Posted inଜାତୀୟ

ଖାଲି କଥା, କାର୍ଯ୍ୟାନୁଷ୍ଠାନ ନାହିଁ

ନୂଆଦିଲ୍ଲୀ,୯।୧୦: କେବଳ କଥା କହୁଛ, କାର୍ଯ୍ୟାନୁଷ୍ଠାନର ଦେଖା ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଯାଏ ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇଛି ତାକୁ ନେଇ ଆମେ ଆଦୌ ସନ୍ତୁଷ୍ଟ ନୋହୁଁ। ବିକ୍ଷୋଭକାରୀଙ୍କୁ ଗୁଳିମାଡ଼ ଅଭିଯୋଗ ଅତି ଗମ୍ଭୀର ଅଭିଯୋଗ। ସରକାର ଓ ପୋଲିସ ନ୍ୟାୟସଙ୍ଗତ ତଥା ଯୁକ୍ତିଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଲଖିମପୁର ଖେରି ହିଂସା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଯୋଗୀ ସରକାରଙ୍କ ବିଫଳତାକୁ ନେଇ ଶୁକ୍ରବାର ଏଭଳି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ।
୩ରେ ଲଖିମପୁର ଖେରି ଜିଲା ତିକୁନିଆରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ ୪ କୃଷକଙ୍କ ମୃତ୍ୟୁ ଘଟିବା ଏବଂ ପରବର୍ତ୍ତୀ ହିଂସାରେ ଅନ୍ୟ ୪ ଜଣଙ୍କ ଜୀବନ ଯିବା ପରେ ୟୁପିର ଭାଜପା ସରକାରଙ୍କ ନିଷ୍କ୍ରିୟତାକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ ବୁଧବାର ଏହି ସମ୍ବେଦନଶୀଳ ଘଟଣାକୁ ସଂଜ୍ଞାନକୁ ନେଇଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ହିମା କୋହିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ନିଜ ଆଡ଼ୁ ଏହାର ବିଚାର ଆରମ୍ଭ କରିଥିଲେ। ଏହାସହ ୨୪ ଘଣ୍ଟା ଭିତରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଏହାର ଶୁଣାଣି କରି ସିଜେଆଇ ରମନା କହିଛନ୍ତି, ଯିଏ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ପାଇଁ ଆଇନକୁ ବାଟ ଛାଡ଼ିଦିଆଯିବା ଜରୁରୀ।
ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେଙ୍କୁ ଖଣ୍ଡପୀଠ ଆହୁରି କହିଥିଲେ, ରାଜ୍ୟର ଶୀର୍ଷ ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଯେପରି କି ମାମଲାର ପ୍ରମାଣ ଓ ଅନ୍ୟ ପ୍ରାସଙ୍ଗିକ ତଥ୍ୟ ନଷ୍ଟ ନ ହେବ। ରାଜ୍ୟ ସରକାର କେଉଁ ପ୍ରକାର ସନ୍ଦେଶ ଦେଉଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୩୦୨ (ହତ୍ୟା) ଲାଗିଥିଲେ ତାଙ୍କ ସହ ବି ଏପରି ବ୍ୟବହାର କରୁଛନ୍ତି କି। ଅନ୍ୟ କେହି ଏଭଳି କାଣ୍ଡ ଭିଆଇଥିଲେ ପୋଲିସ ତାଙ୍କୁ ଗିରଫ କରି ନ ଥାଆନ୍ତି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ କହିଥିଲେ, କେବଳ କଥା କହୁଛ, କାମ କିଛି ନାହିଁ। ଏହାସହ ଆସନ୍ତା ୨୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଭିତରେ ମାମଲାର ପର୍ଯ୍ୟାପ୍ତ ଅଗ୍ରଗତି ନ ହେଲେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ଭାର ଦିଆଯାଇପାରେ ବୋଲି ଖଣ୍ଡପୀଠଙ୍କୁ ସାଲ୍‌ଭେ କହିଥିଲେ। ଏହା ଉପରେ ସାଲଭେଙ୍କୁ ସିଜେଆଇ କହିଥିଲେ, ଆପଣଙ୍କ ପ୍ରତି ଆମର ସମ୍ମାନ ଅଛି। ରାଜ୍ୟ ସରକାର ଜରୁରୀ ପଦକ୍ଷେପ ନେବେ ବୋଲି ଆମେ ଆଶାବାଦୀ। ମାମଲାର ସମ୍ବେଦନଶୀଳତାକୁ ଧ୍ୟାନ ଦେଇ ସୁପ୍ରିମକୋର୍ଟ ମନ୍ତବ୍ୟ ଦେଉନାହାନ୍ତି। ସିବିଆଇକୁ ଦାୟିତ୍ୱ ଦେବା ସମାଧାନ ନୁହେଁ। ଏହାର କାରଣ ଆପଣ ଜାଣନ୍ତି। ଅନ୍ୟ କାହାକୁ ଦାୟିତ୍ୱ ଦେଲେ ଉଚିତ ହେବ। ଦଶହରା ଛୁଟି ପରେ କୋର୍ଟ ଖୋଲିଲେ ଏହା ଉପରେ ବିଚାର କରାଯିବ। କିନ୍ତୁ ସେତେବେଳ ଯାଏ ଅଧିକାରୀମାନେ କାର୍ଯ୍ୟାଷ୍ଠାନ ନେବା ଜରୁରୀ।
ଯେ, ଲଖିମପୁର ଖେରି ହିଂସାରେ ୮ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏପରି କି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସରକାର ଓ ପୋଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏନେଇ ଆଇନଜୀବୀ ଶିବକୁମାର ତ୍ରିପାଠୀ ଏବଂ ସି.ଏସ୍‌. ପଣ୍ଡା ସୁପ୍ରିମକୋର୍ଟଙ୍କୁ ପତ୍ର ଲେଖି ମାମଲାକୁ ସଂଜ୍ଞାନକୁ ନେବା ପାଇଁ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟକୁ ନେଇ ଶିବ କୁମାର କହିଛନ୍ତି, ଅଦାଲତଙ୍କ ଏଭଳି ମନ୍ତବ୍ୟ ଜରୁରୀ ଥିଲା। ଅଭିଯୁକ୍ତଙ୍କୁ ସମନ କରିବା ପାଇଁ ମଧ୍ୟ ୟୁପି ସରକାରଙ୍କୁ ଏତେ ସମୟ ଲାଗିଲା। ଖଣ୍ଡପୀଠଙ୍କ ନିର୍ଦ୍ଦେଶ ପରେ ସେମାନଙ୍କ କାର୍ଯ୍ୟଧାରାରେ ପରିବର୍ତ୍ତନ ଆସିବା ଉଚିତ।

ସିଜେଆଇଙ୍କୁ ନେଇ ମିଛ ଟୁଇଟ

ଲଖିମପୁର ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସିଜେଆଇ ଏନ୍‌.ଭି. ରମନା ଭେଟିଥିବା ନେଇ କେତେକ ଗଣମାଧ୍ୟମ ସଂସ୍ଥା ମିଛ ଟୁଇଟ୍‌ କରିଥିଲେ। ଏହାକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଦାଲତ କହିଛନ୍ତି, ଗଣମାଧ୍ୟମ ଓ ଅନ୍ୟ ଏହାର ସ୍ବାଧୀନତାକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ ଏଭଳି ଟୁଇଟ୍‌ ଦୁର୍ଭାଗ୍ୟଜନକ। ଗଣମାଧ୍ୟମ ସତ ନ ଜାଣି ଏପରି କରିବା ଆଦୌ ଠିକ୍‌ ନୁହେଁ। ଅଭିବ୍ୟକ୍ତି ସ୍ବାଧୀନତାର ସୀମା ଲଂଘିବା ଅନୁଚିତ। ସିଜେଆଇ କହିଥିଲେ, ମୁଁ କୋର୍ଟରେ ବସିଥିବାବେଳେ ଲକ୍ଷ୍ନୌ ଯାଇ ସେମାନଙ୍କୁ କିପରି ଭେଟିଲି। ସେମାନଙ୍କ ସାଧାରଣ ଜ୍ଞାନ ରହିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri