Posted inଖେଳ

ରାଜ୍ୟ କ୍ରୀଡ଼ାମନ୍ତ୍ରୀମାନଙ୍କ ଅନ୍‌ଲାଇନ୍‌ ବୈଠକ ୧୪ରେ

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଜୁଲାଇ ୧୪ରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ାମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇଛନ୍ତି। ଅନ୍‌ଲାଇନ୍‌ରେ ଦୁଇ ଦିନ ଧରି ହେବାକୁଥିବା ଏହି ବୈଠକରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ କ୍ରୀଡ଼ା କାର୍ଯ୍ୟକଳାପ କିପରି ପୁନଃ ଆରମ୍ଭ ହୋଇପାରିବ ତାହା ଉପରେ ଆଲୋଚନା ହେବ। ବ୍ଲକ ଓ ଜିଲାସ୍ତରରେ ଉଦୀୟମାନ ପ୍ରତିଭାଙ୍କୁ କିପରି ଚିହ୍ନଟ କରାଯାଇ ପାରିବ ତାହାର ସୂତ୍ର ମଧ୍ୟ ବାହାର କରାଯିବ। ଦେଶରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଚାଲିଛି। ଏହି ସମୟ ମଧ୍ୟରେ କ୍ରୀଡ଼ା ଓ ଯୁବ ସମ୍ପର୍କିତ କାର୍ଯ୍ୟକଳାପକୁ କିପରି ଆଗେଇ ନେବାକୁ ହେବ ସେ ନେଇ ରାଜ୍ୟଗୁଡ଼ିକ ସହ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ଆଥଲେଟିକ୍ସ ଏବଂ ଓ୍ବେଟ୍‌ଲିଫ୍ଟିଂର ଜାତୀୟ କ୍ୟାମ୍ପ ଇତିମଧ୍ୟରେ ଆରମ୍ଭ ହୋଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ କଡ଼ା ସ୍ବାସ୍ଥ୍ୟ ସୁରକ୍ଷା ଗାଇଡ୍‌ ଲାଇନ୍‌ ଅନୁସାରେ ବକ୍ସରମାନଙ୍କ ତାଲିମ ଆରମ୍ଭ ହେବ। କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବାରୁ ମାର୍ଚ୍ଚ ମଧ୍ୟ ଭାଗରେ ସମସ୍ତ କ୍ୟାମ୍ପ ସସ୍‌ପେଣ୍ଡ କରାଯାଇଥିଲା। କରୋନାରେ ସଂକ୍ରମିତ ହୋଇ ସମଗ୍ର ଦେଶରେ ଇତିମଧ୍ୟରେ ୨୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁ ବରଣ କରିସାରିଲେଣି। ରିଜିଜୁ ସମଗ୍ର ଦେଶରେ ୭୫ ଲକ୍ଷ ସ୍ବେଚ୍ଛାସେବୀଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି, ଯେଉଁମାନେ କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସ୍ଥାନୀୟ ପ୍ରଶାସନକୁ ସହାୟତା କରୁଛନ୍ତି। ଆମ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନ୍‌ଓ୍ବାଇକେଏସ) ଓ ନ୍ୟାଶନାଲ ସର୍ଭିସ ସ୍କିମ୍‌ (ଏନ୍‌ଏସ୍‌ଏସ୍‌) ସ୍ବେଚ୍ଛାକର୍ମୀମାନେ ସୁରକ୍ଷା ଓ ସ୍ବାସ୍ଥ୍ୟ ଗାଇଡ୍‌ଲାଇନ୍‌ ନେଇ ସଚେତନତା ସୃଷ୍ଟିକରିବା ସହ ମାସ୍କ ବଣ୍ଟନ ଏବଂ ବରିଷ୍ଠ ନାଗରିକମାନଙ୍କୁ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri