ଅସନ୍ତୋଷ ଜାହିର କଲେ ବିରୋଧୀଦଳ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜୋର୍‌ଦାର ପ୍ରକ୍ରିୟା ଜାରି ରହିଥିବାବେଳେ ଇତିମଧ୍ୟରେ ସ୍ଥାନ ସଂରକ୍ଷଣ, ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ଗୁରୁବାର ପ୍ରାଥମିକ ବୁଥ୍‌ ତାଲିକା ସମ୍ପର୍କରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ଏହି ତାଲିକାକୁ ନେଇ ଆପତ୍ତି ଅଭିଯୋଗ ଦାଖଲ ମଧ୍ୟ ସରିଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୨ ତାରିଖ ଶନିବାର ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରକାଶିତ ତାଲିକାକୁ ନେଇ ବିରୋଧୀ ଦଳଗୁଡିକ ଅସନ୍ତୋଷ ଜାହିର କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଅଭିଯୋଗ ରଖିଛନ୍ତି।

ସିପିଆଇ ନେତା ସୁର ଜେନାଙ୍କ କହିବା ଅନୁଯାୟୀ, ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକି ଆପତ୍ତି ଅଭିଯୋଗ ପାଇଁ ମାତ୍ର ୨ଦିନ ସମୟ ଦିଆଯାଇଛି, ଯାହାକି ଯଥାର୍ଥ ନୁହେଁ। ସେହିପରି ମହାନଗର ନିଗମ ଅଞ୍ଚଳରେ ୬ଟି ନୂଆ ଗ୍ରାମ ମିଶିଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟା ୬୭ରେ ସୀମିତ ରହିଛି। କେବଳ ସେତିକି ନୁହେଁ, ପ୍ରକାଶିତ ଭୋଟର ତାଲିକାରେ ଅନେକ ଭୋଟରଙ୍କ ନାମ ନାହିଁ। କେଉଁ ଓ୍ବାର୍ଡରେ ୭ହଜାର ଭୋଟର ଅଛନ୍ତି ତ କେଉଁ ଓ୍ବାର୍ଡ ୧୨ହଜାର, କେଉଁଠାରେ ୨୫ ହଜାର। ପ୍ରତି ଓ୍ବାର୍ଡରେ କେତେ ଭୋଟର ସଂଖ୍ୟା ରହିବ ତାହାର ନିର୍ଦ୍ଦିଷ୍ଟ ମାପକାଠି ରହିନାହିଁ। ଏପରିକି ବିଧାନସଭା ଭୋଟର ତାଲିକାକୁ ଆଣି ବିଏମ୍‌ସିରେ ମିଶାଯାଇଛି। ପ୍ରାୟ ଲକ୍ଷେରୁ ଦେଢଲକ୍ଷ ଭୋଟରଙ୍କ ନାମ ତାଲିକାରେ ନାହିଁ। ସେହିପରି ପୁରୁଣା ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ପଡିଥିଲେ, ସେ ନେଇ ଅଭିଯୋଗ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର କୌଣସି ଓ୍ବାର୍ଡରେ ଭୋଟର ତାଲିକା ମରା ଯାଇନାହିଁ, ତେଣୁ କାହାର ନାମ ଅଛି ଓ କିଏ ବାଦ୍‌ ପଡିଛନ୍ତି ସେ ନେଇ ଭୋଟରମାନେ ଅବଗତ ହୋଇ ପାରୁନାହାନ୍ତି। ପାଇକରାପୁର, କଳାରାହାଙ୍ଗ, ଶାମ୍‌ପୁର ଭଳି ଗ୍ରାମଗୁଡିକୁ ବିଏମ୍‌ସିରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯେପରି ବିରୋଧୀମାନେ ଠିକ୍‌ ଭାବେ ଅଭିଯୋଗ କରିପାରିବେ ନାହିଁ, ସେଥିପାଇଁ ତରବରିଆ ଭାବେ ଏପରି ଜାଣିଶୁଣି କରାଯାଇଛି। ସେହିପରି କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ କହିଛନ୍ତି, ବୁଥ୍‌ ତାଲିକାରେ ବହୁତ ଭୁଲ୍‌ ରହିଛି। ନୂଆ ପଞ୍ଚାୟତ ମିଶିଥିଲେ ବି ଓ୍ବାର୍ଡ ସଂଖ୍ୟା ଅପରିବର୍ତ୍ତିତ ରହିଛି। ସେହିପରି ଯେଉଁ ଯେଉଁ ସ୍ଥାନରେ ବୁଥ୍‌ ହେବା କଥା ସେଠାରେ ହୋଇନାହିଁ। ମୋଟ ୬୯୯ଟି ବୁଥ୍‌ କରାଯାଇଥିଲାବେଳେ ଆଉ ୮ରୁ ୧୦ଟି ବୁଥ୍‌ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। କେତେଜଣ ଭୋଟରଙ୍କ ନାମ ଉଭୟ ପଞ୍ଚାୟତ ଓ ବିଏମ୍‌ସି ତାଲିକାରେ ରହିଛି। ତେଣୁ ଏଭଳି ତ୍ରୁଟିକୁ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଅପରପକ୍ଷେ ଶାସକ ବିଜେଡି ପକ୍ଷରୁ କୌଣସି ଆପତ୍ତି ଅଭିଯୋଗ ନ ଥିବା ବିଜେଡିର ସୁଲତା ଦେଓ ସୂଚନା ଦେଇଛନ୍ତି। ଚୂଡାନ୍ତ ଡ୍ରାଫ୍ଟ ଚିଠା ୧୪ ତାରିଖରେ ପ୍ରକାଶ ପାଇବ। ତେଣୁ ଯଦି କାହାର ବ୍ୟକ୍ତିଗତ ଅଭିଯୋଗ ଥିବ ତେବେ ସେ କରିପାରିବେ। ଯେଉଁ ଓ୍ବାର୍ଡଗୁଡିକରୁ ବୁଥ୍‌ର ଦୂରତା ଅଧିକ ରହିଛି ସେଠାକାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଯେପରି ସୁବିଧାରେ ଯାଇ ଭୋଟ୍‌ ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯିବା ଦରକାର। ବୈଠକରେ ଏଭଳି କେତେଗୁଡିଏ ପ୍ରସ୍ତାବ ଦେଇଥିଲି ବୋଲି ଦେଓ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୭ଲକ୍ଷ ୨୭ହଜାର ୪୫୬ଜଣ ଭୋଟର ରହିଛନ୍ତି। ଏଥିପାଇଁ ୬୭ ଓ୍ବାର୍ଡର ୨୧୯ ସ୍ଥାନରେ ୬୯୯ ବୁଥ୍‌ର ବ୍ୟବସ୍ଥା ହୋଇଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଶନିବାର ସୁଦ୍ଧା ରାଜନୈତିକ ଦଳଗୁଡ଼ିକୁ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri