Posted inଜାତୀୟ

ଖାଲି କଥା, କାର୍ଯ୍ୟାନୁଷ୍ଠାନ ନାହିଁ

ନୂଆଦିଲ୍ଲୀ,୯।୧୦: କେବଳ କଥା କହୁଛ, କାର୍ଯ୍ୟାନୁଷ୍ଠାନର ଦେଖା ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଯାଏ ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇଛି ତାକୁ ନେଇ ଆମେ ଆଦୌ ସନ୍ତୁଷ୍ଟ ନୋହୁଁ। ବିକ୍ଷୋଭକାରୀଙ୍କୁ ଗୁଳିମାଡ଼ ଅଭିଯୋଗ ଅତି ଗମ୍ଭୀର ଅଭିଯୋଗ। ସରକାର ଓ ପୋଲିସ ନ୍ୟାୟସଙ୍ଗତ ତଥା ଯୁକ୍ତିଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଲଖିମପୁର ଖେରି ହିଂସା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଯୋଗୀ ସରକାରଙ୍କ ବିଫଳତାକୁ ନେଇ ଶୁକ୍ରବାର ଏଭଳି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ।
୩ରେ ଲଖିମପୁର ଖେରି ଜିଲା ତିକୁନିଆରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ ୪ କୃଷକଙ୍କ ମୃତ୍ୟୁ ଘଟିବା ଏବଂ ପରବର୍ତ୍ତୀ ହିଂସାରେ ଅନ୍ୟ ୪ ଜଣଙ୍କ ଜୀବନ ଯିବା ପରେ ୟୁପିର ଭାଜପା ସରକାରଙ୍କ ନିଷ୍କ୍ରିୟତାକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ ବୁଧବାର ଏହି ସମ୍ବେଦନଶୀଳ ଘଟଣାକୁ ସଂଜ୍ଞାନକୁ ନେଇଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ହିମା କୋହିଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ନିଜ ଆଡ଼ୁ ଏହାର ବିଚାର ଆରମ୍ଭ କରିଥିଲେ। ଏହାସହ ୨୪ ଘଣ୍ଟା ଭିତରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଏହାର ଶୁଣାଣି କରି ସିଜେଆଇ ରମନା କହିଛନ୍ତି, ଯିଏ ସମ୍ପୃକ୍ତ ଥାଆନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ପାଇଁ ଆଇନକୁ ବାଟ ଛାଡ଼ିଦିଆଯିବା ଜରୁରୀ।
ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେଙ୍କୁ ଖଣ୍ଡପୀଠ ଆହୁରି କହିଥିଲେ, ରାଜ୍ୟର ଶୀର୍ଷ ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଯେପରି କି ମାମଲାର ପ୍ରମାଣ ଓ ଅନ୍ୟ ପ୍ରାସଙ୍ଗିକ ତଥ୍ୟ ନଷ୍ଟ ନ ହେବ। ରାଜ୍ୟ ସରକାର କେଉଁ ପ୍ରକାର ସନ୍ଦେଶ ଦେଉଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୩୦୨ (ହତ୍ୟା) ଲାଗିଥିଲେ ତାଙ୍କ ସହ ବି ଏପରି ବ୍ୟବହାର କରୁଛନ୍ତି କି। ଅନ୍ୟ କେହି ଏଭଳି କାଣ୍ଡ ଭିଆଇଥିଲେ ପୋଲିସ ତାଙ୍କୁ ଗିରଫ କରି ନ ଥାଆନ୍ତି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ କହିଥିଲେ, କେବଳ କଥା କହୁଛ, କାମ କିଛି ନାହିଁ। ଏହାସହ ଆସନ୍ତା ୨୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଭିତରେ ମାମଲାର ପର୍ଯ୍ୟାପ୍ତ ଅଗ୍ରଗତି ନ ହେଲେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ଭାର ଦିଆଯାଇପାରେ ବୋଲି ଖଣ୍ଡପୀଠଙ୍କୁ ସାଲ୍‌ଭେ କହିଥିଲେ। ଏହା ଉପରେ ସାଲଭେଙ୍କୁ ସିଜେଆଇ କହିଥିଲେ, ଆପଣଙ୍କ ପ୍ରତି ଆମର ସମ୍ମାନ ଅଛି। ରାଜ୍ୟ ସରକାର ଜରୁରୀ ପଦକ୍ଷେପ ନେବେ ବୋଲି ଆମେ ଆଶାବାଦୀ। ମାମଲାର ସମ୍ବେଦନଶୀଳତାକୁ ଧ୍ୟାନ ଦେଇ ସୁପ୍ରିମକୋର୍ଟ ମନ୍ତବ୍ୟ ଦେଉନାହାନ୍ତି। ସିବିଆଇକୁ ଦାୟିତ୍ୱ ଦେବା ସମାଧାନ ନୁହେଁ। ଏହାର କାରଣ ଆପଣ ଜାଣନ୍ତି। ଅନ୍ୟ କାହାକୁ ଦାୟିତ୍ୱ ଦେଲେ ଉଚିତ ହେବ। ଦଶହରା ଛୁଟି ପରେ କୋର୍ଟ ଖୋଲିଲେ ଏହା ଉପରେ ବିଚାର କରାଯିବ। କିନ୍ତୁ ସେତେବେଳ ଯାଏ ଅଧିକାରୀମାନେ କାର୍ଯ୍ୟାଷ୍ଠାନ ନେବା ଜରୁରୀ।
ଯେ, ଲଖିମପୁର ଖେରି ହିଂସାରେ ୮ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏପରି କି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସରକାର ଓ ପୋଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। ଏନେଇ ଆଇନଜୀବୀ ଶିବକୁମାର ତ୍ରିପାଠୀ ଏବଂ ସି.ଏସ୍‌. ପଣ୍ଡା ସୁପ୍ରିମକୋର୍ଟଙ୍କୁ ପତ୍ର ଲେଖି ମାମଲାକୁ ସଂଜ୍ଞାନକୁ ନେବା ପାଇଁ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟକୁ ନେଇ ଶିବ କୁମାର କହିଛନ୍ତି, ଅଦାଲତଙ୍କ ଏଭଳି ମନ୍ତବ୍ୟ ଜରୁରୀ ଥିଲା। ଅଭିଯୁକ୍ତଙ୍କୁ ସମନ କରିବା ପାଇଁ ମଧ୍ୟ ୟୁପି ସରକାରଙ୍କୁ ଏତେ ସମୟ ଲାଗିଲା। ଖଣ୍ଡପୀଠଙ୍କ ନିର୍ଦ୍ଦେଶ ପରେ ସେମାନଙ୍କ କାର୍ଯ୍ୟଧାରାରେ ପରିବର୍ତ୍ତନ ଆସିବା ଉଚିତ।

ସିଜେଆଇଙ୍କୁ ନେଇ ମିଛ ଟୁଇଟ

ଲଖିମପୁର ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସିଜେଆଇ ଏନ୍‌.ଭି. ରମନା ଭେଟିଥିବା ନେଇ କେତେକ ଗଣମାଧ୍ୟମ ସଂସ୍ଥା ମିଛ ଟୁଇଟ୍‌ କରିଥିଲେ। ଏହାକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଦାଲତ କହିଛନ୍ତି, ଗଣମାଧ୍ୟମ ଓ ଅନ୍ୟ ଏହାର ସ୍ବାଧୀନତାକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ ଏଭଳି ଟୁଇଟ୍‌ ଦୁର୍ଭାଗ୍ୟଜନକ। ଗଣମାଧ୍ୟମ ସତ ନ ଜାଣି ଏପରି କରିବା ଆଦୌ ଠିକ୍‌ ନୁହେଁ। ଅଭିବ୍ୟକ୍ତି ସ୍ବାଧୀନତାର ସୀମା ଲଂଘିବା ଅନୁଚିତ। ସିଜେଆଇ କହିଥିଲେ, ମୁଁ କୋର୍ଟରେ ବସିଥିବାବେଳେ ଲକ୍ଷ୍ନୌ ଯାଇ ସେମାନଙ୍କୁ କିପରି ଭେଟିଲି। ସେମାନଙ୍କ ସାଧାରଣ ଜ୍ଞାନ ରହିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?