ଅସନ୍ତୋଷ ଜାହିର କଲେ ବିରୋଧୀଦଳ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜୋର୍‌ଦାର ପ୍ରକ୍ରିୟା ଜାରି ରହିଥିବାବେଳେ ଇତିମଧ୍ୟରେ ସ୍ଥାନ ସଂରକ୍ଷଣ, ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ଗୁରୁବାର ପ୍ରାଥମିକ ବୁଥ୍‌ ତାଲିକା ସମ୍ପର୍କରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ଏହି ତାଲିକାକୁ ନେଇ ଆପତ୍ତି ଅଭିଯୋଗ ଦାଖଲ ମଧ୍ୟ ସରିଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୧୨ ତାରିଖ ଶନିବାର ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପ୍ରକାଶିତ ତାଲିକାକୁ ନେଇ ବିରୋଧୀ ଦଳଗୁଡିକ ଅସନ୍ତୋଷ ଜାହିର କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଅଭିଯୋଗ ରଖିଛନ୍ତି।

ସିପିଆଇ ନେତା ସୁର ଜେନାଙ୍କ କହିବା ଅନୁଯାୟୀ, ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକି ଆପତ୍ତି ଅଭିଯୋଗ ପାଇଁ ମାତ୍ର ୨ଦିନ ସମୟ ଦିଆଯାଇଛି, ଯାହାକି ଯଥାର୍ଥ ନୁହେଁ। ସେହିପରି ମହାନଗର ନିଗମ ଅଞ୍ଚଳରେ ୬ଟି ନୂଆ ଗ୍ରାମ ମିଶିଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟା ୬୭ରେ ସୀମିତ ରହିଛି। କେବଳ ସେତିକି ନୁହେଁ, ପ୍ରକାଶିତ ଭୋଟର ତାଲିକାରେ ଅନେକ ଭୋଟରଙ୍କ ନାମ ନାହିଁ। କେଉଁ ଓ୍ବାର୍ଡରେ ୭ହଜାର ଭୋଟର ଅଛନ୍ତି ତ କେଉଁ ଓ୍ବାର୍ଡ ୧୨ହଜାର, କେଉଁଠାରେ ୨୫ ହଜାର। ପ୍ରତି ଓ୍ବାର୍ଡରେ କେତେ ଭୋଟର ସଂଖ୍ୟା ରହିବ ତାହାର ନିର୍ଦ୍ଦିଷ୍ଟ ମାପକାଠି ରହିନାହିଁ। ଏପରିକି ବିଧାନସଭା ଭୋଟର ତାଲିକାକୁ ଆଣି ବିଏମ୍‌ସିରେ ମିଶାଯାଇଛି। ପ୍ରାୟ ଲକ୍ଷେରୁ ଦେଢଲକ୍ଷ ଭୋଟରଙ୍କ ନାମ ତାଲିକାରେ ନାହିଁ। ସେହିପରି ପୁରୁଣା ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ପଡିଥିଲେ, ସେ ନେଇ ଅଭିଯୋଗ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର କୌଣସି ଓ୍ବାର୍ଡରେ ଭୋଟର ତାଲିକା ମରା ଯାଇନାହିଁ, ତେଣୁ କାହାର ନାମ ଅଛି ଓ କିଏ ବାଦ୍‌ ପଡିଛନ୍ତି ସେ ନେଇ ଭୋଟରମାନେ ଅବଗତ ହୋଇ ପାରୁନାହାନ୍ତି। ପାଇକରାପୁର, କଳାରାହାଙ୍ଗ, ଶାମ୍‌ପୁର ଭଳି ଗ୍ରାମଗୁଡିକୁ ବିଏମ୍‌ସିରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ଓ୍ବାର୍ଡ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯେପରି ବିରୋଧୀମାନେ ଠିକ୍‌ ଭାବେ ଅଭିଯୋଗ କରିପାରିବେ ନାହିଁ, ସେଥିପାଇଁ ତରବରିଆ ଭାବେ ଏପରି ଜାଣିଶୁଣି କରାଯାଇଛି। ସେହିପରି କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ କହିଛନ୍ତି, ବୁଥ୍‌ ତାଲିକାରେ ବହୁତ ଭୁଲ୍‌ ରହିଛି। ନୂଆ ପଞ୍ଚାୟତ ମିଶିଥିଲେ ବି ଓ୍ବାର୍ଡ ସଂଖ୍ୟା ଅପରିବର୍ତ୍ତିତ ରହିଛି। ସେହିପରି ଯେଉଁ ଯେଉଁ ସ୍ଥାନରେ ବୁଥ୍‌ ହେବା କଥା ସେଠାରେ ହୋଇନାହିଁ। ମୋଟ ୬୯୯ଟି ବୁଥ୍‌ କରାଯାଇଥିଲାବେଳେ ଆଉ ୮ରୁ ୧୦ଟି ବୁଥ୍‌ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। କେତେଜଣ ଭୋଟରଙ୍କ ନାମ ଉଭୟ ପଞ୍ଚାୟତ ଓ ବିଏମ୍‌ସି ତାଲିକାରେ ରହିଛି। ତେଣୁ ଏଭଳି ତ୍ରୁଟିକୁ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଅପରପକ୍ଷେ ଶାସକ ବିଜେଡି ପକ୍ଷରୁ କୌଣସି ଆପତ୍ତି ଅଭିଯୋଗ ନ ଥିବା ବିଜେଡିର ସୁଲତା ଦେଓ ସୂଚନା ଦେଇଛନ୍ତି। ଚୂଡାନ୍ତ ଡ୍ରାଫ୍ଟ ଚିଠା ୧୪ ତାରିଖରେ ପ୍ରକାଶ ପାଇବ। ତେଣୁ ଯଦି କାହାର ବ୍ୟକ୍ତିଗତ ଅଭିଯୋଗ ଥିବ ତେବେ ସେ କରିପାରିବେ। ଯେଉଁ ଓ୍ବାର୍ଡଗୁଡିକରୁ ବୁଥ୍‌ର ଦୂରତା ଅଧିକ ରହିଛି ସେଠାକାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ଯେପରି ସୁବିଧାରେ ଯାଇ ଭୋଟ୍‌ ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯିବା ଦରକାର। ବୈଠକରେ ଏଭଳି କେତେଗୁଡିଏ ପ୍ରସ୍ତାବ ଦେଇଥିଲି ବୋଲି ଦେଓ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଏମ୍‌ସି ଅଞ୍ଚଳରେ ମୋଟ୍‌ ୭ଲକ୍ଷ ୨୭ହଜାର ୪୫୬ଜଣ ଭୋଟର ରହିଛନ୍ତି। ଏଥିପାଇଁ ୬୭ ଓ୍ବାର୍ଡର ୨୧୯ ସ୍ଥାନରେ ୬୯୯ ବୁଥ୍‌ର ବ୍ୟବସ୍ଥା ହୋଇଛି। ୧୪ ତାରିଖରେ ଚୂଡ଼ାନ୍ତ ବୁଥ୍‌ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଶନିବାର ସୁଦ୍ଧା ରାଜନୈତିକ ଦଳଗୁଡ଼ିକୁ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri