ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲେ। ଏହା ପରେ ସଂସଦର କାର୍ଯ୍ୟବାହୀକୁ ତୁରନ୍ତ ସ୍ଥଗିତ କରିବାକୁ ପଡ଼ିଥିଲା।

ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ କୁର୍ତିଙ୍କ ଦଳ Vetevendosje ୭ ଜୁନ୍ ନିର୍ବାଚନ ପରେ ସରକାର ଗଠନ ପାଇଁ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରୁଛି । ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ୫୩ଟି ଆସନ ଜିତି Vetevendosjeସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ପାଖରେ ନାହିଁ। ବିରୋଧୀ ଦଳ ‘ଆଲାୟନ୍ସ ଫର୍ ଦି ଫ୍ୟୁଚର୍ ଅଫ୍ କୋସୋଭୋ’ (AAK)ର ସାଂସଦ ଟାଇମ୍ କାଦ୍ରିଜାଜ୍ ପ୍ରଥମ ଧାଡ଼ିରେ ବସିଥିବା କୁର୍ତିଙ୍କ ନିକଟକୁ ଯାଇ ତାଙ୍କ ଉପରକୁ ଏକାଧିକ ଅଣ୍ଡା ଫିଙ୍ଗିଥିଲେ। ଏହି ସମୟରେ ସେ କୁର୍ତିଙ୍କୁ ଲକ୍ଷ୍ୟ କରି ଅପଶବ୍ଦ କହିବା ସହ ‘ଲଜ୍ଜା ଲାଗିବା ଦରକାର’ ବୋଲି ଚିତ୍କାର କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀ ଓ ଅନ୍ୟ ସାଂସଦମାନେ ତୁରନ୍ତ ଆଗକୁ ଆସିଥିଲେ। ଘଟଣା ପରେ ସଂସଦର କାର୍ଯ୍ୟବାହୀ ସ୍ଥଗିତ କରାଯାଇଥିଲା। ସୁରକ୍ଷାକର୍ମୀମାନେ କୁର୍ତିଙ୍କୁ ଘେରି ରଖିବା ପରେ ଚେୟାରପର୍ସନ ଲାଇଭ୍ ଟେଲିଭିଜନ ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଘଟଣା ପରେ ମଧ୍ୟ କୁର୍ତି ବିଚଳିତ ହୋଇନଥିବା ଦେଖାଯାଇଥିଲା। ସେ କହିଛନ୍ତି, ଯଦି ରାଜନୈତିକ ଆଲୋଚନାକୁ ଜାରି ରଖିବାର ମୂଲ୍ୟ ଅଣ୍ଡା ମାଡ଼ ହୁଏ, ତେବେ ସେ ଏହି ମୂଲ୍ୟ ଦେବାକୁ ପ୍ରସ୍ତୁତ। ସଂସଦର ବୈଠକର ଉଦ୍ଦେଶ୍ୟ ଥିଲା ସ୍ପିକର ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା। କିନ୍ତୁ କୁର୍ତି ଏହା ବଦଳରେ ନୂଆ ରାଷ୍ଟ୍ରପତି ନିର୍ବାଚନ ନେଇ ସହମତି ପାଇଁ ଅଧିକ ସମୟ ମାଗିଥିଲେ । ରାଷ୍ଟ୍ରପତି ପଦକୁ ନେଇ ଚାଲିଥିବା ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନଥିବା ସେ ସ୍ୱୀକାର କରିଛନ୍ତି।କୋସୋଭୋ ଦୀର୍ଘଦିନ ଧରି ରାଜନୈତିକ ଅସ୍ଥିରତା ସହ ସଂଘର୍ଷ କରୁଛି। ସଂସଦୀୟ ଅଚଳାବସ୍ଥା ଯୋଗୁଁ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଏଠାରେ ତିନିଥର ସାଧାରଣ ନିର୍ବାଚନ ହୋଇସାରିଛି ।

କୁର୍ତିଙ୍କ ଦଳ ୫୩ଟି ଆସନ ଜିତିଥିବା ବେଳେ ଡେମୋକ୍ରାଟିକ୍ ଲିଗ୍ ଅଫ୍ କୋସୋଭୋ (LDK) ପାଖରେ ୧୮ଟି ଏବଂ କୋସୋଭୋ ଡେମୋକ୍ରାଟିକ୍ ପାର୍ଟି (PDK) ପାଖରେ ୨୨ଟି ଆସନ ରହିଛି। ସରକାର ଗଠନ ପାଇଁ କୁର୍ତିଙ୍କୁ ଏବେ ମଧ୍ୟ ବିରୋଧୀ ଗୋଷ୍ଠୀଙ୍କ ସମର୍ଥନ ଆବଶ୍ୟକ। କୋସୋଭୋର ନିୟମ ଅନୁସାରେ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା ପରେ ୩୦ ଦିନ ମଧ୍ୟରେ ବିଧାନସଭା ଗଠନ ହେବା ଆବଶ୍ୟକ । ତେବେ ଏହି ସମୟସୀମା ଅତିକ୍ରମ କରିସାରିଛି । ଏହା ସହ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ଏକ ଅଲଗା ସମୟସୀମା ରହିଛି।

ନିର୍ଦ୍ଧାରିତ ସମୟ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚିତ ନହେଲେ ପୁଣି ସଂସଦୀୟ ନିର୍ବାଚନ କରାଇବାକୁ ପଡ଼ିପାରେ। ଏଭଳି ସ୍ଥିତିରେ କୋସୋଭୋରେ ପୁଣି ନିର୍ବାଚନ ହେବାର ସମ୍ଭାବନା ବଢ଼ିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?