ଅପରେଶନ ଶୁଦ୍ଧି ପ୍ରଭାବ: ୨୮.୩୭୫ କିଲୋ ଗଞ୍ଜେଇ ଜବତ, ୯ ଗିରଫ

ନୂଆପଡା,୧୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଜାରି ରହିଛି। ଗୁରୁବାର ଅପରେଶନ ଶୁଦ୍ଧି ଚାଲିଥିବା ସମୟରେ ଜୋଙ୍କ ଥାନା ପୋଲିସକୁ ପୁଣି ବଡ଼ ସଫଳତା ମିଳିଛି ା ଚଢ଼ାଉ ବେଳେ ୧୪ ପ୍ୟାକେଟ ତଥା ୨୮ କିଲୋ ୩୭୫ ଗ୍ରାମ ଗଞ୍ଜେଇ ସହ ୯ଟି ମୋବାଇଲ  ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ନଗୁର ଜିଲା ଜୋରଗାରାପୁର ଗାଁର ରଘୁବୀର ସିଂ (୨୯), ଶିଖର ଜିଲା ଗୋରିୟାନ ଗାଁର ଶକ୍ତି ସିଂ ସେଖୟାତ (୨୫), ନଗୁର ଜିଲା ମେରତା ରୋଡ୍‌ର ଜୀବରାଜ ସିଂ (୨୨), ନଗୁର ଜିଲା ମୈଦାନ ଗାଁର ଅନିଶ ଖାନ (୨୦), ଜୟପୁର ଜିଲା ସମ୍ବାର ଗାଁର ଜିତେନ୍ଦ୍ର କୁମାର ଅଟଲ (୨୪), ହତୋସ ଗାଁର ସଞ୍ଜୟ କୁମାର ସାନି (୩୧)ଙ୍କ ସହ ନୂଆପଡ଼ା ଜିଲା କୋମନା ଥାନା ଜେଠୁପାଲି ଗାଁର ବିଦୁର ଦୁରିଆ (୨୯), ଖରିଆର ରୋଡ୍‌ ସହରର ରାଜୁ ସାହୁ (୩୫) ଓ ମୁନା ସାହୁ (୫୫) ବୋଲି ପୋଲିସ ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ଖରିଆର ରୋଡ୍‌ ସହର ମୋଙ୍ଗରାପାଲି ଟ୍ରେନ୍‌ ଫାଟକ ବ୍ରିଜ୍‌ ନିକଟରେ ଏକ ଗୋଷ୍ଠୀ ବେଆଇନ ଭାବରେ ଗଞ୍ଜେଇ କାରବାର କରୁଥିବା ପୋଲିସକୁ ସୂଚନା ମିଳିଥିଲା। ସେଠାରୁ ପ୍ରତିଦିନ ଗଞ୍ଜେଇ ପୁଡ଼ିଆକରି ଠେଲାରେ ବିକ୍ରୟ କରିବା ସହ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏସ୍‌ପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜୋଙ୍କ ଥାନାଧିକାରୀ ପ୍ରଦୀପ କୁମାର ଧରୁଆଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଖରିଆର ରୋଡ୍‌ ସହରର ମୋଙ୍ଗରାପାଲି ଟ୍ରେନ୍‌ ଫାଟକ ବ୍ରଜ୍‌ ନିକଟରେ ଚଢ଼ାଉକରି ଗଞ୍ଜେଇ ଜବତ କରିଥିଲେ। ସୂଚନାଯୋଗ୍ୟ, ବିଦୁରଙ୍କଠାରୁ ଗଞ୍ଜେଇ କ୍ରୟକରି ରାଜୁ ଓ ମୁନା ଠେଲା ଖୋଲି ଛୋଟ ଛୋଟ ପୁଡ଼ିଆ ତିଆରିକରି ବିକ୍ରୟ କରୁଥିବା ବେଳେ ରାଜସ୍ଥାନୀମାନେ ଅନ୍ୟ ରାଜ୍ୟକୁ ନେଇ ବିକ୍ରି କରୁଛନ୍ତି ା ବିଦୁର ଅନ୍ୟ ରାଜ୍ୟରୁ କିଣି ଆଣି ଏମାନଙ୍କୁ ଯୋଗାଉଥିଲେ। ସମ୍ମିଳନୀରେ ଏସ୍‌ପି ରାଘବେନ୍ଦ୍ରଙ୍କ ସମେତ ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାଏକ, ଜୋଙ୍କ ଥାନା ଅଧିକାରୀ ଧରୁଆ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ା

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri