୪୨ ୱାର୍ଡକୁ ଗୋଟିଏ ଟିଫା ମେଶିନ

ବ୍ରହ୍ମପୁର,୧୭।୭(ସ୍ମୃତି ରଞ୍ଜନ ମହାଲିକ): ବର୍ଷା ଦିନ ଆରମ୍ଭରୁ ସହରବାସୀ ବିଭିନ୍ନ ସଂକ୍ରମିତ ରୋଗରେ ପଡ଼ୁଛନ୍ତି। ବିଶେଷକରି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ମ୍ୟାଲେରିଆ ଓ ବାତଜ୍ୱର ମଧ୍ୟ ହେଉଛି। ମଶା ବଂଶ ନିପାତ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ନାନା ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ତାହା ସଫଳ ହେଉ ନାହିଁ। ନିଗମ ପକ୍ଷରୁ ବର୍ତ୍ତମାନ ଟିଫା ମେଶିନ ସାହାର୍ଯ୍ୟରେ ୱାର୍ଡ ଗୁଡିକରେ ମଶାମରା ଧୂଆଁ ଛଡା ଯାଉଛି। ନିଗମର ସାନିଟେଶନ ବିଭାଗ ପକ୍ଷରୁ ପ୍ରତିଦିନ ୨ଟି ୱାର୍ଡରେ ଟିଫା ମେଶିନ ବୁଲିବା ପାଇଁ ସ୍ଥିର କରାଯାଇଛି। ଏଭଳି ଭାବେ ଚଳିତ ମାସ ଶେଷ ସୁଦ୍ଧା ୪୨ଟି ୱାର୍ଡରେ ଟିଫା ବୁଲିବା ନେଇ ଲକ୍ଷ୍ୟ ରଖାଯାଇଛି। ଯାହାଦ୍ୱାରା ମଶା ବଂଶ ରୋକିବାରେ ସାମାନ୍ୟ ସଫଳତା ଆଣିବ ବୋଲି ନିଗମ ଆଶା ପ୍ରକଟ କରିଛି। ଗତ ବର୍ଷ ମଧ୍ୟ ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। କିନ୍ତୁ ସମସ୍ତ ୱାର୍ଡକୁ ଟିଫା ମେଶିନ ବୁଲିପାରି ନ ଥିଲା। ଫଳରେ ନିଗମର ଯୋଜନା ଫସର ପାଲଟିଥିଲା। ଏହାର ମୂଳ କାରଣ ହେଉଛି ଟିଫା ମେଶିନର ଅଭାବ। ବିଇଏମସି ନିକଟରେ ବର୍ତ୍ତମାନ ଗୋଟିଏ ଟିଫା ମେଶିନ ରହିଛି। ତାହା ବି ପୁଣି ଭଙ୍ଗା ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାକୁ ଏକ ଟ୍ରାକ୍ଟର ସାହାର୍ଯ୍ୟରେ ସଂଯୋଗ କରାଯାଇ ୱାର୍ଡ ଗୁଡିକୁ ମଶା ଧୂଅଁା ଛଡାଯାଉଛି। ଏହି ମେଶିନରେ ମଶା ମରା ତେଲ ଓ ଡିଜେଲ ମିଶାଯାଉଛି।
ନିୟମାନୁଯାୟୀ, ବର୍ଷା ଆରମ୍ଭରୁ ଓ ପରେ ଟିଫା ମେସିନ ବୁଲାଇବାର ନିୟମ ରହିଛି। କିନ୍ତୁ ବିଇଏମସି ପକ୍ଷରୁ ଉକ୍ତ ନିୟମକୁ ପାଳନ କରାଯାଉ ନାହିଁ। ଗୋଟିଏ ଟିଫା ମେସିନ ଥିବା କାରଣରୁ ଏହା ସଫଳ ହୋଇପାରୁ ନ ଥିବା ବିଭାଗ ପକ୍ଷରୁ କୁହାଯାଉଛି। ମଶା ବଂଶ ରୋକିବାର ସଫଳ ରୂପାୟନ ପାଇଁ ଗତ ୨ ବର୍ଷ ତଳେ ସାନିଟେସନ ବିଭାଗ ପକ୍ଷରୁ ୪୦ଟି ୱାର୍ଡ ନିମନ୍ତେ ୪୦ଟି ହ୍ୟାଣ୍ଡ ଫଗିଂ ମେସିନ କିଣାଯାଇଥିଲା। ପ୍ରତି ୱାର୍ଡର ଏସଆଇ ଓ ଜମାଦାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଥିଲା। ଏହି ୨ ଅଧିକାରୀଙ୍କ ତତ୍ୱବଧାନରେ ନିୟୋଜିତ କର୍ମଚାରୀଙ୍କ ଦ୍ୱାରା ଡ୍ରେନ ଗୁଡିକରେ ଫଗିଂ କରାଯାଉଥିଲା। ଯେଉଁଥିରେ ମାଲାଥିନ ଓ ଡିଜେଲ ମିଶୁଥିଲା। କିନ୍ତୁ ଏଗୁଡିକର ଯାନ୍ତ୍ରିକ ତ୍ରୁଟି ଫଳରେ ଫଗିଂ ପ୍ରକିୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା। ଏହାର ମରାମତି ପାଇଁ ମଧ୍ୟ କାୈଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ସହରରେ ୱାର୍ଡ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ହେଲେ ସହରବାସୀଙ୍କୁ ଉତ୍ତମ ବାତାବରଣ ଓ ମଶା କାମୁଡା ଦାଉରୁ ରକ୍ଷା ପାଇଁ ସୁପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୪୨ଟି ୱାର୍ଡକୁ ଗୋଟିଏ ଟିଫା ମେଶିନ ମାଧ୍ୟମରେ କାମଚଳା ନୀତି ଜାରି ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ୬ଟି ହ୍ୟାଣ୍ଡ ଫଗିଂ ମେଶିନ ଓ ଆଉ ଗୋଟିଏ ଟିଫା ମେଶିନ କିଣିବା ପାଇଁ ନିଷ୍ପତ୍ତି ହୋଇଛି। ଏହା କାଉନସିଲ ବୈଠକରେ ପାରିତ ହେବା ପରେ କିଣାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?