ଓପି ଜିନ୍ଦଲ ଫୁଟବଲ ଟୁନାମେଣ୍ଟ ଉଦଘାଟିତ

ଟେନସା,୬।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ଜିନ୍ଦଲ ଖଣିର ମାଲିକ ସୱର୍ଗତ ଓମ ପ୍ରକାଶ ଜିନ୍ଦଲଙ୍କ ୯୪ତମ ଜନ୍ମ ବାର୍ଷିକ ଉତ୍ସବରେ ଫୁଟବଲ ଟୁନାମେଣ୍ଟ ଆଜି ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ତନ୍ତ୍ରରାଗ୍ରାମ ସ୍ଥିତ ଜିନ୍ଦଲ ଷ୍ଟାଡିୟମରେ ଠାରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କୋଇଡ଼ା ବିଡ଼ିଓ ରଶ୍ମୀରେଖା ପାତ୍ର ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥି ଭାବେ ଟେନସା ସରପଞ୍ଚ ଅନୀତା ପୂର୍ତ୍ତି,ଟେନସା ଜିନ୍ଦଲ ଖଣିର ୟୁନିଟ ହେଡ କମଳା କାନ୍ତ ନନ୍ଦ, ଏଭିପି ଆରଏସ ରଘୁଂସି, ଲୋଜେଷ୍ଟିକ ମ୍ୟାନେଜର ଏସ .ପି ବିଶ୍ୱାଳ ଯୁବନେତା ଦୁର୍ଯ୍ୟୋଧନ ନାଏକ, ବଣାଇ ମଜଦୂର ସଂଘର ସାଧାରଣ ସମ୍ପାଦକ କୈଳାସ ପଣ୍ଡା, ସୁଦର୍ଶନ ପାତ୍ର, ଜିନ୍ଦଲ ପ୍ରଶାସନ ବିଭାଗର ଡି ଜି ଏମ ବିଜୟାନନ୍ଦ ସ୍ବାଇଁ, ଯଶୋବନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଟେନସା ଟିଆରବି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଟୁନାମେଣ୍ଟରେ ପାରିପାର୍ଶ୍ୱିକ ଅଞ୍ଚଳର ୧୮ଟିମ ଭାଗ ନେଇଥିଲେ। ୧୬ ବର୍ଷରୁ ଉର୍ଦ୍ଧ୍ୱ ଧରି ଏହି ଫୁଟବଲ ଟୁନାମେଣ୍ଟ ଖେଳ ହୋଇଆସୁଛି। ଉଦଘାଟନୀ ଫୁଟବଲ ମ୍ୟାଚ ଟେନସା ଜିନ୍ଦଲ ଓ ଆର.ଜି ସ୍ପୋର୍ଟିଂ ଟେନସା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୨-୦ ଗୋଲରେ ଟେନସା ଜିନ୍ଦଲ ବିଜୟ ହୋଇଥିଲା। ଏହି ଖେଳ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାଜେଶ ମିଶ୍ର ସମସ୍ତ ପରିଚାଳନା ଦାୟୁତରେ ଥିବାବେଳେ ପି. କେ ନାୟକ, ପ୍ରଶାସନ ବିଭାଗର ଅନୁପ କୁମାର, ରଞ୍ଜନ କୁମାର ନାୟକ, ପେରିଫେରିୟଲ ବିଭାଗ ରାଜେଶ କୁମାର ଲେଙ୍କା, ଖଣି ପରିଚାଳକ କେଶବାନନ୍ଦ ଘଡାଇ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ରାମଜୀ ଡିଗ୍ରୀ କଲେଜରେ ଯୋଗ ଶିବିର: ମାନସିକ ସୁସ୍ଥତା ପାଇଁ…

ଦିଗପହଣ୍ଡି, ୨୦|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଏକ ଯୋଗ ଶିବିର ଓ ସଚେତନତା…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଦିଗପହଣ୍ଡିରେ ‘ବିକାଶର ଧାରା ଓଡ଼ିଶା ସାରା’ କର୍ମଶାଳା: ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଚାଷୀଙ୍କୁ …

ଦିଗପହଣ୍ଡି, ୨୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ‘ବିକାଶର ଧାରା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri