ପ୍ରମାଣ ଅଭାବରୁ ସବ୍ୟସାଚୀ, ଆଜାଦ୍‌ ଦୋଷମୁକ୍ତ

ନୟାଗଡ଼ ଅଫିସ,୯।୧୦:ନୟାଗଡ଼ ଜିଲାରେ ୨୦୦୮ରେ ମାଓବାଦୀ ଆକ୍ରମଣ ଘଟଣାରେ ଦଶପଲ୍ଲା ଥାନା ଅଞ୍ଚଳରୁ ନଡ଼ିଆ ଟ୍ରକ ଅପହରଣ ସମ୍ପର୍କରେ ରାୟ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଏହି ମାମଲାର ବିଚାର କରି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଓ ସହଯୋଗୀ ବି. କେଶବ ରାଓ ଓରଫ ଆଜାଦ୍‌ଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ସବ୍ୟସାଚୀ, ଆଜାଦ୍‌ଙ୍କ ନଁ। ରେ ୯ ମକଦ୍ଦମା ରହିଛି। ଆଜାଦ୍‌ ୮ କେସରେ ଦୋଷମୁକ୍ତ ହୋଇ ସାରିଥିବାବେଳେ ସବ୍ୟସାଚୀ ୩ ମାମଲାରୁ ମୁକ୍ତି ପାଇଛନ୍ତି ବୋଲି ଆଇନଜୀବୀ ଅମିୟ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନୟାଗଡ଼ ଜିଲାରେ ୨୦୦୮ ଫେବୃୟାରୀ ୧୫ରେ ସଶସ୍ତ୍ର ମାଓବାଦୀ ଆକ୍ରମଣ କରିଥିଲେ। ଏଥିରେ ୧୫ ପୋଲିସ କର୍ମଚାରୀଙ୍କ ସହ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲ। ଏହି ରାତିରେ ନୟାଗଡ଼ର ରିଜର୍ଭ ଅଫିସ, ପିଟିଏସ୍‌, ନୟାଗଡ଼ ଥାନା, ମହୀପୁର ଫାଣ୍ଡି, ନୂଆଗଁ। ଥାନା ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ସେହିଭଳି ଦଶପଲ୍ଲା ଥାନା ପୋଡ଼ି, ନଡ଼ିଆ ଟ୍ରକ ଅପହରଣ ଓ ଥାନା ଅଧିକାରୀଙ୍କ କ୍ୱାର୍ଟର୍ସ ପୋଡ଼ି କରିଥିଲେ। ନୟାଗଡ଼ କୋର୍ଟରେ ବିଚାର ହେବା ଯୋଗୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ଜେଲ ଓ ସହଯୋଗୀ ବି. କେଶବ ରାଓ ଓରଫ ଆଜାଦ୍‌ ଝାରପଡ଼ା ଜେଲରୁ ଏଠାକୁ ଆସିଥିଲେ। ଦଶପଲ୍ଲା ଥାନା ଓ ଆଇଆଇସିଙ୍କ କ୍ୱାର୍ଟର୍ସ ପୋଡି ଘଟଣାରେ ଗୁରୁବାର ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଥିବା ବେଳେ ଶୁକ୍ରବାର ଶୁଣାଣି ପାଇଁ ନୟାଗଡ଼ ଜେଲରେ ଦୁହିଁଙ୍କୁ ରଖାଯାଇଥିଲା। ଶୁକ୍ରବାର ସବ୍ୟସାଚୀ ବ୍ରହ୍ମପୁର ଓ ଆଜାଦ୍‌ଙ୍କୁ ପୁଣି ଝାରପଡ଼ା ଜେଲକୁ ପଠା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ମଉଜରେ ରଜ

ସାତମାଇଲ, ୧୪।୬:  ସ୍ଥିତି ଠିକ୍‌ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର।...

ବିନା ତାଲିମରେ ଶିକ୍ଷକ ବାଣ୍ଟିଲେ କୃମିନାଶ ଔଷଧ : ସ୍କୁଲରେ ସହପାଠୀଙ୍କୁ ଔଷଧ ଖୁଆଇଲେ ଛାତ୍ରୀଛାତ୍ର

ରଣପୁର,୯ା୮(ସ୍ବ.ପ୍ର.): ଗୁରୁବାର ଜାତୀୟ କୃମିନାଶ ଦିବସ ରଣପୁର ବ୍ଲକ ଅଞ୍ଚଳରେ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି। ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ କୃମିନାଶ ଔଷଧ ବଣ୍ଟନ କରାଯାଇ...

ଓଡ଼ିଶା ଲୋକ ଭୋଟ ଦେଲେ ପଶ୍ଚିମବଙ୍ଗରେ

ଭୋଗରାଇ,୨୭।୩(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ...

ପୂର୍ବ ଶତ୍ରୁତା କାରଣ, ୩ ଭାଇଙ୍କ ସମେତ ୪ ଗିରଫ

ଫୁଲବାଣୀ ଅଫିସ, ୨୦ା୨ – କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ପାବୁରିଆ ଅଞ୍ଚଳରେ ଗତ ୮ ତାରିଖ ରାତିରେ ହୋଇଥିବା ସଚ୍ଚିଦାନନ୍ଦ ନାୟକ ହତ୍ୟା ଘଟଣାର...

ଧୂପକାଠି ଫ୍ୟାକ୍ଟ୍ରି ନାଁରେ ୩ ଲକ୍ଷ ଠକେଇ

ଦିଗପହଣ୍ଡି,୨୦ା୯(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ଗଁାରେ ଧୂପକାଠି ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇ ଦେବା ନଁାରେ ଜଗନ୍ନାଥ ପ୍ରଧାନଙ୍କଠାରୁ ବ୍ରହ୍ମପୁର ସହରର ଜଣେ ବ୍ୟକ୍ତି ପ୍ରାୟ ୩...

ସାଢେ ୬ ମାସ ପରେ ପୁରୀରେ ପଜିଟିଭ ଶୂନ

ପୁରୀ ଅଫିସ,୩୦ା୧୧: ଦୀର୍ଘ ସାଢ଼େ ୬ମାସ ପରେ ପୁରୀ ସହରର ଦୈନିକ କରୋନା ପଜିଟିଭ ସଂଖ୍ୟା ଶୂନ ରହିଛି। ରବିବାର ପୁରୀ ଜିଲାରୁ ୧୫ଜଣ ନୂଆ...

ଚିତ୍ରକୋଣ୍ଡା ବିଡିଓ ନିଲମ୍ବିତ

ଚିତ୍ରକୋଣ୍ଡା,୧୬।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରିମନ ଖରସେଲଙ୍କୁ ଶନିବାର ନିଲମ୍ବନ କରାଯାଇଛି। ପାଇଖାନା ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିବା...

ଇସ୍କନ ବିରୋଧରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨ା୨:ଇସ୍କନ ପକ୍ଷରୁ ମୁମ୍ବାଇରେ ଗତ ଗୁରୁବାର ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି...

Advertisement
Archives

Model This Week