ କରିଥିଲେ ଯେ ୨୦୧୨ରୁ ଆଜି ଯାଏ ୧୦ ବର୍ଷ କାଳ ମାଲକାନଗିରିର ୫୨ ଏବଂ ନବରଙ୍ଗପୁରର ୫୮ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ମୁଁ ନିଜେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲି। ନିରାଶ ହେବା ପରେ ନିରୁପାୟ ହୋଇ ଚୁପ୍‌ ହୋଇ ବସିପଡ଼ିଲି। ଜିଲାପାଳ ଶୁଣୁନାହାନ୍ତି। ମନ୍ତ୍ରୀ ଏ ନେଇ ନିଜେ ହସ୍ତକ୍ଷେପ କରି ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରନ୍ତୁ। ଢାଲି ଏହି ପ୍ରସଙ୍ଗକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉତ୍ତର ହାଲୁକା ଭାବେ ଦେଇଥିଲେ। ମନ୍ତ୍ରୀ କହିଥିଲେ, ଜୟଦେବ ବିଧାୟକ ମାଲକାନଗିରି କଥା ଭୁଲିନାହାନ୍ତି। ତେବେ ନିୟମ ଅନୁସାରେ ଯୋଗ୍ୟ ଥିବା ପଡ଼ାଗ୍ରାମକୁ ନିଶ୍ଚିତ ଭାବେ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବ।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମୂଳ ପ୍ରଶ୍ନ ନଂ. ୧୮୧ରେ ପଚାରିଥିଲେ, ଓଡ଼ିଶାରେ ଏବେ କେତୋଟି ରାଜସ୍ବ ଓ ପଡ଼ାଗ୍ରାମ ରହିଛି। ଶେଷ ଥର ପାଇଁ କେତୋଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଛି। କୋରାପୁଟ ଜିଲାରେ କେତେ ରାଜସ୍ବ ଓ ପଡ଼ାଗ୍ରାମ ରହିଛି। ପଡ଼ାଗ୍ରାମରେ ରହୁଥିବା ଲୋକମାନେ ବହୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି କି। ଏହାକୁ ଦୃଷ୍ଟିରେ ରଖି ୫୦ ଲୋକସଂଖ୍ୟା ବିଶିଷ୍ଟ ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବେ କି ? ମନ୍ତ୍ରୀ କହିଥିଲେ, ରାଜ୍ୟରେ ବର୍ତ୍ତମାନ ୫୧୭୨୭ ରାଜସ୍ବ ଗ୍ରାମ ଓ ୫୦୫୧ ପଡ଼ାଗ୍ରାମ ରହିଛି। ସେଥିରୁ ୬୬୫ଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛିି। ୯୯୮ ପଡ଼ାଗ୍ରାମର ଉପଯୁକ୍ତ କାଗଜ ନ ଥିବା ଯୋଗୁ ରଦ୍ଦ କରାଯାଇଛି। ଅବଶିଷ୍ଟ ୩୩୫୨ ପଡ଼ାଗ୍ରାମ ବର୍ତ୍ତମାନ ସୁଦ୍ଧା ରାଜସ୍ବ ଗ୍ରାମର ମାନ୍ୟତା ପାଇବାକୁ ବାକି ଅଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଜିଲାପାଳଙ୍କଠାରୁ ପାଇବା ପରେ ଭୂ-ଅଭିଲେଖ ପରିମାପକ ଓଡ଼ିଶା ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ଦୃୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁଯାୟୀ ପଡ଼ାଗ୍ରାମକୁ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶେଷ ଥର ୨୦୨୨ ନଭେମ୍ବର ୨୪ରେ ଜଗତ୍‌ସିଂହପୁର ଜିଲାର ନୂଆଗାଁ ତହସିଲର ପୂର୍ବାଓଷାକଣାପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପ୍ରଦାନ କରାଯାଇଛି। କୋରାପୁଟ ଜିଲାରେ ମୋଟ ୧୯୬୬ ରାଜସ୍ବ ଗ୍ରାମ ଓ ୪୫୦ ପଡ଼ାଗ୍ରାମ ରହିଛି। ସେଥିରୁ ୨୫ଟି ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ବେଳେ ୪୨୫ଟି ପଡ଼ାଗ୍ରାମକୁ ମାନ୍ୟତା ଦେବାକୁ ବାକି ରହିଛି। ୨୫୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ବ୍ୟବସ୍ଥା ରହିଛି।
ବିଜେଡି ସଭ୍ୟ ଶଶି ଭୂଷଣ ବେହେରା, ମକରନ୍ଦ ମୁଦୁଲି, ଭାଗୀରଥି ସେଠୀ, ଅମର ଶତପଥୀ, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ସାମଲ ପ୍ରମୁଖ ନିଜ ନିର୍ବାଚନମଣ୍ଡଳୀରେ ଥିବା ପଡ଼ାଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମ ମିଳୁ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସରକାର ନିଜଆଡୁ ଅନୁସନ୍ଧାନ କରନ୍ତୁ। କେଉଁ ପଡ଼ାଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମ କରିହେବ। ବିଧି ବ୍ୟବସ୍ଥାକୁ ସରଳୀକରଣ କରି ପଡ଼ାଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମ କରିବାକୁ ସଦସ୍ୟମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ କହିଥିଲେ, ସରକାର ବିଧିବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛନ୍ତି। ଗୋଚର ଜମି ନ ଥିଲେ ମଧ୍ୟ ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ କରାଯାଇ ପାରିବ। ଯଦି ସବୁ ଠିକ୍‌ ଥିବ ତେବେ ରାଜସ୍ବ ଗ୍ରାମ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?